କାହିଁକି ପାକିସ୍ତାନୀ ପ୍ଲେୟରଙ୍କୁ ଆଇପିଏଲ୍ କରାଯାଇଛି ବାରଣ ? ଶେଷଥର ପାଇଁ ଖେଳିଥିଲେ କେବେ...

ନୂଆଦିଲ୍ଲୀ ୧୭।୧୧: ଇଣ୍ଡିଆନ୍ ପ୍ରିମିୟର ଲିଗ୍ । ଦୁନିଆର ସବୁଠାରୁ ଧନୀ କ୍ରିକେଟ୍ ଲିଗ୍ । ୧୭ଟି ସିଜିନ୍ ଖେଳା ହୋଇ ସାରିଲାଣି । ସବୁ ଦେଶର ପ୍ଲେୟର ଏଥିରେ ହେଉଛନ୍ତି ସାମିଲ୍ । କିନ୍ତୁ ଆଇପିଏଲ୍ରେ ପାକିସ୍ତାନୀ ପ୍ଲେୟର ଖେଳୁଥିବା ଆସୁନାହାନ୍ତି ନଜର । କିନ୍ତୁ କାହିକି ପାକିସ୍ତାନୀ ପ୍ଲେୟରଙ୍କୁ ଆଇପିଏଲ୍ କରାଯାଇଛି ବାରଣ ? ଆସନ୍ତୁ ଜାଣିବା…୨୦୦୮ରେ ଆରମ୍ଭ ହୋଇଥିଲା ଇଣ୍ଡିଆନ୍ ପ୍ରିମିୟର ଲିଗ୍ । ଏଥିରେ ଭାରତ ତଥା ବିଦେଶର ପ୍ରସିଦ୍ଧ ପ୍ଲେୟର ଅଂଶଗ୍ରହଣ କରିଥିଲେ । ଏହି ସିଜିନରେ ରାଜସ୍ଥାନ ରୟାଲ୍ସ ଟାଇଟଲ ହାତେଇଥିଲା । କିନ୍ତୁ ପ୍ରଥମ ସିଜିନର କିଛି ମାସ ପରେ ମୁମ୍ବାଇରେ ହୋଇଥିଲା ଆତଙ୍କବାଦୀ ଆକ୍ରମଣ ।ମୁମ୍ବାଇ ସହରର ୧୦ଟି ସ୍ଥାନରେ ଆତଙ୍କବାଦୀଙ୍କ ଆକ୍ରମଣରେ ଥରି ଉଠିଥିଲା । ଏହି ଆକ୍ରମଣକୁ ପାକିସ୍ତାନରେ ଯୋଜନା କରାଯାଇଥିବା ନେଇ କହିଥିଲା ଆତଙ୍କବାଦୀ ଅଜମର କସାବ । ଏହାପରେ ବିସିସିଆଇ ପାକିସ୍ତାନୀ ଖେଳାଳିଙ୍କୁ ଆଇପିଏଲରେ ଖେଳିବାକୁ କରିଥିଲା ବାରଣ । ତେବେ ଆଇପିଏଲ ୨୦୦୮ ଆଇପିଏଲ୍ ମୋଟ ୧୧ ପାକିସ୍ତାନୀ ଖେଳାଳି ଏଥିରେ ଖେଳୁଥିବା ନଜର ଆସିଥିଲେ । ସେମାନଙ୍କ ମଧ୍ୟରେ ଶୋଏବ ଅଖତର, ସୋହେଲ ତନଭୀର ଏବଂ ମହମ୍ମଦ ଆସିଫଙ୍କ ସହ ସାହିଦ ଆଫ୍ରିଦି ମଧ୍ୟ ସାମିଲ ରହିଥିଲେ ।  ଆଇପିଏଲର ପ୍ରଥମ ସିଜନରେ ପର୍ପଲ କ୍ୟାପ ଜିତିଥିଲେ ପାକିସ୍ତାନର ସୋହେଲ ତନଭୀର । ସେ ୧୧ଟି ମ୍ୟାଚରେ ୨୨ ୱିକେଟ୍ ନେଇଥିଲେ।ତେବେ ୨୬/୧୧

କାହିଁକି ପାକିସ୍ତାନୀ ପ୍ଲେୟରଙ୍କୁ ଆଇପିଏଲ୍ କରାଯାଇଛି ବାରଣ ? ଶେଷଥର ପାଇଁ ଖେଳିଥିଲେ କେବେ...

ନୂଆଦିଲ୍ଲୀ ୧୭।୧୧: ଇଣ୍ଡିଆନ୍ ପ୍ରିମିୟର ଲିଗ୍ । ଦୁନିଆର ସବୁଠାରୁ ଧନୀ କ୍ରିକେଟ୍ ଲିଗ୍ । ୧୭ଟି ସିଜିନ୍ ଖେଳା ହୋଇ ସାରିଲାଣି । ସବୁ ଦେଶର ପ୍ଲେୟର ଏଥିରେ ହେଉଛନ୍ତି ସାମିଲ୍ । କିନ୍ତୁ ଆଇପିଏଲ୍ରେ ପାକିସ୍ତାନୀ ପ୍ଲେୟର ଖେଳୁଥିବା ଆସୁନାହାନ୍ତି ନଜର । କିନ୍ତୁ କାହିକି ପାକିସ୍ତାନୀ ପ୍ଲେୟରଙ୍କୁ ଆଇପିଏଲ୍ କରାଯାଇଛି ବାରଣ ? ଆସନ୍ତୁ ଜାଣିବା…

୨୦୦୮ରେ ଆରମ୍ଭ ହୋଇଥିଲା ଇଣ୍ଡିଆନ୍ ପ୍ରିମିୟର ଲିଗ୍ । ଏଥିରେ ଭାରତ ତଥା ବିଦେଶର ପ୍ରସିଦ୍ଧ ପ୍ଲେୟର ଅଂଶଗ୍ରହଣ କରିଥିଲେ । ଏହି ସିଜିନରେ ରାଜସ୍ଥାନ ରୟାଲ୍ସ ଟାଇଟଲ ହାତେଇଥିଲା । କିନ୍ତୁ ପ୍ରଥମ ସିଜିନର କିଛି ମାସ ପରେ ମୁମ୍ବାଇରେ ହୋଇଥିଲା ଆତଙ୍କବାଦୀ ଆକ୍ରମଣ ।

ମୁମ୍ବାଇ ସହରର ୧୦ଟି ସ୍ଥାନରେ ଆତଙ୍କବାଦୀଙ୍କ ଆକ୍ରମଣରେ ଥରି ଉଠିଥିଲା । ଏହି ଆକ୍ରମଣକୁ ପାକିସ୍ତାନରେ ଯୋଜନା କରାଯାଇଥିବା ନେଇ କହିଥିଲା ଆତଙ୍କବାଦୀ ଅଜମର କସାବ । ଏହାପରେ ବିସିସିଆଇ ପାକିସ୍ତାନୀ ଖେଳାଳିଙ୍କୁ ଆଇପିଏଲରେ ଖେଳିବାକୁ କରିଥିଲା ବାରଣ । 

ତେବେ ଆଇପିଏଲ ୨୦୦୮ ଆଇପିଏଲ୍ ମୋଟ ୧୧ ପାକିସ୍ତାନୀ ଖେଳାଳି ଏଥିରେ ଖେଳୁଥିବା ନଜର ଆସିଥିଲେ । ସେମାନଙ୍କ ମଧ୍ୟରେ ଶୋଏବ ଅଖତର, ସୋହେଲ ତନଭୀର ଏବଂ ମହମ୍ମଦ ଆସିଫଙ୍କ ସହ ସାହିଦ ଆଫ୍ରିଦି ମଧ୍ୟ ସାମିଲ ରହିଥିଲେ ।  ଆଇପିଏଲର ପ୍ରଥମ ସିଜନରେ ପର୍ପଲ କ୍ୟାପ ଜିତିଥିଲେ ପାକିସ୍ତାନର ସୋହେଲ ତନଭୀର । ସେ ୧୧ଟି ମ୍ୟାଚରେ ୨୨ ୱିକେଟ୍ ନେଇଥିଲେ।

ତେବେ ୨୬/୧୧ ଆକ୍ରମଣ ପରେ ଭାରତ-ପାକିସ୍ତାନ ସମ୍ପର୍କ ବିଗିଡି ଯାଇଥିଲା । ଏହି କାରଣରୁ ବର୍ତ୍ତମାନ ଚାମ୍ପିଅନ୍ସ ଟ୍ରଫି ୨୦୨୫କୁ ନେଇ ଉଭୟ ଦେଶ ମୁହାଁମୁହିଁ ହୋଇଛନ୍ତି । ଅନ୍ୟପକ୍ଷରେ ବିସିସିଆଇ ଇଣ୍ଡିଆନ୍ କ୍ରିକେଟ୍ ଟିମକୁ ପାକିସ୍ତାନ ପଠାଇବାକୁ ସ୍ପଷ୍ଟ ଭାବେ ମନା କରିଛି । 

ଅନ୍ୟପଟେ ପାକିସ୍ତାନ କ୍ରିକେଟ୍ ବୋର୍ଡ ଟୁର୍ଣ୍ଣାମେଣ୍ଟରୁ ବାହାରକୁ ଆସିବ ଏବଂ ଭବିଷ୍ୟତରେ ଭାରତ ସହିତ କୌଣସି ମ୍ୟାଚ୍ ଖେଳିବ ନାହିଁ ବୋଲି ଧମକ ଦେଇଛି। ତେବେ ୨୦୧୨-୧୩ ସିରିଜ୍ ପରେ ଭାରତ ଏବଂ ପାକିସ୍ଥାନ ମଧ୍ୟରେ କୌଣସି ଦ୍ୱିପାକ୍ଷିକ ସିରିଜ୍ ଖେଳାଯାଇନି ।