ପାକିସ୍ତାନରେ ଡାକ୍ତରଙ୍କ ଘୋର ଅଭାବ, ଚିକିତ୍ସା ଅଭାବରୁ ପ୍ରତିଦିନ ୭୦୦୦ ଶିଶୁଙ୍କର ହେଉଛି ମୃତ୍ୟୁ!

ଇସଲାମାବାଦ,୮।୪: ପାକିସ୍ତାନରେ ସ୍ବାସ୍ଥ୍ୟ ବ୍ୟବସ୍ଥା କିପରି ଭୁଶୁଡି ପଡିଛି ସେଠାକାର ଶିଶୁଙ୍କ ମୃତ୍ୟୁକୁ ଦେଖିଲେ ସହଜରେ ଆକଳନ କରାଯାଇପାରିବ। ସ୍ବାସ୍ଥ୍ୟ ବିଶେଷଜ୍ଞମାନେ କହିଛନ୍ତି ଯେ ପାକିସ୍ତାନରେ ପ୍ରତିଦିନ ପ୍ରାୟ ୭,୦୦୦ ନବଜାତ ଏବଂ ଶିଶୁଙ୍କର ମୃତ୍ୟୁ ହେଉଛି। ଏଥିମଧ୍ୟରୁ ହାରାହାରି ୧୫୦ ପିଲା ଏମିତି ଅଛନ୍ତି ଯେଉଁମାନେ ଜନ୍ମ ସମୟରେ ଅସ୍ବାଭାବିକତା ହେତୁ ଜୀବନ ହରାନ୍ତି । ସ୍ବାସ୍ଥ୍ୟ ବିଶେଷଜ୍ଞଙ୍କ ଅନୁଯାୟୀ, ଏହାର ମୁଖ୍ୟ କାରଣ ହେଉଛି ଶିଶୁ ସର୍ଜନଙ୍କ ଅଭାବ। ଜିଓ ନ୍ୟୁଜର ରିପୋର୍ଟ ଅନୁଯାୟୀ […] The post ପାକିସ୍ତାନରେ ଡାକ୍ତରଙ୍କ ଘୋର ଅଭାବ, ଚିକିତ୍ସା ଅଭାବରୁ ପ୍ରତିଦିନ ୭୦୦୦ ଶିଶୁଙ୍କର ହେଉଛି ମୃତ୍ୟୁ! appeared first on Dharitri Odia News.

ପାକିସ୍ତାନରେ ଡାକ୍ତରଙ୍କ ଘୋର ଅଭାବ, ଚିକିତ୍ସା ଅଭାବରୁ ପ୍ରତିଦିନ ୭୦୦୦ ଶିଶୁଙ୍କର ହେଉଛି ମୃତ୍ୟୁ!

ଇସଲାମାବାଦ,୮।୪: ପାକିସ୍ତାନରେ ସ୍ବାସ୍ଥ୍ୟ ବ୍ୟବସ୍ଥା କିପରି ଭୁଶୁଡି ପଡିଛି ସେଠାକାର ଶିଶୁଙ୍କ ମୃତ୍ୟୁକୁ ଦେଖିଲେ ସହଜରେ ଆକଳନ କରାଯାଇପାରିବ। ସ୍ବାସ୍ଥ୍ୟ ବିଶେଷଜ୍ଞମାନେ କହିଛନ୍ତି ଯେ ପାକିସ୍ତାନରେ ପ୍ରତିଦିନ ପ୍ରାୟ ୭,୦୦୦ ନବଜାତ ଏବଂ ଶିଶୁଙ୍କର ମୃତ୍ୟୁ ହେଉଛି। ଏଥିମଧ୍ୟରୁ ହାରାହାରି ୧୫୦ ପିଲା ଏମିତି ଅଛନ୍ତି ଯେଉଁମାନେ ଜନ୍ମ ସମୟରେ ଅସ୍ବାଭାବିକତା ହେତୁ ଜୀବନ ହରାନ୍ତି । ସ୍ବାସ୍ଥ୍ୟ ବିଶେଷଜ୍ଞଙ୍କ ଅନୁଯାୟୀ, ଏହାର ମୁଖ୍ୟ କାରଣ ହେଉଛି ଶିଶୁ ସର୍ଜନଙ୍କ ଅଭାବ।
ଜିଓ ନ୍ୟୁଜର ରିପୋର୍ଟ ଅନୁଯାୟୀ ଆସୋସିଏସନ ଅଫ ପେଡିଆଟ୍ରିକ ସର୍ଜନ ଅଫ ପାକିସ୍ଥାନ (ଏପିଏସପି) ର ସଭାପତି ପ୍ରଫେସର ଡକ୍ଟର ମହମ୍ମଦ ଅର୍ଶଦ ଦେଶରେ ଶିଶୁଙ୍କ ମୃତ୍ୟୁକୁ ଆଲୋକିତ କରିଛନ୍ତି। ସେ କହିଛନ୍ତି ଯେ ପାକିସ୍ତାନରେ ପ୍ରତିବର୍ଷ ପ୍ରାୟ ୨୫ ଲକ୍ଷ ପିଲା ମରୁଛନ୍ତି। ଯଦି ପାକିସ୍ତାନର ଜିଲା ମୁଖ୍ୟାଳୟ ଡାକ୍ତରଖାନା (DHQs) ରେ ଶିଶୁରୋଗ ସର୍ଜନଙ୍କ ସଂଖ୍ୟା ବୃଦ୍ଧି କରାଯାଇ ନିୟୋଜିତ ହୁଏ, ତେବେ ଏହି ଶିଶୁମାନଙ୍କ ମଧ୍ୟରୁ ଅନେକଙ୍କ ଜୀବନ ରକ୍ଷା କରାଯାଇ ପାରିବ।

The post ପାକିସ୍ତାନରେ ଡାକ୍ତରଙ୍କ ଘୋର ଅଭାବ, ଚିକିତ୍ସା ଅଭାବରୁ ପ୍ରତିଦିନ ୭୦୦୦ ଶିଶୁଙ୍କର ହେଉଛି ମୃତ୍ୟୁ! appeared first on Dharitri Odia News.