କିଏ ପାଇବ ସୁଭଦ୍ରା ଟଙ୍କା? ସୁଭଦ୍ରା ପାଇଁ କିଏ ଯୋଗ୍ୟ, କିଏ ଅଯୋଗ୍ୟ?

କନକ ବ୍ୟୁରୋ: ସୁଭଦ୍ରା ଯୋଜନାରେ ସାମିଲ ହେବେ କେମିତି। ଆସିଲା ଗାଇଡଲାଇନ୍। ନିର୍ବାଚନ ବେଳେ ବିଜେପି ଏହି ଯୋଜନା ବାବଦରେ ଘୋଷଣା କରିଥିଲା । ଆଉ ଏହି ଯୋଜନା ହିଁ ବିଜେପିକୁ କ୍ଷମତାକୁ ଆଣିଛି ବୋଲି କୁହାଯାଉଛି। ବଡ଼ କଥା ହେଉଛି ଗଳା ବାଟ ଦେଇ ଲାଭ ନେଇଥିଲେ ପରେ ଫେରାଇବେ ଟଙ୍କା। ସୁଭଦ୍ରା ହିତାଧିକାରୀ ଆବେଦନ କରିବା ସମୟରେ ନିର୍ଭୁଲ ସୂଚନା ଦେବା ଜରୁରୀ। ଯଦି ପରବର୍ତ୍ତୀ ସମୟରେ ହିତାଧିକାରୀ ଅଯୋଗ୍ୟ ପ୍ରମାଣିତ ହୁଅନ୍ତି ଟଙ୍କା ଫେରସ୍ତ କରିବେ। ଏପରିକି ଆଇନଗତ କାର୍ୟ୍ୟାନୁଷ୍ଠାନ ମଧ୍ୟ ଗ୍ରହଣ କରାଯିବ। ଯଦି ହିତାଧିକାରୀଙ୍କ ମୃତ୍ୟୁ ହୁଏ ତେବେ ସୁଭଦ୍ରା ରାଶି ବାତିଲ କରାଯିବ ଓ ମୃତକ ହିତାଧିକାରୀଙ୍କ ନାଁରେ ପରିବାରର କେହି ଟଙ୍କା ନେବାକୁ ଦାବି କରିପାରିବେନି।  ସୁଭଦ୍ରା ଯୋଜନାକୁ ନେଇ ଗାଇଡଲାଇନ ଆସିବା ପରେ ହିତାଧିକାରୀଙ୍କ ମନରେ ଉତ୍କଣ୍ଠା ବଢିଛି।  ୫ ବର୍ଷରେ ୧୦ଟି କିସ୍ତିରେ ୫୦ ହଜାର ଟଙ୍କା ମହିଳାଙ୍କୁ ଦେବେ ମୋହନ ସରକାର। ୨୧ରୁ ୬୦ ବର୍ଷର ମହିଳା ଏହି ଯୋଜନାର ଲାଭ ପାଇବେ। ତେବେ ଏହି ଯୋଜନା ପାଇଁ କିଏ ଯୋଗ୍ୟ ଓ କିଏ ଅଯୋଗ୍ୟ ସେନେଇ ସରକାର ନିର୍ଦ୍ଦେଶାବଳୀ ଆଣିଛନ୍ତି। କାହାକୁ ମିଳିବନି ସୁଭଦ୍ରା ଟଙ୍କା?  -    ୧ ଜୁଲାଇ ୨୦୨୪ ସୁଦ୍ଧା ୨୧ ବର୍ଷରୁ କମ କିମ୍ବା ୬୦ ବଷର୍ରୁ ଅଧିକ ହୋଇଥିଲେ-    କେନ୍ଦ୍ର କିମ୍ବା ରାଜ୍ୟର ପେନସନ, ଛାତ୍ରବୃତ୍ତି ବାବଦକୁ ମାସିକ ୧୫୦୦, ବାର୍ଷିକ ୧୮୦୦୦ ଟଙ୍କା ମିଳୁଥିଲେ

କିଏ ପାଇବ ସୁଭଦ୍ରା ଟଙ୍କା? ସୁଭଦ୍ରା ପାଇଁ କିଏ ଯୋଗ୍ୟ, କିଏ ଅଯୋଗ୍ୟ?

କନକ ବ୍ୟୁରୋ: ସୁଭଦ୍ରା ଯୋଜନାରେ ସାମିଲ ହେବେ କେମିତି। ଆସିଲା ଗାଇଡଲାଇନ୍। ନିର୍ବାଚନ ବେଳେ ବିଜେପି ଏହି ଯୋଜନା ବାବଦରେ ଘୋଷଣା କରିଥିଲା । ଆଉ ଏହି ଯୋଜନା ହିଁ ବିଜେପିକୁ କ୍ଷମତାକୁ ଆଣିଛି ବୋଲି କୁହାଯାଉଛି। ବଡ଼ କଥା ହେଉଛି ଗଳା ବାଟ ଦେଇ ଲାଭ ନେଇଥିଲେ ପରେ ଫେରାଇବେ ଟଙ୍କା।

ସୁଭଦ୍ରା ହିତାଧିକାରୀ ଆବେଦନ କରିବା ସମୟରେ ନିର୍ଭୁଲ ସୂଚନା ଦେବା ଜରୁରୀ। ଯଦି ପରବର୍ତ୍ତୀ ସମୟରେ ହିତାଧିକାରୀ ଅଯୋଗ୍ୟ ପ୍ରମାଣିତ ହୁଅନ୍ତି ଟଙ୍କା ଫେରସ୍ତ କରିବେ। ଏପରିକି ଆଇନଗତ କାର୍ୟ୍ୟାନୁଷ୍ଠାନ ମଧ୍ୟ ଗ୍ରହଣ କରାଯିବ। ଯଦି ହିତାଧିକାରୀଙ୍କ ମୃତ୍ୟୁ ହୁଏ ତେବେ ସୁଭଦ୍ରା ରାଶି ବାତିଲ କରାଯିବ ଓ ମୃତକ ହିତାଧିକାରୀଙ୍କ ନାଁରେ ପରିବାରର କେହି ଟଙ୍କା ନେବାକୁ ଦାବି କରିପାରିବେନି।

 ସୁଭଦ୍ରା ଯୋଜନାକୁ ନେଇ ଗାଇଡଲାଇନ ଆସିବା ପରେ ହିତାଧିକାରୀଙ୍କ ମନରେ ଉତ୍କଣ୍ଠା ବଢିଛି।  ୫ ବର୍ଷରେ ୧୦ଟି କିସ୍ତିରେ ୫୦ ହଜାର ଟଙ୍କା ମହିଳାଙ୍କୁ ଦେବେ ମୋହନ ସରକାର। ୨୧ରୁ ୬୦ ବର୍ଷର ମହିଳା ଏହି ଯୋଜନାର ଲାଭ ପାଇବେ। ତେବେ ଏହି ଯୋଜନା ପାଇଁ କିଏ ଯୋଗ୍ୟ ଓ କିଏ ଅଯୋଗ୍ୟ ସେନେଇ ସରକାର ନିର୍ଦ୍ଦେଶାବଳୀ ଆଣିଛନ୍ତି। 
କାହାକୁ ମିଳିବନି ସୁଭଦ୍ରା ଟଙ୍କା? 

-    ୧ ଜୁଲାଇ ୨୦୨୪ ସୁଦ୍ଧା ୨୧ ବର୍ଷରୁ କମ କିମ୍ବା ୬୦ ବଷର୍ରୁ ଅଧିକ ହୋଇଥିଲେ
-    କେନ୍ଦ୍ର କିମ୍ବା ରାଜ୍ୟର ପେନସନ, ଛାତ୍ରବୃତ୍ତି ବାବଦକୁ ମାସିକ ୧୫୦୦, ବାର୍ଷିକ ୧୮୦୦୦ ଟଙ୍କା ମିଳୁଥିଲେ 
-    ୫ ଏକରରୁ ଅଧିକ ଜଳସେଚିତ ଓ ୧୦ ଏକରରୁ ଅଧିକ ଅଣଜଳସେଚିତ ଜମି ଥିଲେ ଅଯୋଗ୍ୟ
-    ନିଜେ କିମ୍ବା ପରିବାରର ସଦସ୍ୟ ଆୟକର ଦେଉଥିଲେ 
-    ୱାର୍ଡମେମ୍ବର ଓ କାଉନସିଲରଙ୍କୁ ଛାଡି ନିଜେ କିମ୍ବା ପରିବାରର କେହି ନିର୍ବାଚିତ ଜନପ୍ରତିନିଧି ହୋଇଥିଲେ 
-    ରାଜ୍ୟ କିମ୍ବା କେନ୍ଦ୍ରର କର୍ମଚାରୀ ଭାବେ ଚାକିରି କିମ୍ବା ପେନସନ ପାଉଥିଲେ 
-    ବ୍ୟକ୍ତିଗତ କାମ ପାଇଁ ୪ ଚକିଆ ଗାଡିର ମାଲିକ ହୋଇଥିଲେ
-    ପରିବାରର ଆୟ ଅଢେଇ ଲକ୍ଷରୁ ଅଧିକ ଥିଲେ ସୁଭଦ୍ରା ଯୋଜନାର ସୁବିଧା ମିଳିବ ନାହିଁ।


ସୁଭଦ୍ରା ଯୋଜନାର ହିତାଧିକାରୀ ଚୟନ ପାଇଁ ୩ ସ୍ତରୀୟ କମିଟି ଗଠନ କରାଯିବ। ରାଜ୍ୟ, ଜିଲ୍ଲା ଓ ବ୍ଲକ ସ୍ତରରେ ଯୋଗ୍ୟ ହିତାଧିକାରୀ ବାଛିବ ଏହି କମିଟି। ଉଭୟ ଅଫଲାଇନ ଓ ଅନଲାଇନରେ ଆବେଦନ କରିପାରିବେ ହିତାଧିକାରୀ। ଆବେଦନକାରୀ ମହିଳାଙ୍କ ନିଜ ନାଁରେ ଆଧାର କାର୍ଡ ଥିବା ସହ ମୋବାଇଲ ନମ୍ବର ଲିଙ୍କ୍ ହୋଇଥିବ। ହିତାଧିକାରୀଙ୍କ ନାଁରେ ଆକାଉଣ୍ଟ ରହିଥିବ ।

ସୁଭଦ୍ରା ଯୋଜନାରେ ୧ କୋଟିରୁ ଅଧିକ ମହିଳା ଉପକୃତ ହେବେ। କିନ୍ତୁ ଗାଇଡଲାଇନକୁ ତର୍ଜମା କଲେ ଯୋଗ୍ୟ ହିତାଧିକାରୀଙ୍କ ସଂଖ୍ୟା ଆହୁରି କମିପାରେ।