କିଏ ଛେଳି ଚରାଉଥିଲେ ତ କିଏ ମୁଗ ଉପାଡୁଥିଲେ, ପଛପଟୁ ଆସିଲା ବାର୍ହା, ଆଉ ତା’ ପରେ…
ଦିଗପହଣ୍ଡି,୨୪ା୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଅଞ୍ଚଳରେ ସୋମବାର ସକାଳେ ବନ୍ୟଜନ୍ତୁ ବାର୍ହା ଆକ୍ରମଣରେ ଜଣେ ମହିଳାଙ୍କ ସମେତ ୩ ଜଣ ଗୁରୁତର ହୋଇଛନ୍ତି। ଆହତମାନେ ହେଲେ ପୁରୁଣା ଗୁମ୍ମା ଗ୍ରାମର ଅଭିମନ୍ୟୁ ମହାଙ୍କୁଡ଼(୭୦), ମୌଳାଭଞ୍ଜା ଗ୍ରାମର ବି. ଚକ୍ରପାଣି(୬୫) ଏବଂ ଫାସିଗୁଡ଼ା ଗ୍ରାମର ସଙ୍ଗୀତା ନାଇକ(୫୦)। ସେମାନଙ୍କୁ ଉଦ୍ଧାର କରି ଦିଗପହଣ୍ଡି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ପ୍ରାଥମିକ ଚିକିତ୍ସା ପରେ ସମସ୍ତ ଗୁରୁତରଙ୍କୁ ବ୍ରହ୍ମପୁର ବଡ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି। ସଙ୍ଗୀତା ଚାଷ […] The post କିଏ ଛେଳି ଚରାଉଥିଲେ ତ କିଏ ମୁଗ ଉପାଡୁଥିଲେ, ପଛପଟୁ ଆସିଲା ବାର୍ହା, ଆଉ ତା’ ପରେ… appeared first on Dharitri Odia News.
ଦିଗପହଣ୍ଡି,୨୪ା୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଅଞ୍ଚଳରେ ସୋମବାର ସକାଳେ ବନ୍ୟଜନ୍ତୁ ବାର୍ହା ଆକ୍ରମଣରେ ଜଣେ ମହିଳାଙ୍କ ସମେତ ୩ ଜଣ ଗୁରୁତର ହୋଇଛନ୍ତି। ଆହତମାନେ ହେଲେ ପୁରୁଣା ଗୁମ୍ମା ଗ୍ରାମର ଅଭିମନ୍ୟୁ ମହାଙ୍କୁଡ଼(୭୦), ମୌଳାଭଞ୍ଜା ଗ୍ରାମର ବି. ଚକ୍ରପାଣି(୬୫) ଏବଂ ଫାସିଗୁଡ଼ା ଗ୍ରାମର ସଙ୍ଗୀତା ନାଇକ(୫୦)। ସେମାନଙ୍କୁ ଉଦ୍ଧାର କରି ଦିଗପହଣ୍ଡି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ପ୍ରାଥମିକ ଚିକିତ୍ସା ପରେ ସମସ୍ତ ଗୁରୁତରଙ୍କୁ ବ୍ରହ୍ମପୁର ବଡ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି। ସଙ୍ଗୀତା ଚାଷ ଜମିରେ ମୁଗ ଫସଲ ତୋଳୁଥିବା ବେଳେ ଏକ ବାର୍ହାତାଙ୍କୁ ଆକ୍ରମଣ କରିଥିଲା। ସେହିପରି ଅଭିମନ୍ୟୁ ଏବଂ ଚକ୍ରପାଣି ଛେଳି ଚରାଉଥିବା ବେଳେ ବାର୍ହା ହାବୁଡ଼ରେ ପଡ଼ିଥିଲେ। ଗତ କିଛିଦିନ ହେଲା ଦିଗପହଣ୍ଡି ଗ୍ରାମାଞ୍ଚଳରେ ବାର୍ହା ଉପଦ୍ରବ ବୃଦ୍ଧି ପାଇଛି। ବାର୍ହାପଲ ଚାଷୀଙ୍କ ପନିପରିବା ଫସଲ ବ୍ୟାପକ ପରିମାଣରେ ନଷ୍ଟ କରୁଥିବା ଅଭିଯୋଗ ହୋଇଛି।
The post କିଏ ଛେଳି ଚରାଉଥିଲେ ତ କିଏ ମୁଗ ଉପାଡୁଥିଲେ, ପଛପଟୁ ଆସିଲା ବାର୍ହା, ଆଉ ତା’ ପରେ… appeared first on Dharitri Odia News.