କାହିଁକି ବଢୁଛି ଏତେ ତାପମାତ୍ରା, ଜାଣନ୍ତୁ ପ୍ରକୃତ କାରଣ

ନୂଆଦିଲ୍ଲୀ,୧ା୬: ଦିନକୁ ଦିନ ତାପମାତ୍ରା ବଢ଼ି ଚାଲିଛି। ଏପରିକି ଅନେକ ସ୍ଥାନରେ ତାପମାତ୍ରା ବୃଦ୍ଧି ଯୋଗୁ ଲୋକଙ୍କ ଜୀବନ ମଧ୍ୟ ଯାଉଛି। ସବୁଠୁ ଚିନ୍ତାର କାରଣ ପାଲଟିଛି ରାଜଧାନୀ ଦିଲ୍ଲୀ। ତେବେ ଦିଲ୍ଲୀରେ ଏତେ ଗରମ କାହିଁକି ବୋଲି ମନରେ ପ୍ରଶ୍ନ ଉଠୁଛି। ପାଣିପାଗ ବିଭାଗ ଅନୁଯାୟୀ, ଏହା ପଛରେ ଅନେକ କାରଣ ରହିଛି। ପ୍ରଥମ କାରଣ ହେଉଛି ସୁଉଚ୍ଚ କୋଠା, ରାସ୍ତା, ପାର୍କିଂ କ୍ଷେତ୍ର ଏବଂ ଫୁଟପାଥ୍‌। ଯେଉଁ ଅଞ୍ଚଳରେ ଅଧିକ ବଡ଼ବଡ଼ ଅଟ୍ଟାଳିକା ଏବଂ […] The post କାହିଁକି ବଢୁଛି ଏତେ ତାପମାତ୍ରା, ଜାଣନ୍ତୁ ପ୍ରକୃତ କାରଣ appeared first on Dharitri Odia News.

କାହିଁକି ବଢୁଛି ଏତେ ତାପମାତ୍ରା, ଜାଣନ୍ତୁ ପ୍ରକୃତ କାରଣ

ନୂଆଦିଲ୍ଲୀ,୧ା୬: ଦିନକୁ ଦିନ ତାପମାତ୍ରା ବଢ଼ି ଚାଲିଛି। ଏପରିକି ଅନେକ ସ୍ଥାନରେ ତାପମାତ୍ରା ବୃଦ୍ଧି ଯୋଗୁ ଲୋକଙ୍କ ଜୀବନ ମଧ୍ୟ ଯାଉଛି। ସବୁଠୁ ଚିନ୍ତାର କାରଣ ପାଲଟିଛି ରାଜଧାନୀ ଦିଲ୍ଲୀ। ତେବେ ଦିଲ୍ଲୀରେ ଏତେ ଗରମ କାହିଁକି ବୋଲି ମନରେ ପ୍ରଶ୍ନ ଉଠୁଛି।

ପାଣିପାଗ ବିଭାଗ ଅନୁଯାୟୀ, ଏହା ପଛରେ ଅନେକ କାରଣ ରହିଛି। ପ୍ରଥମ କାରଣ ହେଉଛି ସୁଉଚ୍ଚ କୋଠା, ରାସ୍ତା, ପାର୍କିଂ କ୍ଷେତ୍ର ଏବଂ ଫୁଟପାଥ୍‌। ଯେଉଁ ଅଞ୍ଚଳରେ ଅଧିକ ବଡ଼ବଡ଼ ଅଟ୍ଟାଳିକା ଏବଂ ଶୁଖିଲା ଭୂପୃଷ୍ଠ ସଂରଚନା ଅଛି, ସେଠାରେ କମ୍‌ ଛାଇ ଏବଂ ଆର୍ଦ୍ରତା ଅଛି। ଯାହାକି ତାପମାତ୍ରା ବୃଦ୍ଧିର ମୁଖ୍ୟ କାରଣ। ଦ୍ୱିତୀୟ କାରଣ ହେଉଛି ଏହିପରି ଭିତ୍ତିଭୂମିରେ ବ୍ୟବହୃତ ସାମଗ୍ରୀ, ଯାହା ତାପମାତ୍ରା ବୃଦ୍ଧିରେ ବହୁତ ସହାୟକ ହୋଇଥାଏ। ବିଶେଷଜ୍ଞମାନେ କହିଛନ୍ତି, ଯଦି ଏକ ଅଞ୍ଚଳରେ ଅଧିକ କଂକ୍ରିଟ କୋଠା, ରାସ୍ତା କିମ୍ବା ଫୁଟ୍‌ପାଥ ଥାଏ ତେବେ ସେଠାରେ ତାପମାତ୍ରା ନିଶ୍ଚିତ ଭାବରେ ଅଧିକ ରହିବ।କାରଣ କଂକ୍ରିଟ ବାୟୁ ଅପେକ୍ଷା ୨୦୦୦ଗୁଣ ଅଧିକ ଉତ୍ତାପ ଗ୍ରହଣ କରିଥାଏ ଏବଂ ତାପମାତ୍ରା ବଢ଼ାଇଥାଏ। ବଡ଼ ଅଟ୍ଟାଳିକା ମଧ୍ୟ ପବନକୁ ରୋକିଥାଏ, ଯାହା ଭୂପୃଷ୍ଠର ତାପମାତ୍ରାକୁ ବଢ଼ାଇଥାଏ।

ତୃତୀୟ କାରଣ ହେଉଛି ସେହି ଅଞ୍ଚଳର ଜନସଂଖ୍ୟା। ଯଦିଓ ଏକ ଅଞ୍ଚଳ ବହୁତ ଘନ ଏବଂ ସେଠାରେ ଜନସଂଖ୍ୟା ଅଧିକ, ସେହି ଅଞ୍ଚଳର ତାପମାତ୍ରା ବି ବଢ଼ିଥାଏ। ଚତୁର୍ଥ କାରଣ ହେଉଛି ଯଦି କୌଣସି ଅଞ୍ଚଳରେ ଅଧିକ ଶପିଂ ମଲ୍‌ ଏବଂ ବାଣିଜି୍ୟକ ବିଲ୍ଡିଂ କମ୍ପ୍ଲେକ୍ସ ଥାଏ, ତେବେ ଏୟାରକଣ୍ଡିଶନର କାରଣରୁ ସ୍ଥାନୀୟ ତାପମାତ୍ରା ଅଧିକ ରହିବ। କାରଣ ବାୟୁମଣ୍ଡଳରେ ଏସି ବହୁ ଉତ୍ତାପ ବିସ୍ତାର କରିଥାଏ। ଉତ୍ତର ଏବଂ ମଧ୍ୟ ଭାରତର ସମସ୍ତ ରାଜ୍ୟ ପ୍ରବଳ ଗରମର ସମ୍ମୁଖୀନ ହେଉଛନ୍ତି। ଦିଲ୍ଲୀ ସେହି ରାଜ୍ୟମାନଙ୍କ ମଧ୍ୟରେ ଅଛି ଯାହା ତାପମାତ୍ରା ଦ୍ୱାରା ଅଧିକ ପ୍ରଭାବିତ ହୋଇଥାଏ।

ବିଶେଷଜ୍ଞମାନେ କହିଛନ୍ତି, ରାଜସ୍ଥାନରୁ ଆସୁଥିବା ଗରମ ପବନର ସମ୍ମୁଖୀନ ହେଉଛି ଦିଲ୍ଲୀର ଉପକଣ୍ଠ। ମୁଙ୍ଗେଶପୁର, ନରେଲା ନଜାଫଗଡ଼ ଇତ୍ୟାଦି ଅଞ୍ଚଳରେ ପ୍ରବଳ ଗରବ ଅନୁଭୂତ ହେଉଛି। ଏଭଳି ପରିସ୍ଥିତିରେ ଦିଲ୍ଲୀର ଆଭ୍ୟନ୍ତରୀଣ ଅଞ୍ଚଳ ତୁଳନାରେ ଏହି ଅଞ୍ଚଳରେ ତାପମାତ୍ରା ସାମାନ୍ୟ ଅଧିକ ହେବା ସ୍ବାଭାବିକ। ମୁଙ୍ଗେଶପୁରର ତାପମାତ୍ରା ଦିଲ୍ଲୀର ଅନ୍ୟ ଅଞ୍ଚଳ ତୁଳନାରେ ଅଧିକ ହେବାର ଏହା ଅନ୍ୟତମ କାରଣ ହୋଇପାରେ।

The post କାହିଁକି ବଢୁଛି ଏତେ ତାପମାତ୍ରା, ଜାଣନ୍ତୁ ପ୍ରକୃତ କାରଣ appeared first on Dharitri Odia News.