କିଏ ସେହି ବ୍ୟକ୍ତି ଯାହାଙ୍କ ଗୋଟିଏ ଟୁଇଟ୍‌ ପାଇଁ IAS ପୂଜା ଖେଡକର୍‌ ଏବେ ରାଜରାସ୍ତାରେ? ଜାଣନ୍ତୁ…

ନୂଆଦିଲ୍ଲୀ,୨୦।୭: ଆଜିକାଲି ଟ୍ରେନିଂ ଆଇଏଏସ୍‌ ଅଧିକାରୀ ପୂଜା ଖେଡକରଙ୍କ କାରନାମାର ଚର୍ଚ୍ଚା ସାରା ଦେଶରେ ହେଉଛି। ଏହି ମାମଲାରେ ୟୁପିଏସ୍‌ସି ପ୍ରଶ୍ନ ଘେରକୁ ଆସିଥିବା ବେଳେ ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟ ମାମଲାର ତଦାରଖ ଉପରେ ନଜର ରଖିଛି। ଏବେ ତାଙ୍କର ଚାକିରି ଉପରେ ବିପଦ ଦେଖାଯାଇଛି। କାରଣ ୟୁପିଏସ୍‌ସି ତାଙ୍କ ବିରୋଧରେ ମାମଲା ରୁଜୁ କରିଛି। ଏଥିସହ ତାଙ୍କ ଆଇଏଏସ୍‌ ପଦ କାହିଁକି ରଦ୍ଦ କରାଯିବ ନାହିଁ ତାହାକୁ ନେଇ ନୋଟିସ୍‌ ଜାରି କରିଛି। ହେଲେ ଆପଣ କ’ଣ […] The post କିଏ ସେହି ବ୍ୟକ୍ତି ଯାହାଙ୍କ ଗୋଟିଏ ଟୁଇଟ୍‌ ପାଇଁ IAS ପୂଜା ଖେଡକର୍‌ ଏବେ ରାଜରାସ୍ତାରେ? ଜାଣନ୍ତୁ… appeared first on Dharitri Odia News.

କିଏ ସେହି ବ୍ୟକ୍ତି ଯାହାଙ୍କ ଗୋଟିଏ ଟୁଇଟ୍‌ ପାଇଁ IAS  ପୂଜା ଖେଡକର୍‌ ଏବେ ରାଜରାସ୍ତାରେ? ଜାଣନ୍ତୁ…

ନୂଆଦିଲ୍ଲୀ,୨୦।୭: ଆଜିକାଲି ଟ୍ରେନିଂ ଆଇଏଏସ୍‌ ଅଧିକାରୀ ପୂଜା ଖେଡକରଙ୍କ କାରନାମାର ଚର୍ଚ୍ଚା ସାରା ଦେଶରେ ହେଉଛି। ଏହି ମାମଲାରେ ୟୁପିଏସ୍‌ସି ପ୍ରଶ୍ନ ଘେରକୁ ଆସିଥିବା ବେଳେ ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟ ମାମଲାର ତଦାରଖ ଉପରେ ନଜର ରଖିଛି। ଏବେ ତାଙ୍କର ଚାକିରି ଉପରେ ବିପଦ ଦେଖାଯାଇଛି। କାରଣ ୟୁପିଏସ୍‌ସି ତାଙ୍କ ବିରୋଧରେ ମାମଲା ରୁଜୁ କରିଛି। ଏଥିସହ ତାଙ୍କ ଆଇଏଏସ୍‌ ପଦ କାହିଁକି ରଦ୍ଦ କରାଯିବ ନାହିଁ ତାହାକୁ ନେଇ ନୋଟିସ୍‌ ଜାରି କରିଛି। ହେଲେ ଆପଣ କ’ଣ ଜାଣନ୍ତି ଏହି ମାମଲା ଉପରୁ ପରଦା କିଭଳି ହଟିଲା। କିଏ ସେହି ବ୍ୟକ୍ତି ଯିଏ କି ପ୍ରଥମ ଥୀ ପୂଜାଙ୍କ ଅଡି କାର୍‌ର ଫଟୋ ସୋସିଆଲ ମିଡିଆରେ ଶେୟାର କରିଥିଲେ? ଆଜି ଆମେ ସେ ବିଷୟରେ ଆପଣଙ୍କୁ କହିବୁ…

ଯେଉଁ ବ୍ୟକ୍ତି ପୂଜାଙ୍କୁ ରାସ୍ତା ଉପରେ ଛିଡ଼ା କରିଛନ୍ତି ତାଙ୍କ ନାମ ବୈଭବ କୋକଟ। ସେ ପ୍ରଥମ ଥର ପୂଜାଙ୍କ ଅଡି କାର୍‌ ଡିମାଣ୍ଡ ବିଷୟରେ ସୋସିଆଲ ମିଡିଆ ଜରିଆରେ ଲୋକଲୋଚନକୁ ଆଣିଥିଲେ। ସୋସିଆଲ ମିଡିଆର ଶକ୍ତିକୁ ଜାଣିବା ପରେ ଗୋଟିଏ ଟୁଇଟ୍‌ ଯୋଗୁ କୌଣସି ଆଇଏଏସ୍‌ ଅଧିକାରୀ ସାମ୍ନାରେ ଏତେ ବଡ଼ ବିପଦ ଛିଡ଼ା ହେବ ତାହା ସ୍ବପ୍ନରେ ସୁଦ୍ଧା ଭାବି ନ ଥିଲି ବୋଲି ସେ କହିଛନ୍ତି।

ଏହାଛଡ଼ା ପୂଜାଙ୍କୁ ଜାଣିଥିବା ନେଇ ବୈଭବ କହିଛନ୍ତି, ପୁଣେ ଜିଲାପାଳ ସୁହାସ ଦେବସେ ପୂଜାଙ୍କୁ ନେଇ ଏକ ରିପୋର୍ଟ ସରକାରଙ୍କୁ ପଠାଇଥିଲେ। ମୁଁ ବୁଝି ନେଇଥିଲି। ଜଣେ ଟ୍ରେନିଂ ଅଧିକାରୀ ଏତେ ସବୁ କିଭଳି କରିପାରିବେ? ମୋ ମୁଣ୍ଡରେ ପ୍ରଶ୍ନ ଉଠିଥିଲା। ପରେ ମୁଁ ଏହି ମାମଲାକୁ ଅଧିକ ଜାଣିବାକୁ ଚେଷ୍ଟା କରିଥିଲି।

ପୂଜାଙ୍କ ବିଷୟରେ ଜାଣିବାକୁ ଚେଷ୍ଟା କରିବା ପରେ ଦେଖିଲି ଯେ ସେ ନିଜର ଅଡି କାର୍‌ରେ ଅବୈଧ ଭାବେ ଲାଇଟ୍‌ ଲଗାଇଛନ୍ତି। ମୋତେ ତାର ଫଟୋ ମିଳିଲା। ଏହି ମାମଲା ପୋଲିସ ନିକଟରେ ପହଞ୍ଚିଲେ ବିଳମ୍ବ ହେବ ବୋଲି ଜାଣିଥିଲି। ଏଣୁ ସେ ସୋସିଆଲ ମିଡିଆରେ ଶେୟାର କରିଥିବା କହିଛନ୍ତି।

ବୈଭବ ଜୁଲାଇ ୬ରେ ‘ଏକ୍ସ’ରେ ଏକ ଫଟୋ ସହ ପୂଜାଙ୍କ ବିଷୟରେ ସୂଚନା ଶେୟାର କରିଥିଲେ। ଏହା ବେଶ ଭାଇରାଲ ହୋଇଥିଲା। ଗଣମାଧ୍ୟମ ପୋଷ୍ଟକୁ ତର୍ଜମା କରିଥିଲା। ଏହାପରେ ବୈଭବଙ୍କ ନିକଟକୁ ସମାଜସେବୀ ଏବଂ ଆର୍‌ଟିଆଇ କର୍ମକର୍ତ୍ତାଙ୍କ ଫୋନ ଆସିଥିଲା। ଧିରେ ଧିରେ ପୂଜାଙ୍କ ବିଷୟରେ ଅଧିକ ସୂଚନା ମିଳିଥିଲା। ଘଟଣା ପରେ ଆଇଏଏସ୍‌ ଅଧିକାରୀମାନେ ନିଜର ସୋସିଆଲ ମିଡିଆ ଆକାଉଣ୍ଟ ଡିଲିଟ୍‌ କରିଦେଇଥିଲା। ଏପରିକି ସୋସିଆଲ ମିଡିଆରେ ଲେଖିବା ବନ୍ଦ କରିଦେଇଥିଲେ।

ତେବେ ବୈଭବ ବିଡୁ ଜିଲା ବାସିନ୍ଦା। ସେ ସାମାଜିକ ଏବଂ ରାଜନୈତିକ ପ୍ରସଙ୍ଗରେ ଲେଖିବାକୁ ପସନ୍ଦ କରନ୍ତି। ସେ ଏକ ପିଆର୍‌ କମ୍ପାନୀରେ କାମ କରିଛନ୍ତି। ଏକ୍ସରେ ତାଙ୍କର ୩୧ ହଜାର ଫଲୋଅର୍ସ ଅଛନ୍ତି। ଦିନକ ପୂର୍ବରୁ ପୂଜାଙ୍କ ବିରୋଧରେ ପୋଲିସ ମାମଲା ରୁଜୁ କରିବା ପରେ ବୈଭବଙ୍କ ଆଉ ଏକ ପୋଷ୍ଟ ଆସିଥିଲା। ସେଥିରେ ସେ ଗୋଟିଏ ପୋଷ୍ଟରେ ବହୁତ ଶକ୍ତି ଥିବା କହିଥିଲେ। ସମୟ କଠିନ ହେଲେ ବି ସାଧାରଣ ଲୋକ ସତ କହିବା ଉଚିତ। ସାମାଜିକ ବ୍ୟବସ୍ଥା ବିଷୟରେ କୁହନ୍ତୁ ଏବଂ ଲେଖନ୍ତୁ। ଏଥିରେ ବହୁତ ଶକ୍ତି ଥିବା ସେ କହିଛନ୍ତି।

The post କିଏ ସେହି ବ୍ୟକ୍ତି ଯାହାଙ୍କ ଗୋଟିଏ ଟୁଇଟ୍‌ ପାଇଁ IAS ପୂଜା ଖେଡକର୍‌ ଏବେ ରାଜରାସ୍ତାରେ? ଜାଣନ୍ତୁ… appeared first on Dharitri Odia News.