କାହିଁକି ମାଡ଼ ଖାଇଲେ ବିଏମସିର ଅତିରିକ୍ତ କମିସନର? ଘଟଣା ପଛରେ କାରଣ କଣ?

କୁହାଯାଉଛି ବାବୁ ବନାମ ନେତା, ଏହି ପୂରା ଘଟଣାର ମୂଳ । ସ୍ୱଚ୍ଛ ସାଥୀ ରେବତୀ ରାଉତ ଓ ବିଜେପି କର୍ମୀଙ୍କୁ ଦୁର୍ବ୍ୟବହାର ପରେ କଥା ବଢ଼ିଥିଲା । ଦଳୀୟ କର୍ମୀଙ୍କୁ ଅତିରିକ୍ତ କମିସନର ଜଗା ପ୍ରଧାନ କିଏ ବୋଲି ପ୍ରଶ୍ନ କରିବାରୁ ଉତକ୍ଷିପ୍ତ ହୋଇପଡ଼ିଥିଲେ ସମର୍ଥକ । ମିଶନ ଶକ୍ତିରେ କାମ କରୁଥିବା ଭୁବନେଶ୍ୱର ୩୪ ନମ୍ୱର ୱାର୍ଡର ସ୍ୱଚ୍ଛ ସାଥୀ ହେଉଛନ୍ତି ରେବତୀ ରାଉତ ।କୁହାଯାଉଛି, ଜୁନ୍ ୨୦ରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଓଡ଼ିଶା ଗସ୍ତବେଳେ, […] The post କାହିଁକି ମାଡ଼ ଖାଇଲେ ବିଏମସିର ଅତିରିକ୍ତ କମିସନର? ଘଟଣା ପଛରେ କାରଣ କଣ? appeared first on Odisha.News.

କାହିଁକି ମାଡ଼ ଖାଇଲେ ବିଏମସିର ଅତିରିକ୍ତ କମିସନର? ଘଟଣା ପଛରେ କାରଣ କଣ?

କୁହାଯାଉଛି ବାବୁ ବନାମ ନେତା, ଏହି ପୂରା ଘଟଣାର ମୂଳ । ସ୍ୱଚ୍ଛ ସାଥୀ ରେବତୀ ରାଉତ ଓ ବିଜେପି କର୍ମୀଙ୍କୁ ଦୁର୍ବ୍ୟବହାର ପରେ କଥା ବଢ଼ିଥିଲା । ଦଳୀୟ କର୍ମୀଙ୍କୁ ଅତିରିକ୍ତ କମିସନର ଜଗା ପ୍ରଧାନ କିଏ ବୋଲି ପ୍ରଶ୍ନ କରିବାରୁ ଉତକ୍ଷିପ୍ତ ହୋଇପଡ଼ିଥିଲେ ସମର୍ଥକ ।

ମିଶନ ଶକ୍ତିରେ କାମ କରୁଥିବା ଭୁବନେଶ୍ୱର ୩୪ ନମ୍ୱର ୱାର୍ଡର ସ୍ୱଚ୍ଛ ସାଥୀ ହେଉଛନ୍ତି ରେବତୀ ରାଉତ ।କୁହାଯାଉଛି, ଜୁନ୍ ୨୦ରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଓଡ଼ିଶା ଗସ୍ତବେଳେ, ସେ କିଛି ଲୋକଙ୍କୁ ଯୋଗାଡ଼ କରି ବିଜେପି ବର୍ଷ ପୂର୍ତ୍ତି କାର୍ଯ୍ୟକ୍ରମକୁ ନେଇଥିଲେ । ଅଭିଯୋଗ ଅନୁସାରେ ଏଥିପାଇଁ ତାଙ୍କୁ ଚାକିରି ନେଇଯିବାର ଭୟ ଦେଖାଇଥିଲେ ବିଏମ୍‌ସି ଅତିରିକ୍ତ କମିସନର ରତ୍ନାକର ସାହୁ । ଏ ନେଇ ଖାରବେଳନଗର ଥାନାରେ ତାଙ୍କ ବିରୋଧରେ ଏତଲା ବି ଦେଇଥିଲେ ରେବତୀ ।

ଘଟଣାର ସତ୍ୟାସତ୍ୟ ଜାଣିବା ପାଇଁ ଅତିରିକ୍ତ କମିସନରଙ୍କୁ ଫୋନ୍‌ କରିଥିଲେ ବିଜେପି ନେତା ଜଗନ୍ନାଥ ପ୍ରଧାନ । ହେଲେ ରତ୍ନାକର ସାହୁ ତାଙ୍କୁ ଫୋନରେ ଅଶାଳୀନ ବ୍ୟବହାର କରିଥିବା ଅଭିଯୋଗ କରିଛନ୍ତି ଜଗନ୍ନାଥ । ଏଥିରେ ଉତକ୍ଷିପ୍ତ ହୋଇ ବିଏମ୍‌ସି ଅଫିସରେ ପହଞ୍ଚିଥିଲେ ବିଜେପି କର୍ମୀ । ଆଉ ତା ପରେ ଆରମ୍ଭ ହୋଇଥିଲା ମାଡ଼ ।

ଜଗନ୍ନାଥ ପ୍ରଧାନଙ୍କ କହିବା ହେଲା, ସ୍ବଚ୍ଛ ସାଥୀ ଓ ଦଳୀୟ କର୍ମୀଙ୍କୁ ଖରାପ ବ୍ୟବହାର କରିବାରୁ ଏଭଳି ପରିସ୍ଥିତି ସୃଷ୍ଟି ହେଲା । ଯାହାର ଜବାବ ରଖିଛନ୍ତି ଅତିରିକ୍ତ କମିଶନର ରତ୍ନାକର ସାହୁ । ସେପଟେ ସର୍ବସାଧାରଣରେ ଜଣେ କାର୍ଯ୍ୟରତ ଅଧିକାରୀଙ୍କୁ ମାଡ଼ମରା ଘଟଣାରେ ରାଜ୍ୟ ସରକାର ଓ ବିଜେପିକୁ ଘେରିଛନ୍ତି ବିରୋଧୀ । ତେବେ ଅଧିକାରୀଙ୍କୁ ମାଡ଼ ଘଟଣାରେ ତମ୍ୱିତୋଫାନ ସତ୍ତ୍ୱେ ମାଡ଼ ତତ୍ତ୍ୱ ସପକ୍ଷରେ ଯୁକ୍ତି ବାଢ଼ିଛନ୍ତି ବିଜେପି ନେତା ଜଗନ୍ନାଥ ପ୍ରଧାନ । ଜନପ୍ରତିନିଧିଙ୍କୁ ଉଚିତ ସମ୍ମାନ ଦିଆନଗଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଖୋଲାଖୋଲି ଚେତାବନୀ ଦେଇଛନ୍ତି ।

The post କାହିଁକି ମାଡ଼ ଖାଇଲେ ବିଏମସିର ଅତିରିକ୍ତ କମିସନର? ଘଟଣା ପଛରେ କାରଣ କଣ? appeared first on Odisha.News.