କାହିଁକି ପାଣ୍ଡ୍ୟା ହେଲେ ନାହିଁ ଅଧିନାୟକ; ଖୁଲାସା କଲେ ଅଗରକର
ନୂଆଦିଲ୍ଲୀ,୨୨ା୭: ଟି20 ବିଶ୍ୱକପରେ ଉପ ଅଧିନାୟକ ଥିବା ହାର୍ଦିକ ପାଣ୍ଡ୍ୟାଙ୍କୁ ଶ୍ରୀଲଙ୍କା ଗସ୍ତ ପାଇଁ ଅଧିନାୟକ ପଦ ନ ମିଳିବା ଚର୍ଚ୍ଚାର ବିଷୟ ପାଲଟିଥିବା ବେଳେ ଏହି ପ୍ରସଙ୍ଗରେ ମୁହଁ ଖୋଲିଛନ୍ତି ମୁଖ୍ୟ ଚୟନକର୍ତ୍ତା ଅଜିତ ଅଗରକର। ସୋମବାର ଅନୁଷ୍ଠିତ ଖବରତଦାତା ସମ୍ମିଳନୀରେ ମୁଖ୍ୟ କୋଚ୍ ଗୌତମ ଗମ୍ଭୀର ଏବଂ ମୁଖ୍ୟ ଚୟନକର୍ତ୍ତା ଅଜିତ ଅଗରକର ଗଣମାଧ୍ୟମ ପ୍ରତିନିଧିଙ୍କ ସହିତ ଆଲୋଚନା କରି ବିଭିନ୍ନ ଖେଳାଳିଙ୍କ ଚୟନ ଏବଂ ଦଳରୁ ବାଦ ଦେବା ପ୍ରସଙ୍ଗରେ ମୁହଁ ଖୋଲିଛନ୍ତି। […] The post କାହିଁକି ପାଣ୍ଡ୍ୟା ହେଲେ ନାହିଁ ଅଧିନାୟକ; ଖୁଲାସା କଲେ ଅଗରକର appeared first on Dharitri Odia News.
ନୂଆଦିଲ୍ଲୀ,୨୨ା୭: ଟି20 ବିଶ୍ୱକପରେ ଉପ ଅଧିନାୟକ ଥିବା ହାର୍ଦିକ ପାଣ୍ଡ୍ୟାଙ୍କୁ ଶ୍ରୀଲଙ୍କା ଗସ୍ତ ପାଇଁ ଅଧିନାୟକ ପଦ ନ ମିଳିବା ଚର୍ଚ୍ଚାର ବିଷୟ ପାଲଟିଥିବା ବେଳେ ଏହି ପ୍ରସଙ୍ଗରେ ମୁହଁ ଖୋଲିଛନ୍ତି ମୁଖ୍ୟ ଚୟନକର୍ତ୍ତା ଅଜିତ ଅଗରକର। ସୋମବାର ଅନୁଷ୍ଠିତ ଖବରତଦାତା ସମ୍ମିଳନୀରେ ମୁଖ୍ୟ କୋଚ୍ ଗୌତମ ଗମ୍ଭୀର ଏବଂ ମୁଖ୍ୟ ଚୟନକର୍ତ୍ତା ଅଜିତ ଅଗରକର ଗଣମାଧ୍ୟମ ପ୍ରତିନିଧିଙ୍କ ସହିତ ଆଲୋଚନା କରି ବିଭିନ୍ନ ଖେଳାଳିଙ୍କ ଚୟନ ଏବଂ ଦଳରୁ ବାଦ ଦେବା ପ୍ରସଙ୍ଗରେ ମୁହଁ ଖୋଲିଛନ୍ତି।
ଅଗରକର କହିଛନ୍ତି “ହାର୍ଦ୍ଦିକ ଏବେ ମଧ୍ୟ ଆମ ପାଇଁ ଜଣେ ଗୁରୁତ୍ୱପୂର୍ଣ୍ଣ ଖେଳାଳି। ତେବେ ନିକଟ ଅତୀତରେ ଫିଟନେସ୍ ତାଙ୍କ ପାଇଁ ଏକ ଚ୍ୟାଲେଞ୍ଜ ହୋଇ ଉଭା ହୋଇଛି… । ତା’ପରେ କୋଚ୍ କିମ୍ବା ଚୟନକର୍ତ୍ତାଙ୍କ ପାଇଁ ତାଙ୍କୁ ଅଧିନାୟକ କରିବା କଷ୍ଟସାଧ୍ୟ ହୋଇଯାଏ … । ଫିଟନେସ୍ ଏକ ସ୍ପଷ୍ଟ ଚ୍ୟାଲେଞ୍ଜ ଏବଂ ଆମେ ଏପରି ଅଧିନାୟକ ଚାହୁଁଛୁ ଯିଏକି ଅଧିକ ସମୟ ଉପଲବ୍ଧ ରହିବ। ଏ ଦୃଷ୍ଟିରୁ ଆମେ ବିଶ୍ୱାସ କରୁ ଯେ ସୂର୍ଯ୍ୟଙ୍କର ଜଣେ ଅଧିନାୟକ ହେବା ପାଇଁ ଆବଶ୍ୟକ ଦକ୍ଷତା ଅଛି ….।
ଆମେ ମଧ୍ୟ ଅନୁଭବ କରୁଛୁ ଯେ ଆମେ ହାର୍ଦ୍ଦିକଙ୍କୁ ଭଲ ଭାବରେ ପରିଚାଳନା କରିପାରିବା, ଆମେ ଦେଖିଛୁ ସେ ବିଶ୍ୱକପରେ ବ୍ୟାଟିଂ ଏବଂ ବୋଲିଂ ସେ ସହିତ କ’ଣ କରିପାରିବେ … ଆମେ ପ୍ରତ୍ୟେକ ଖେଳାଳିଙ୍କ ସହ କଥା ହେଉ, ସେମାନଙ୍କର ଭୂମିକା ବଦଳିଛି ଏବଂ ହଁ ଆମେ ପାଣ୍ଡ୍ୟାଙ୍କ ସହ କଥା ହୋଇଛୁ।”
The post କାହିଁକି ପାଣ୍ଡ୍ୟା ହେଲେ ନାହିଁ ଅଧିନାୟକ; ଖୁଲାସା କଲେ ଅଗରକର appeared first on Dharitri Odia News.