ଭାରତରେ ୫ ଲକ୍ଷ ଲୋକଙ୍କୁ ଚାକିରି ଦେବ ଆପଲ୍
କାଲିଫର୍ନିଆ,୨୨।୪:ବିଶ୍ୱର ଅଗ୍ରଣୀ ସ୍ମାର୍ଟଫୋନ ନିର୍ମାତା ଆପଲ ଭାରତ ପାଇଁ ଏକ ବଡ ଯୋଜନା ପ୍ରସ୍ତୁତ କରିଛି। ଆପଲର ଏହି ଯୋଜନା ଚାକିରି ଖୋଜୁଥିବା ଲୋକଙ୍କୁ ଆଶ୍ୱସ୍ତି ପ୍ରଦାନ କରିବ। ଆଇଫୋନ ଉତ୍ପାଦନକାରୀ କମ୍ପାନୀ ଆସନ୍ତା ୩ ବର୍ଷରେ ଭାରତରେ ପ୍ରାୟ ୫ ଲକ୍ଷ ନିଯୁକ୍ତି ସୃଷ୍ଟି କରିବ। ଏହି ଚାକିରିଗୁଡିକ ଆପଲ ବିକ୍ରେତାଙ୍କ ମାଧ୍ୟମରେ ପ୍ରଦାନ କରାଯିବ। ବର୍ତ୍ତମାନ ଆପଲର ବିକ୍ରେତା ଏବଂ ଯୋଗାଣକାରୀମାନେ ଭାରତରେ ୧.୫ ଲକ୍ଷ ଲୋକଙ୍କୁ ଚାକିରି ଯୋଗାଇ ଦେଇଛନ୍ତି। ଜଣେ ବରିଷ୍ଠ […] The post ଭାରତରେ ୫ ଲକ୍ଷ ଲୋକଙ୍କୁ ଚାକିରି ଦେବ ଆପଲ୍ appeared first on Dharitri Odia News.
କାଲିଫର୍ନିଆ,୨୨।୪:ବିଶ୍ୱର ଅଗ୍ରଣୀ ସ୍ମାର୍ଟଫୋନ ନିର୍ମାତା ଆପଲ ଭାରତ ପାଇଁ ଏକ ବଡ ଯୋଜନା ପ୍ରସ୍ତୁତ କରିଛି। ଆପଲର ଏହି ଯୋଜନା ଚାକିରି ଖୋଜୁଥିବା ଲୋକଙ୍କୁ ଆଶ୍ୱସ୍ତି ପ୍ରଦାନ କରିବ। ଆଇଫୋନ ଉତ୍ପାଦନକାରୀ କମ୍ପାନୀ ଆସନ୍ତା ୩ ବର୍ଷରେ ଭାରତରେ ପ୍ରାୟ ୫ ଲକ୍ଷ ନିଯୁକ୍ତି ସୃଷ୍ଟି କରିବ। ଏହି ଚାକିରିଗୁଡିକ ଆପଲ ବିକ୍ରେତାଙ୍କ ମାଧ୍ୟମରେ ପ୍ରଦାନ କରାଯିବ। ବର୍ତ୍ତମାନ ଆପଲର ବିକ୍ରେତା ଏବଂ ଯୋଗାଣକାରୀମାନେ ଭାରତରେ ୧.୫ ଲକ୍ଷ ଲୋକଙ୍କୁ ଚାକିରି ଯୋଗାଇ ଦେଇଛନ୍ତି।
ଜଣେ ବରିଷ୍ଠ ସରକାରୀ ଅଧିକାରୀ କହିଛନ୍ତି, ଦେଶରେ ଆପଲ ଦ୍ରୁତ ଗତିରେ ନିଯୁକ୍ତି ବୃଦ୍ଧି ପାଉଛି। ଆମେ ବିଶ୍ୱାସ କରୁ ଯେ ଆପଲ ଆସନ୍ତା ତିନି ବର୍ଷ ମଧ୍ୟରେ ପ୍ରାୟ ୫ ଲକ୍ଷ ଲୋକଙ୍କୁ ଚାକିରି ଯୋଗାଇବ। ଆପଲ ପାଇଁ ଦୁଇଟି ପ୍ଲାଣ୍ଟ ଚଳାଉଥିବା ଟାଟା ଇଲେକ୍ଟ୍ରୋନିକ୍ସ ବର୍ତ୍ତମାନ ସର୍ବାଧିକ ସଂଖ୍ୟକ ଚାକିରି ସୃଷ୍ଟି କରୁଛି। ଆପଲ ଚାକିରି ଆକଳନ ଉପରେ କିଛି କହିବାକୁ ମନା କରି ଦେଇଛନ୍ତି।
ତେବେ ଆପଲ ଭାରତରେ ଏହାର ଉତ୍ପାଦନକୁ ପ୍ରାୟ ୫ ଗୁଣ ବୃଦ୍ଧି କରିବାକୁ ଯୋଜନା କରିଛି। କମ୍ପାନୀ ଆସନ୍ତା ୫ ବର୍ଷ ମଧ୍ୟରେ ଭାରତରେ ଏହାର ଉତ୍ପାଦନକୁ ପ୍ରାୟ ୪୦ ବିଲିୟନ ଡ଼ଲାର (୩.୩୨ ଲକ୍ଷ କୋଟି) କୁ ନେବାକୁ ଚାହୁଁଛି। ଏତେ ପରିମାଣରେ ଉତ୍ପାଦନ କରିବାକୁ ଆପଲକୁ ଅନେକ ନିଯୁକ୍ତି ସୁଯୋଗ ସୃଷ୍ଟି କରିବାକୁ ପଡିବ। କୋଭିଡ ୧୯ ମହାମାରୀ ସମୟରେ ଚାଇନାରେ ଏହାର ଉତ୍ପାଦନ ଆଧାର ହେତୁ ଆପଲକୁ ଅନେକ ସମସ୍ୟାର ସମ୍ମୁଖୀନ ହେବାକୁ ପଡିଥିଲା। ଏହା ପରେ କମ୍ପାନୀ ଭାରତ ପ୍ରତି ଧ୍ୟାନ ଦେବା ଆରମ୍ଭ କଲା।
ମାର୍କେଟ ରିସର୍ଚ୍ଚ ଫାର୍ମ କାଉଣ୍ଟରପଏଣ୍ଟ କହିଛି, ୨୦୨୩ରେ ଆପଲ ଭାରତରୁ ସର୍ବାଧିକ ରାଜସ୍ବ ପାଇବ। ତେବେ ବିକ୍ରୟ ଦୃଷ୍ଟିରୁ ସାମସଙ୍ଗ ଜିତିଛି। ଆପଲ ଭାରତରୁ ପ୍ରାୟ ୧ କୋଟି ଫୋନ ରପ୍ତାନି କରିଛି। ଆହୁରି ମଧ୍ୟ ପ୍ରଥମ ଥର ପାଇଁ ରାଜସ୍ବ ଦୃଷ୍ଟିରୁ ଏହା ଦେଶର ଏକ ନମ୍ବର କମ୍ପାନୀ ହୋଇପାରିଛି। ୨୦୨୩-୨୪ ବର୍ଷରେ ଆପଲ ଆଇଫୋନ ରପ୍ତାନି ମାଧ୍ୟମରେ ଭାରତରୁ ୧୨.୧ ବିଲିୟନ ଡ଼ଲାର୍ ପାଇଛି। ୨୦୨୨-୨୩ ବର୍ଷରେ ଏହି ସଂଖ୍ୟା ୬.୨୭ ବିଲିୟନ ଡ଼ଲାର୍ ଥିଲା। ଏହା ପ୍ରାୟ ୧୦୦ ପ୍ରତିଶତ ଜମ୍ପ ଅଟେ।
The post ଭାରତରେ ୫ ଲକ୍ଷ ଲୋକଙ୍କୁ ଚାକିରି ଦେବ ଆପଲ୍ appeared first on Dharitri Odia News.