ପାଣି ପାଇଁ ୩ ଘଣ୍ଟା ରାସ୍ତା ଅବରୋଧ
ପୁରୁଷୋତ୍ତମପୁର,୧୮ା୩(ସୀମାଞ୍ଚଳ ମିଶ୍ର): ସରକାର ପାନୀୟ ଜଳ ଯୋଗାଣକୁ ଗୁରୁତ୍ୱ ଦେଉଥିବା ବେଳେ ପ୍ରଶାସନ ଓ ସରପଞ୍ଚଙ୍କ ବୈମାତୃକ ମନୋଭାବ ଯୋଗୁ ଭୂତସରସିଙ୍ଗି ପଞ୍ଚାୟତର ଦାସିଆମାରି ପଲ୍ଲିରେ ଲୋକଙ୍କୁ ପାଣି ଟୋପାଏ ମିଳିପାରୁ ନ ଥିବାର ଅଭିଯୋଗ କରି ସୋମବାର ମହିଳାମାନେ ହାଣ୍ଡି ମାଠିଆ ଧରି ସକାଳ ୭ଟାରୁ ୧୦ଟା ପର୍ଯ୍ୟନ୍ତ କବିସୂର୍ଯ୍ୟନଗର-ପୁରୁଷୋତ୍ତମପୁର ମୁଖ୍ୟରାସ୍ତାକୁ ଅବରୋଧ କରି ଧାରଣାରେ ବସି ଆନ୍ଦୋଳନ କରିଥିଲେ। ଏହି ସମୟରେ ଆନ୍ଦୋଳନକାରୀଙ୍କୁ ବୁଝାଶୁଝା କରିବା ବଦଳରେ ସରପଞ୍ଚଙ୍କ ନାଲିଆଖି ଓ ଧମକକୁ ନେଇ […] The post ପାଣି ପାଇଁ ୩ ଘଣ୍ଟା ରାସ୍ତା ଅବରୋଧ appeared first on Dharitri Odia News.
ପୁରୁଷୋତ୍ତମପୁର,୧୮ା୩(ସୀମାଞ୍ଚଳ ମିଶ୍ର): ସରକାର ପାନୀୟ ଜଳ ଯୋଗାଣକୁ ଗୁରୁତ୍ୱ ଦେଉଥିବା ବେଳେ ପ୍ରଶାସନ ଓ ସରପଞ୍ଚଙ୍କ ବୈମାତୃକ ମନୋଭାବ ଯୋଗୁ ଭୂତସରସିଙ୍ଗି ପଞ୍ଚାୟତର ଦାସିଆମାରି ପଲ୍ଲିରେ ଲୋକଙ୍କୁ ପାଣି ଟୋପାଏ ମିଳିପାରୁ ନ ଥିବାର ଅଭିଯୋଗ କରି ସୋମବାର ମହିଳାମାନେ ହାଣ୍ଡି ମାଠିଆ ଧରି ସକାଳ ୭ଟାରୁ ୧୦ଟା ପର୍ଯ୍ୟନ୍ତ କବିସୂର୍ଯ୍ୟନଗର-ପୁରୁଷୋତ୍ତମପୁର ମୁଖ୍ୟରାସ୍ତାକୁ ଅବରୋଧ କରି ଧାରଣାରେ ବସି ଆନ୍ଦୋଳନ କରିଥିଲେ। ଏହି ସମୟରେ ଆନ୍ଦୋଳନକାରୀଙ୍କୁ ବୁଝାଶୁଝା କରିବା ବଦଳରେ ସରପଞ୍ଚଙ୍କ ନାଲିଆଖି ଓ ଧମକକୁ ନେଇ ମହିଳାମାନେ ଉତ୍ତ୍ୟକ୍ତ ହୋଇଉଠିଥିଲେ। ଫଳରେ ଏକ ଅପ୍ରୀତିକର ପରିସ୍ଥିତି ଉପୁଜିଥିଲା ଯାହାଦ୍ବାରା ଏହି ଆନ୍ଦୋଳନ ଯୋଗୁ ଦୀର୍ଘ ୩ ଘଣ୍ଟା କାଳ ଗାଡ଼ିମୋଟର ଚଳାଚଳ ସମ୍ପୂର୍ଣ୍ଣ ବନ୍ଦ ହୋଇପଡ଼ିଛି ପରୀକ୍ଷା କେନ୍ଦ୍ରକୁ ଯିବାରେ ବିଭିନ୍ନ ସ୍କୁଲ କଲେଜ ଛାତ୍ରୀଛାତ୍ର ଓ ବିଭିନ୍ନ କାର୍ଯ୍ୟରେ ଯାଉଥିବା ଲୋକେ ଘୋର ଅସୁବିଧାର ସମ୍ମୁଖୀନ ହୋଇଥିଲୋ। ଆନ୍ଦୋଳନକାରୀମାନେ ଅଭିଯୋଗ କରିଛନ୍ତି, ଦୁଇମାସ ହେଲା ପାନୀୟ ଜଳ ମିଳୁ ନ ଥିବାରୁ ପୋଖରୀ ପାଣି ବ୍ୟବହାର କରୁଛନ୍ତି। ଅଭିଯୋଗ କଲେ କେହି ଗୁରୁତ୍ୱ ଦେଉନାହାନ୍ତି। ସରପଞ୍ଚ ରାଜନୈତିକ ଅଭିସନ୍ଧି ରଖି ଗ୍ରାମବାସୀଙ୍କୁ ଅସହଯୋଗ କରୁଛନ୍ତି ବୋଲି କହିଛନ୍ତି। ଏହାର ଖବରପାଇ ପୁରୁଷୋତ୍ତମପୁର ପୋଲିସ ଘଟଣାସ୍ଥଳକୁ ଯାଇ ମହିଳା ବୁଝାଶୁଝା କରିବା ସହ ଗ୍ରାମ୍ୟ ଜଳ ଯୋଗାଣ କନିଷ୍ଠ ଯନ୍ତ୍ରୀ ଓ ବିଡିଓଙ୍କୁ ଘଟଣାସ୍ଥଳକୁ ଡକାଇ ଆଲୋଚନା କରି ତୁରନ୍ତ ସମସ୍ୟା ସମାଧାନ କରିବାର ପ୍ରତିଶ୍ରୁତି ଦେବା ସହ ଟ୍ୟାଙ୍କର ମାଧ୍ୟମରେ ପାଣି ଯୋଗାଇବା ପରେ ଆନ୍ଦୋଳନ ହଟିଥିଲା।
The post ପାଣି ପାଇଁ ୩ ଘଣ୍ଟା ରାସ୍ତା ଅବରୋଧ appeared first on Dharitri Odia News.