ଝିଅକୁ ବଳାତ୍କାର ବେଳେ ମା’ଙ୍କ ହାବୁଡ଼ରେ ପଡ଼ିଲେ ବାପା, ପରେ…

ଅନୁଗୋଳ,୭।୨ (ଅମିତ କୁମାର ସାମଲ): ଅନୁଗୋଳ ସଦର ଥାନା ପୋଲିସ ମଙ୍ଗଳବାର ଜଣେ ବଳାତ୍କାର ଅଭିଯୁକ୍ତ ବାପାଙ୍କୁ ଗିରଫ କରିଛି। ଗତ ୧ ତାରିଖରେ ଅଭିଯୁକ୍ତଙ୍କ ଝିଅ ଏ ନେଇ ଭବାନୀପାଟଣା ଥାନାରେ ଲିଖିତ ଅଭିଯୋଗ କରିଥିଲେ। ତେବେ ମାମଲା ଅନୁଗୋଳରେ ହୋଇଥିବାରୁ ଗତ ୩ ତାରିଖରେ ଉକ୍ତ ମାମଲା ଅନୁଗୋଳ ସଦର ଥାନାକୁ ସ୍ଥାନାନ୍ତର କରାଯାଇଥିଲା। ନଂ. ୯୧/୨୪ରେ ମାମଲା ରୁଜୁ କରି ସଦର ଥାନା ପୋଲିସ ଅଭିଯୁକ୍ତଙ୍କୁ ଗିରଫ କରିଥିବା ଥାନା ଅଧିକାରୀ ଧୀରେନ […] The post ଝିଅକୁ ବଳାତ୍କାର ବେଳେ ମା’ଙ୍କ ହାବୁଡ଼ରେ ପଡ଼ିଲେ ବାପା, ପରେ… appeared first on Dharitri Odia News.

ଝିଅକୁ ବଳାତ୍କାର ବେଳେ ମା’ଙ୍କ ହାବୁଡ଼ରେ ପଡ଼ିଲେ ବାପା, ପରେ…

ଅନୁଗୋଳ,୭।୨ (ଅମିତ କୁମାର ସାମଲ): ଅନୁଗୋଳ ସଦର ଥାନା ପୋଲିସ ମଙ୍ଗଳବାର ଜଣେ ବଳାତ୍କାର ଅଭିଯୁକ୍ତ ବାପାଙ୍କୁ ଗିରଫ କରିଛି। ଗତ ୧ ତାରିଖରେ ଅଭିଯୁକ୍ତଙ୍କ ଝିଅ ଏ ନେଇ ଭବାନୀପାଟଣା ଥାନାରେ ଲିଖିତ ଅଭିଯୋଗ କରିଥିଲେ। ତେବେ ମାମଲା ଅନୁଗୋଳରେ ହୋଇଥିବାରୁ ଗତ ୩ ତାରିଖରେ ଉକ୍ତ ମାମଲା ଅନୁଗୋଳ ସଦର ଥାନାକୁ ସ୍ଥାନାନ୍ତର କରାଯାଇଥିଲା। ନଂ. ୯୧/୨୪ରେ ମାମଲା ରୁଜୁ କରି ସଦର ଥାନା ପୋଲିସ ଅଭିଯୁକ୍ତଙ୍କୁ ଗିରଫ କରିଥିବା ଥାନା ଅଧିକାରୀ ଧୀରେନ ବେହେରା ସୂଚନା ଦେଇଛନ୍ତି।
ଥାନା ଅଧିକାରୀ କହିଛନ୍ତି, ଅନୁଗୋଳ ସଦର ଥାନା ଅଞ୍ଚଳର ଜଣେ ବ୍ୟକ୍ତି ତାଙ୍କ ୧୯ ବର୍ଷୀୟା ଝିଅଙ୍କୁ ବଳାତ୍କାର କରିଥିଲେ। କିଛିଦିନ ହେଲା ସେ ଏପରି କୁକର୍ମ କରିଆସୁଥିବା ବେଳେ ଘରେ କାହାକୁ ନ କହିବାକୁ ଝିଅଙ୍କୁ ଧମକ ଦେଉଥିଲେ। ଫଳରେ ଭୟରେ ଝିଅ ଏ ନେଇ ପାଟି ଫିଟାଉ ନ ଥିଲେ। ତେବେ ଗତ ଡିସେମ୍ବରରେ ସମ୍ପୃକ୍ତ ବ୍ୟକ୍ତି ଝିଅଙ୍କୁ ବଳାତ୍କାର ଉଦ୍ୟମ କରିବା ବେଳେ ସ୍ତ୍ରୀଙ୍କ ହାବୁଡ଼ରେ ପଡ଼ିଥିଲେ। ଏହାପରେ ଝିଅଙ୍କୁ ତାଙ୍କ ମା’ ନାଲ୍‌କୋ ଅଞ୍ଚଳରେ ଥିବା ପିଉସୀଙ୍କ ଘରକୁ ପଠାଇ ଦେଇଥିଲେ। ସେଠାରୁ ଯୁବତୀ ଜଣଙ୍କ ମାଉସୀ ଘର ଭବାନୀପାଟଣା ଚାଲିଯାଇଥିଲେ। ଗତ ୧ ତାରିଖରେ ସେ ଏ ନେଇ ଭବାନୀପାଟଣା ଥାନାରେ ଏତଲା ଦେଇଥିଲେ। ପୋଲିସ ନଂ. ୬୧/୨୪ରେ ମାମଲା ରୁଜୁ କରିଥିଲା। ହେଲେ ଘଟଣା ଅନୁଗୋଳ ସଦର ଥାନା ଅଞ୍ଚଳରେ ହୋଇଥିବାରୁ ମାମଲାକୁ ଅନୁଗୋଳ ସ୍ଥାନାନ୍ତର କରାଯାଇଥିଲା। ଅନୁଗୋଳ ପୋଲିସ ଅଭିଯୁକ୍ତଙ୍କୁ ଗିରଫ ପରେ କୋର୍ଟଚାଲାଣ କରିଥିବା ଥାନା ଅଧିକାରୀ ପ୍ରକାଶ କରିଛନ୍ତି।

The post ଝିଅକୁ ବଳାତ୍କାର ବେଳେ ମା’ଙ୍କ ହାବୁଡ଼ରେ ପଡ଼ିଲେ ବାପା, ପରେ… appeared first on Dharitri Odia News.