କାହିଁକି ଭାରତୀୟ ନୋଟ୍ରେ ରହିଥାଏ ଗାନ୍ଧୀଙ୍କ ଫଟୋ? ଜାଣନ୍ତୁ ଏହାର ରହସ୍ୟ…
ଆପଣ ପ୍ରତି ଭାରତୀୟ ନୋଟ୍ରେ ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ଫଟୋ ଦେଖିଥିବେ। ସେଇଟା ୧୦ଟଙ୍କିଆ ହେଉ କି ୫୦୦ ସବୁଥିରେ ଗାନ୍ଧୀଙ୍କ ଫଟୋ ଥିବା ନୋଟ୍ ରହିଛି। ହେଲେ କେବେ ଚିନ୍ତା କରିଛନ୍ତି କି, କାହିଁକି ଭାରତୀୟ ସବୁ ନୋଟ୍ରେ ଗାନ୍ଧୀମୁଣ୍ଡ ରହିଥାଏ। ଆସନ୍ତୁ ଜାଣିବା… ଗୁଜୁରାଟର ଅହମଦାବାଦରେ ଆଶ୍ଚର୍ଯ୍ୟ କରିଦେବା ଭଳି ଘଟଣା ସାମ୍ନାକୁ ଆସିଛି। ଯେଉଁଠି ଭାରତୀୟ ନୋଟ୍ରେ ଗାନ୍ଧୀଙ୍କ ବଦଳରେ ବଲିଉଡ ସିନେମା ଲୋକପ୍ରିୟ କଳାକାର ଅନୁପମ ଖେରଙ୍କ ଫଟୋ ଛପା […] The post କାହିଁକି ଭାରତୀୟ ନୋଟ୍ରେ ରହିଥାଏ ଗାନ୍ଧୀଙ୍କ ଫଟୋ? ଜାଣନ୍ତୁ ଏହାର ରହସ୍ୟ… appeared first on Dharitri Odia News.
ଆପଣ ପ୍ରତି ଭାରତୀୟ ନୋଟ୍ରେ ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ଫଟୋ ଦେଖିଥିବେ। ସେଇଟା ୧୦ଟଙ୍କିଆ ହେଉ କି ୫୦୦ ସବୁଥିରେ ଗାନ୍ଧୀଙ୍କ ଫଟୋ ଥିବା ନୋଟ୍ ରହିଛି। ହେଲେ କେବେ ଚିନ୍ତା କରିଛନ୍ତି କି, କାହିଁକି ଭାରତୀୟ ସବୁ ନୋଟ୍ରେ ଗାନ୍ଧୀମୁଣ୍ଡ ରହିଥାଏ। ଆସନ୍ତୁ ଜାଣିବା…
ଗୁଜୁରାଟର ଅହମଦାବାଦରେ ଆଶ୍ଚର୍ଯ୍ୟ କରିଦେବା ଭଳି ଘଟଣା ସାମ୍ନାକୁ ଆସିଛି। ଯେଉଁଠି ଭାରତୀୟ ନୋଟ୍ରେ ଗାନ୍ଧୀଙ୍କ ବଦଳରେ ବଲିଉଡ ସିନେମା ଲୋକପ୍ରିୟ କଳାକାର ଅନୁପମ ଖେରଙ୍କ ଫଟୋ ଛପା ଯାଇଥିବାର ଦେଖିବାକୁ ମିଳିଥିଲା। ସୂଚନାଥା କି, ଭାରତୀୟ ନୋଟ୍ରେ ସବୁବେଳେ କେବଳ ଗାନ୍ଧୀଙ୍କ ଫଟୋ ଛପା ଯାଇଥାଏ। ଏହାର କାରଣ ଜାଣନ୍ତି କି?
ଆମ ଦେଶ ସ୍ବାଧୀନତା ପାଇବା ପରେ ବ୍ୟାଙ୍କନୋଟ୍ରେ ବ୍ରିଟାନୀ ହୁକୁମତଙ୍କର ଫଷଟା ଛପା ଯାଇଥିଲା। ୧୯୪୭ ଅଗଷ୍ଟ ୧୫ ପରେ ସ୍ବତନ୍ତ୍ର ଭାରତ ଘୋଷଣାର କିଛି ମାସ ପରେ ଭାରତୀୟ ନୋଟ୍ରେ କିଙ୍ଗ ଜର୍ଜଙ୍କର vi ଙ୍କର ଫଟୋ ଥିଲା। ୧୯୪୯ ଯାଏଁ ଆରବିଆଇ କିଙ୍ଗ ଜର୍ଜଙ୍କ ଫଟୋ ଭାରତୀୟ ନୋଟ୍ରେ ଛାପୁଥିଲେ। କିନ୍ତୁ ଏହାପରେ ଭାରତ ସରକାର ଟଙ୍କିକିଆ ନୋଟରେ ନିଜର ନୂଆ ଡିଜାଇନ ଜାରି କଲେ। ଏଥିରେ ଅଶୋକ ସ୍ତମ୍ଭର ସିଂହ ଓ ରାଜଧାନୀର ପ୍ରତୀକକୁ ସ୍ଥାନ ଦିଆଯାଇଥିଲା।
ଧୀରେ ଧୀରେ ଏହି ଡିଜାଇନକୁ ମଧ୍ୟ ପରିବର୍ତ୍ତନ କରାଯାଇଥିଲା। ରାଷ୍ଟ୍ରୀୟ ଅପିଲ ପରେ ୧୯୯୬ରେ ଆରବିଆଇ ଗାନ୍ଧୀମୁଣ୍ଡ ଥିବା ନୋଟ୍ ଜାରି କରିଥିଲା। ୧୯୬୯ରେ ଗାନ୍ଧୀ ପ୍ରଥମ ଥର ପାଇଁ ଭାରତୀୟ ନୋଟ୍ରେ ଦେଖାଯାଥିଲେ। ଏହା ତାଙ୍କର ୧୦୦ତମ ଜୟନ୍ତୀ ଉପଲକ୍ଷେ ଜାରି କରାଯାଇଥିଲା।
The post କାହିଁକି ଭାରତୀୟ ନୋଟ୍ରେ ରହିଥାଏ ଗାନ୍ଧୀଙ୍କ ଫଟୋ? ଜାଣନ୍ତୁ ଏହାର ରହସ୍ୟ… appeared first on Dharitri Odia News.