୩୩ ଜଣ ଭାରତୀୟଙ୍କୁ ଦାସତ୍ୱରୁ ମୁକ୍ତ କଲା ଇଟାଲୀ ପୋଲିସ
ନୂଆଦିଲ୍ଲୀ: ୩୩ ଜଣ ଭାରତୀୟଙ୍କୁ ଦାସତ୍ୱରୁ ମୁକ୍ତ କରିଛି ଇଟାଲୀ ପୋଲିସ। ସେମାନଙ୍କର ଦୁଇ ଅଭିଯୁକ୍ତଙ୍କଠାରୁ ପ୍ରାୟ ଦେଢ ଲକ୍ଷ ୟୁରୋ ଜବତ କରିଛନ୍ତି। ଏକ ମାମଲାରେ ଜଣେ ଭାରତୀୟ ଫଳ ସଂଗ୍ରହକାରୀଙ୍କ ମେସିନ୍ ଦ୍ୱାରା ହାତ କଟିଯିବା ପରେ ତାଙ୍କର ମୃତ୍ୟୁ ଘଟିଥିଲା। ପୋଲିସ୍ କହିଛି ଯେ ଏହି ଗ୍ୟାଙ୍ଗର ଲିଡର ତଥା ଅଭିଯୁକ୍ତ ମଧ୍ୟ ଭାରତରୁ ଆସିଛି। ପ୍ରତ୍ୟେକଙ୍କୁ 17,000 ୟୁରୋ ଦେବାସହ ଭଲ ଭବିଷ୍ୟତର ପ୍ରତିଶ୍ରୁତି ଦେବାକୁ କହୁଥିଲା। ହେଲେ ପ୍ରବାସୀମାନଙ୍କୁ ସପ୍ତାହରେ ସାତ ଦିନ ଓ ଦିନକୁ ୧୦-୧୨ ଘଣ୍ଟା କାମ କରାଇବା ସହ ପାରିଶ୍ରମିକ ବାବଦକୁ ମାତ୍ର ୪ ୟୁରୋ ଦିଆଯାଉଥିଲା। ଯାହାକି ସେମାନଙ୍କ ସବୁ ମଜୁରୀ ନଦିଆଯାଇ ସେମାନଙ୍କଠାରୁ ସମ୍ପୂର୍ଣ୍ଣ କଟାଯାଇଥିଲା। ପୋଲିସର ବିବୃତ୍ତିରେ କୁହାଯାଇଛି ଯେ କିଛି ଲୋକଙ୍କୁ ସ୍ଥାୟୀ କାର୍ଯ୍ୟ ଅନୁମତି ପାଇଁ ଅତିରିକ୍ତ 13,000 ୟୁରୋ ଦେବାକୁ ହେଲେ ମାଗଣାରେ କାମ ଜାରି ରଖିବାକୁ କୁହାଯାଇଥିଲା ଯାହା ବାସ୍ତବରେ ସେମାନଙ୍କୁ କେବେ ଦିଆଯାଇ ନଥାନ୍ତା। ପୋଲିସ କହିଛି ଯେ ଏଭଳି ଲୋକଙ୍କୁ ଦାସତ୍ୱ ଏବଂ ଶ୍ରମ ଶୋଷଣ ସହ ଜଡିତ ଅପରାଧରେ ଦୋଷୀ ସାବ୍ୟସ୍ତ ହୋଇଥିବାବେଳେ ପୀଡିତାଙ୍କୁ ସୁରକ୍ଷା, କାର୍ଯ୍ୟ ସୁଯୋଗ ଏବଂ ଆଇନଗତ ଆବାସିକ କାଗଜପତ୍ର ଦିଆଯିବ।
ନୂଆଦିଲ୍ଲୀ: ୩୩ ଜଣ ଭାରତୀୟଙ୍କୁ ଦାସତ୍ୱରୁ ମୁକ୍ତ କରିଛି ଇଟାଲୀ ପୋଲିସ। ସେମାନଙ୍କର ଦୁଇ ଅଭିଯୁକ୍ତଙ୍କଠାରୁ ପ୍ରାୟ ଦେଢ ଲକ୍ଷ ୟୁରୋ ଜବତ କରିଛନ୍ତି। ଏକ ମାମଲାରେ ଜଣେ ଭାରତୀୟ ଫଳ ସଂଗ୍ରହକାରୀଙ୍କ ମେସିନ୍ ଦ୍ୱାରା ହାତ କଟିଯିବା ପରେ ତାଙ୍କର ମୃତ୍ୟୁ ଘଟିଥିଲା। ପୋଲିସ୍ କହିଛି ଯେ ଏହି ଗ୍ୟାଙ୍ଗର ଲିଡର ତଥା ଅଭିଯୁକ୍ତ ମଧ୍ୟ ଭାରତରୁ ଆସିଛି।
ପ୍ରତ୍ୟେକଙ୍କୁ 17,000 ୟୁରୋ ଦେବାସହ ଭଲ ଭବିଷ୍ୟତର ପ୍ରତିଶ୍ରୁତି ଦେବାକୁ କହୁଥିଲା। ହେଲେ ପ୍ରବାସୀମାନଙ୍କୁ ସପ୍ତାହରେ ସାତ ଦିନ ଓ ଦିନକୁ ୧୦-୧୨ ଘଣ୍ଟା କାମ କରାଇବା ସହ ପାରିଶ୍ରମିକ ବାବଦକୁ ମାତ୍ର ୪ ୟୁରୋ ଦିଆଯାଉଥିଲା। ଯାହାକି ସେମାନଙ୍କ ସବୁ ମଜୁରୀ ନଦିଆଯାଇ ସେମାନଙ୍କଠାରୁ ସମ୍ପୂର୍ଣ୍ଣ କଟାଯାଇଥିଲା।
ପୋଲିସର ବିବୃତ୍ତିରେ କୁହାଯାଇଛି ଯେ କିଛି ଲୋକଙ୍କୁ ସ୍ଥାୟୀ କାର୍ଯ୍ୟ ଅନୁମତି ପାଇଁ ଅତିରିକ୍ତ 13,000 ୟୁରୋ ଦେବାକୁ ହେଲେ ମାଗଣାରେ କାମ ଜାରି ରଖିବାକୁ କୁହାଯାଇଥିଲା ଯାହା ବାସ୍ତବରେ ସେମାନଙ୍କୁ କେବେ ଦିଆଯାଇ ନଥାନ୍ତା। ପୋଲିସ କହିଛି ଯେ ଏଭଳି ଲୋକଙ୍କୁ ଦାସତ୍ୱ ଏବଂ ଶ୍ରମ ଶୋଷଣ ସହ ଜଡିତ ଅପରାଧରେ ଦୋଷୀ ସାବ୍ୟସ୍ତ ହୋଇଥିବାବେଳେ ପୀଡିତାଙ୍କୁ ସୁରକ୍ଷା, କାର୍ଯ୍ୟ ସୁଯୋଗ ଏବଂ ଆଇନଗତ ଆବାସିକ କାଗଜପତ୍ର ଦିଆଯିବ।