କିଏ ଶସ୍ତାରେ ଦେଉଛି ୨ଜିବି ଡାଟା ପ୍ଲାନ, ଏହି କମ୍ପାନୀ ଦେଲା ଶସ୍ତା ଅଫର

ନୂଆଦିଲ୍ଲୀ,୧୪।୮: ଫୋନରେ ହେବା ଠାରୁ ଇଣ୍ଟରନେଟ ବ୍ୟବହାର କରିବାକୁ ଲୋକଙ୍କୁ ବର୍ତ୍ତମାନ ମହଙ୍ଗା ପ୍ଲାନ ରିଚାର୍ଜ କରିବାକୁ ପଡୁଛି । ମୁଦ୍ରାସ୍ଫୀତି ବୃଦ୍ଧି ମଧ୍ୟରେ ରିଚାର୍ଜ ପ୍ଲାନର ମୂଲ୍ୟ ବୃଦ୍ଧି ଲୋକଙ୍କ ପକେଟ ଉପରେ ମଧ୍ୟ ବିଶେଷ ପ୍ରଭାବ ପକାଉଛି। ରିଚାର୍ଜ ପ୍ଲାନଗୁଡ଼ିକର ମୂଲ୍ୟରେ ପରିବର୍ତ୍ତନ ହୋଇଥିବାରୁ ଏବେ ଲୋକମାନେ ଏପରି କିଛି ଟେଲିକମ କମ୍ପାନୀଗୁଡ଼ିକୁ ଖୋଜୁଛନ୍ତି ଯେଉଁମାନେ ଶସ୍ତାରେ ଡାଟାପ୍ଲାନ ଦେଉଛନ୍ତି । ଏଭଳି ପରିସ୍ଥିତିରେ ରିଲାଏନ୍ସ ଜିଓ, ଏୟାରଟେଲ, ଭୋଡାଫୋନ ଆଇଡିଆ ଏବଂ ବିଏସଏନଏଲ […] The post କିଏ ଶସ୍ତାରେ ଦେଉଛି ୨ଜିବି ଡାଟା ପ୍ଲାନ, ଏହି କମ୍ପାନୀ ଦେଲା ଶସ୍ତା ଅଫର appeared first on Dharitri Odia News.

କିଏ ଶସ୍ତାରେ ଦେଉଛି ୨ଜିବି ଡାଟା ପ୍ଲାନ, ଏହି କମ୍ପାନୀ ଦେଲା ଶସ୍ତା ଅଫର

ନୂଆଦିଲ୍ଲୀ,୧୪।୮: ଫୋନରେ ହେବା ଠାରୁ ଇଣ୍ଟରନେଟ ବ୍ୟବହାର କରିବାକୁ ଲୋକଙ୍କୁ ବର୍ତ୍ତମାନ ମହଙ୍ଗା ପ୍ଲାନ ରିଚାର୍ଜ କରିବାକୁ ପଡୁଛି । ମୁଦ୍ରାସ୍ଫୀତି ବୃଦ୍ଧି ମଧ୍ୟରେ ରିଚାର୍ଜ ପ୍ଲାନର ମୂଲ୍ୟ ବୃଦ୍ଧି ଲୋକଙ୍କ ପକେଟ ଉପରେ ମଧ୍ୟ ବିଶେଷ ପ୍ରଭାବ ପକାଉଛି। ରିଚାର୍ଜ ପ୍ଲାନଗୁଡ଼ିକର ମୂଲ୍ୟରେ ପରିବର୍ତ୍ତନ ହୋଇଥିବାରୁ ଏବେ ଲୋକମାନେ ଏପରି କିଛି ଟେଲିକମ କମ୍ପାନୀଗୁଡ଼ିକୁ ଖୋଜୁଛନ୍ତି ଯେଉଁମାନେ ଶସ୍ତାରେ ଡାଟାପ୍ଲାନ ଦେଉଛନ୍ତି । ଏଭଳି ପରିସ୍ଥିତିରେ ରିଲାଏନ୍ସ ଜିଓ, ଏୟାରଟେଲ, ଭୋଡାଫୋନ ଆଇଡିଆ ଏବଂ ବିଏସଏନଏଲ ମଧ୍ୟରେ କଡ଼ା ପ୍ରତିଯୋଗିତା ଦେଖିବାକୁ ମିଳୁଛି। ଯଦି ଆପଣ ଏନେଇ ମଧ୍ୟ କନଫ୍ୟୁଜ ଅଛନ୍ତି , ତେବେ ଆସନ୍ତୁ ଜାଣିବା କିଏ ଶସ୍ତାରେ ଦୈନିକ ୨ ଜିବି ଡାଟା ସହ ଅନ୍ୟ ସୁବିଧା ପ୍ରଦାନ କରୁଛି ।

ରିଲାଏନ୍ସ ଜିଓର ଦୈନିକ ୨ ଜିବି ଡାଟା ଯୋଜନା ୩୪୯ ଟଙ୍କା ପାଇଁ ଆସିଛି । ଏହା ୨୮ ଦିନ ପାଇଁ ଉପଲବ୍ଧ । ଏହି ରିଚାର୍ଜ ଯୋଜନା ଅସୀମିତ ଭଏସ କଲିଂ ଏବଂ ପ୍ରତିଦିନ ୧୦୦ ଏସଏମଏସ ସହିତ ଆସିଥାଏ । ଏହି ଯୋଜନା 4G ଡାଟା ସହିତ ଅପରେଟ ହୋଇଥାଏ, କିନ୍ତୁ ଯଦି ଆପଣ 5G କୁ ସିଲିକ୍ଟେ କରୁଛନ୍ତି ତେବେ ଆପଣ ଅନଲିମିଟେଡ 5G ଡାଟାର ଲାଭ ପାଇବେ।

BSNL ର ୨ଜିବି ଡାଟା ଯୋଜନା ୧୯୯ ଟଙ୍କାରେ ଆସୁଛି । ଏହା ସହିତ ଆପଣ ଅସୀମିତ କଲିଂର ଲାଭ ମଧ୍ୟ ପାଇବେ । ଏହା ବ୍ୟତୀତ ଯୋଜନା ସହିତ ପ୍ରତିଦିନ ୧୦୦ଟି SMS ସୁବିଧା ମଧ୍ୟ ଉପଲବ୍ଧ । ଏହି ରିଚାର୍ଜ ଯୋଜନାର ବୈଧତା ୩୦ ଦିନ ପର୍ଯ୍ୟନ୍ତ । ଏୟାରଟେଲର ରିଚାର୍ଜ ପ୍ଲାନ ୩୭୯ ଟଙ୍କା ରହିଛି। ଏହାର ବୈଧତା ମଧ୍ୟ ୧ ମାସ ଅର୍ଥାତ ୩୦ ଦିନ ପର୍ଯ୍ୟନ୍ତ । ଏହା ସହିତ ଅସୀମିତ କଲିଂର ସୁବିଧା, ଦୈନିକ 2 GB ଡାଟା ଏବଂ ୧୦୦ SMS ଉପଲବ୍ଧ ।

The post କିଏ ଶସ୍ତାରେ ଦେଉଛି ୨ଜିବି ଡାଟା ପ୍ଲାନ, ଏହି କମ୍ପାନୀ ଦେଲା ଶସ୍ତା ଅଫର appeared first on Dharitri Odia News.