କିଏ ସେହି ୨ କୁନି ଝିଅ, ଯାହାଙ୍କୁ କୋଳେଇ ନେଲେ ପ୍ରଧାନମନ୍ତ୍ରା ମୋଦି
ନୂଆଦିଲ୍ଲୀ,୨୬।୬: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ସଂସଦ ଭବନରେ ତାଙ୍କ କାର୍ଯ୍ୟାଳୟରେ ଦୁଇଜଣ ସ୍ବତନ୍ତ୍ର ଛୋଟ ଅତିଥିଙ୍କୁ ସ୍ବାଗତ କରିଛନ୍ତି। ତାଙ୍କୁ ଦେଖିବା ମାତ୍ରେ ପ୍ରଧାନମନ୍ତ୍ରୀ ଖୁସିରେ ଆତ୍ମହରା ହୋଇଉଠିଥିଲେ। ଉଭୟ ଝିଅ ମଧ୍ୟ ପ୍ରଧାନମନ୍ତ୍ରୀଙ୍କ ଉପରେ ଲେଖାଯାଇଥିବା ଏକ କବିତା ପାଠ କରିଥିଲେ। ହରିୟାଣା ରାଜ୍ୟପାଳ ବନ୍ଦାରୁ ଦତ୍ତାତ୍ରେୟ ମୋଦିଙ୍କୁ ଭେଟିବା ପାଇଁ ପିଏମ ମୋଦିଙ୍କ କାର୍ଯ୍ୟାଳୟରେ ପହଞ୍ଚିଥିଲେ। ଦତ୍ତାତ୍ରେୟ ମଧ୍ୟ ତାଙ୍କ ନାତୁଣୀମାନଙ୍କ ସହିତ ଥିଲେ। ଉଭୟ ନାତୁଣୀ ପ୍ରଧାନମନ୍ତ୍ରୀଙ୍କୁ ଭେଟିବାକୁ ଇଚ୍ଛା ପ୍ରକାଶ […] The post କିଏ ସେହି ୨ କୁନି ଝିଅ, ଯାହାଙ୍କୁ କୋଳେଇ ନେଲେ ପ୍ରଧାନମନ୍ତ୍ରା ମୋଦି appeared first on Dharitri Odia News.
ନୂଆଦିଲ୍ଲୀ,୨୬।୬: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ସଂସଦ ଭବନରେ ତାଙ୍କ କାର୍ଯ୍ୟାଳୟରେ ଦୁଇଜଣ ସ୍ବତନ୍ତ୍ର ଛୋଟ ଅତିଥିଙ୍କୁ ସ୍ବାଗତ କରିଛନ୍ତି। ତାଙ୍କୁ ଦେଖିବା ମାତ୍ରେ ପ୍ରଧାନମନ୍ତ୍ରୀ ଖୁସିରେ ଆତ୍ମହରା ହୋଇଉଠିଥିଲେ। ଉଭୟ ଝିଅ ମଧ୍ୟ ପ୍ରଧାନମନ୍ତ୍ରୀଙ୍କ ଉପରେ ଲେଖାଯାଇଥିବା ଏକ କବିତା ପାଠ କରିଥିଲେ।
ହରିୟାଣା ରାଜ୍ୟପାଳ ବନ୍ଦାରୁ ଦତ୍ତାତ୍ରେୟ ମୋଦିଙ୍କୁ ଭେଟିବା ପାଇଁ ପିଏମ ମୋଦିଙ୍କ କାର୍ଯ୍ୟାଳୟରେ ପହଞ୍ଚିଥିଲେ। ଦତ୍ତାତ୍ରେୟ ମଧ୍ୟ ତାଙ୍କ ନାତୁଣୀମାନଙ୍କ ସହିତ ଥିଲେ। ଉଭୟ ନାତୁଣୀ ପ୍ରଧାନମନ୍ତ୍ରୀଙ୍କୁ ଭେଟିବାକୁ ଇଚ୍ଛା ପ୍ରକାଶ କରିଥିଲେ, ଦତ୍ତାତ୍ରେୟ ମନା ନ କରି ପାରି ସେମାନଙ୍କୁ ପିଏମ୍ଓକୁ ନେଇଆସିଥିଲେ।
ଉଭୟ ଝିଅ ପିଏମ ମୋଦିଙ୍କୁ ଗୋଲାପ ଫୁଲ ଦେଇଥିଲେ। ପ୍ରଧାନମନ୍ତ୍ରୀ ମୋଦି ମଧ୍ୟ ତାଙ୍କୁ ସ୍ବାଗତ କରିଥିଲେ। ଏହା ପରେ ଉଭୟ ମୋଦିଙ୍କୁ ନେଇ କବିତା ପାଠ କରିଥିଲେ। ପ୍ରଧାନମନ୍ତ୍ରୀ ମୋଦି ସେମାନଙ୍କୁ ତାଙ୍କ ନିକଟକୁ ଡାକି କୋଳେଇ ନେଇଥିଲେ। ପ୍ରଧାନମନ୍ତ୍ରୀ ଉଭୟ ଝିଅଙ୍କୁ ଚକୋଲେଟ ମଧ୍ୟ ଦେଇଥିଲେ।
#WATCH | Prime Minister Narendra Modi receives two special visitors at his office today in Parliament. pic.twitter.com/mMgRBKlakB
— ANI (@ANI) June 26, 2024
The post କିଏ ସେହି ୨ କୁନି ଝିଅ, ଯାହାଙ୍କୁ କୋଳେଇ ନେଲେ ପ୍ରଧାନମନ୍ତ୍ରା ମୋଦି appeared first on Dharitri Odia News.