ଲଜ୍ଜା! ବରଗଡ଼ରେ ନାବାଳିକା ଝିଅକୁ ବଳାତ୍କାର ଉଦ୍ୟମ କଲେ ପିଶାଚ ବାପ
ସରଣ୍ଡା,୨୪।୧(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜଣେ ବ୍ୟକ୍ତି ତାଙ୍କ ନାବାଳିକା ଝିଅକୁ ବଳାତ୍କାର ଉଦ୍ୟମ କରିଥିବା ଅଭିଯୋଗ ହୋଇଛି। ଅତାବିରା ଅଞ୍ଚଳରୁ ଏହି ଲଜ୍ଜାଜନକ ଘଟଣା ସାମ୍ନାକୁ ଆସିଛି। ପୀଡିତାଙ୍କ ମାଆଙ୍କ ଅଭିଯୋଗ ପରେ ଅଭିଯୁକ୍ତଙ୍କ ବିରୋଧରେ ଅତାବିରା ଥାନାରେ ଏକ ମାମଲା ରୁଜୁ କରାଯାଇଛି। ରିପୋର୍ଟ ଅନୁଯାୟୀ, ଦମ୍ପତିଙ୍କ ମଧ୍ୟରେ ‘ବିବାଦ’ ହେତୁ ଅଭିଯୁକ୍ତଙ୍କ ସ୍ତ୍ରୀ ସମ୍ବଲପୁର ଜିଲାରେ ତାଙ୍କ ବାପାମାଙ୍କ ଘରେ ଅଲଗା ରୁହନ୍ତି। ବେଳେ ବେଳେ ୧୨ ବର୍ଷୀୟ ଝିଅ ଏବଂ ୧୦ ବର୍ଷୀୟ […] The post ଲଜ୍ଜା! ବରଗଡ଼ରେ ନାବାଳିକା ଝିଅକୁ ବଳାତ୍କାର ଉଦ୍ୟମ କଲେ ପିଶାଚ ବାପ appeared first on Dharitri Odia News.
ସରଣ୍ଡା,୨୪।୧(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜଣେ ବ୍ୟକ୍ତି ତାଙ୍କ ନାବାଳିକା ଝିଅକୁ ବଳାତ୍କାର ଉଦ୍ୟମ କରିଥିବା ଅଭିଯୋଗ ହୋଇଛି। ଅତାବିରା ଅଞ୍ଚଳରୁ ଏହି ଲଜ୍ଜାଜନକ ଘଟଣା ସାମ୍ନାକୁ ଆସିଛି। ପୀଡିତାଙ୍କ ମାଆଙ୍କ ଅଭିଯୋଗ ପରେ ଅଭିଯୁକ୍ତଙ୍କ ବିରୋଧରେ ଅତାବିରା ଥାନାରେ ଏକ ମାମଲା ରୁଜୁ କରାଯାଇଛି।
ରିପୋର୍ଟ ଅନୁଯାୟୀ, ଦମ୍ପତିଙ୍କ ମଧ୍ୟରେ ‘ବିବାଦ’ ହେତୁ ଅଭିଯୁକ୍ତଙ୍କ ସ୍ତ୍ରୀ ସମ୍ବଲପୁର ଜିଲାରେ ତାଙ୍କ ବାପାମାଙ୍କ ଘରେ ଅଲଗା ରୁହନ୍ତି। ବେଳେ ବେଳେ ୧୨ ବର୍ଷୀୟ ଝିଅ ଏବଂ ୧୦ ବର୍ଷୀୟ ପୁଅକୁ ଭେଟିବା ପାଇଁ ବେଳେ ବେଳେ ଅତାବିରାରେ ତାଙ୍କ ସ୍ୱାମୀଙ୍କ ଘରକୁ ଆସୁଥିଲେ।
ପୀଡିତାଙ୍କ ମାଆଙ୍କ ଅଭିଯୋଗ ଅନୁଯାୟୀ, ବୁଧବାର ରାତିରେ ୩୬ ବର୍ଷୀୟ ବାପା ତାଙ୍କ ଝିଅକୁ ବଳାତ୍କାର ଉଦ୍ୟମ କରିଥିଲେ। ପରଦିନ ସକାଳେ ପୀଡିତା ଫୋନ୍ ଯୋଗେ ତାଙ୍କ ମାଆଙ୍କୁ ଏହା ଜଣାଇବା ପରେ ଘଟଣାଟି ସାମ୍ନାକୁ ଆସିଥିଲା। ଘଟଣା ଶୁଣି ପୀଡିତାଙ୍କ ମାଆ ଘରକୁ ଦୌଡ଼ି ଯାଇ ଅତାବିରା ଥାନାରେ ଅଭିଯୋଗ କରିଥିଲେ ଯାହା ପରେ ପୋଲିସ ଗତକାଳି ମଧ୍ୟ ରାତ୍ରୀରେ ଅଭିଯୁକ୍ତକୁ ଗିରଫ କରିଛି। ପୋଲିସ ଏବେ ଡିତାଙ୍କୁ ଡାକ୍ତରୀ ପରୀକ୍ଷା ପାଇଁ ହସ୍ପିଟାଲ ପଠାଇଛି।
The post ଲଜ୍ଜା! ବରଗଡ଼ରେ ନାବାଳିକା ଝିଅକୁ ବଳାତ୍କାର ଉଦ୍ୟମ କଲେ ପିଶାଚ ବାପ appeared first on Dharitri Odia News.