କିଏ ହେବ ପିସିସି ସଭାପତି ? ବିତିଗଲାଣି ଅନେକ ଦିନ, ତଥାପି ଖାଲି ପଡିଛି ଆସନ
ଭୁବନେଶ୍ୱର ୦୪।୦୮ : କିଏ ହେବ ପିସିସି ସଭାପତି । ୧୪ ଦିନ ବିତିଗଲା । ତଥାପି ଛିଣ୍ଡୁନି ଅଙ୍କ । ବିନା ମୁଖିଆରେ ଚାଲିଛି ରାଜ୍ୟ କଂଗ୍ରେସ । କିଛି ନେତା ଦିଲ୍ଲୀରେ ଲବି କରୁଥିବା ବେଳେ କିଛି ନେତା ଲବି କରି ଫେରିଆସିଲେଣି । କିନ୍ତୁ ଏବେ ଯାଏଁ ଚୂଡ଼ାନ୍ତ ହୋଇପାରୁନି ପିସିସି ସଭାପତିଙ୍କ ନାଁ । କଂଗ୍ରେସର ବରିଷ୍ଠ ନେତା ଶ୍ରୀକାନ୍ତ ଜେନା ଲବି କରି ଓଡିଶା ଫେରିଲେଣି । ଦିଲ୍ଲୀରେ କଂଗ୍ରେସ ବିଧାୟକ ତାରା ବାହିନୀପତି ଡେରା ପକାଇଛନ୍ତି । ଏପିରିକି ଭକ୍ତ ଦାସ ମଧ୍ୟ ଦିଲ୍ଲୀରେ ଥିବା ଖବର ଆସୁଛି । ବାକି ଆଉ କିଛି ନେତା ସମର୍ଥକଙ୍କ ଦ୍ୱାରା ଲବି ଚଲାଇଛନ୍ତି । ମହମ୍ମଦ ମୋକିମଙ୍କ ପାଇଁ କିଛି ଗୋଷ୍ଠୀ ଦିଲ୍ଲୀରେ ଲବି କରୁଥିବା ମଧ୍ୟ ଜଣାପଡିଛି । ଏକାଧିକ ନେତା ଆଶାୟୀ ଥିବାରୁ ଏଆଇସିସି ନେତୃତ୍ୱଙ୍କୁ ଚିନ୍ତାରେ ପକାଇଛି । ତେଣୁ ପିସିସି ସଭାପତିଙ୍କ ଚୂଡ଼ାନ୍ତ କରିବାକୁ ଖୁବଶୀଘ୍ର ଏଆଇସିସି ଟିମ୍ ଭୁବନେଶ୍ୱର ଆସିପାରନ୍ତି ବୋଲି ସୂଚନା ରହିଛି । ସୂଚନାଯୋଗ୍ୟ ଯେ, ରାଜ୍ୟରେ ସାଧାରଣ ଏବଂ ଲୋକସଭା ନିର୍ବାଚନ ଏକାସାଙ୍ଗରେ ହୋଇଥିଲା । ଏଥିରେ କଂଗ୍ରେସ ଆଖିଦୃଶିଆ ପ୍ରଦର୍ଶନ କରିପାରିନଥିଲା । ହେଲେ ପୂର୍ବ ନିର୍ବାଚନ ଅପେକ୍ଷା ଭଲ ସିଟ୍ ଜିତିଥିଲା । କିନ୍ତୁ ନିର୍ବାଚନ ପରେ ପିସିସି ସଭାପତି ପଦରୁ ଶରତ ପଟ୍ଟନାୟକଙ୍କୁ ହଟାଯାଇଥିଲା । ଏହାସହ ସମସ୍ତ କମିଟି ମଧ୍ୟ ଭଙ୍ଗ କରାଯାଇଥିଲା । ସେବେଠୁ ରାଜ୍ୟ କଂଗ୍ରେସ ମ
ଭୁବନେଶ୍ୱର ୦୪।୦୮ : କିଏ ହେବ ପିସିସି ସଭାପତି । ୧୪ ଦିନ ବିତିଗଲା । ତଥାପି ଛିଣ୍ଡୁନି ଅଙ୍କ । ବିନା ମୁଖିଆରେ ଚାଲିଛି ରାଜ୍ୟ କଂଗ୍ରେସ । କିଛି ନେତା ଦିଲ୍ଲୀରେ ଲବି କରୁଥିବା ବେଳେ କିଛି ନେତା ଲବି କରି ଫେରିଆସିଲେଣି । କିନ୍ତୁ ଏବେ ଯାଏଁ ଚୂଡ଼ାନ୍ତ ହୋଇପାରୁନି ପିସିସି ସଭାପତିଙ୍କ ନାଁ ।
କଂଗ୍ରେସର ବରିଷ୍ଠ ନେତା ଶ୍ରୀକାନ୍ତ ଜେନା ଲବି କରି ଓଡିଶା ଫେରିଲେଣି । ଦିଲ୍ଲୀରେ କଂଗ୍ରେସ ବିଧାୟକ ତାରା ବାହିନୀପତି ଡେରା ପକାଇଛନ୍ତି । ଏପିରିକି ଭକ୍ତ ଦାସ ମଧ୍ୟ ଦିଲ୍ଲୀରେ ଥିବା ଖବର ଆସୁଛି । ବାକି ଆଉ କିଛି ନେତା ସମର୍ଥକଙ୍କ ଦ୍ୱାରା ଲବି ଚଲାଇଛନ୍ତି । ମହମ୍ମଦ ମୋକିମଙ୍କ ପାଇଁ କିଛି ଗୋଷ୍ଠୀ ଦିଲ୍ଲୀରେ ଲବି କରୁଥିବା ମଧ୍ୟ ଜଣାପଡିଛି । ଏକାଧିକ ନେତା ଆଶାୟୀ ଥିବାରୁ ଏଆଇସିସି ନେତୃତ୍ୱଙ୍କୁ ଚିନ୍ତାରେ ପକାଇଛି । ତେଣୁ ପିସିସି ସଭାପତିଙ୍କ ଚୂଡ଼ାନ୍ତ କରିବାକୁ ଖୁବଶୀଘ୍ର ଏଆଇସିସି ଟିମ୍ ଭୁବନେଶ୍ୱର ଆସିପାରନ୍ତି ବୋଲି ସୂଚନା ରହିଛି ।
ସୂଚନାଯୋଗ୍ୟ ଯେ, ରାଜ୍ୟରେ ସାଧାରଣ ଏବଂ ଲୋକସଭା ନିର୍ବାଚନ ଏକାସାଙ୍ଗରେ ହୋଇଥିଲା । ଏଥିରେ କଂଗ୍ରେସ ଆଖିଦୃଶିଆ ପ୍ରଦର୍ଶନ କରିପାରିନଥିଲା । ହେଲେ ପୂର୍ବ ନିର୍ବାଚନ ଅପେକ୍ଷା ଭଲ ସିଟ୍ ଜିତିଥିଲା । କିନ୍ତୁ ନିର୍ବାଚନ ପରେ ପିସିସି ସଭାପତି ପଦରୁ ଶରତ ପଟ୍ଟନାୟକଙ୍କୁ ହଟାଯାଇଥିଲା । ଏହାସହ ସମସ୍ତ କମିଟି ମଧ୍ୟ ଭଙ୍ଗ କରାଯାଇଥିଲା । ସେବେଠୁ ରାଜ୍ୟ କଂଗ୍ରେସ ମୁଖିଆ ବିହୀନ ରହିଛି । ତେଣୁ ଖୁବଶୀଘ୍ର ରାଜ୍ୟ ପିସିସିକୁ ନୂଆ ସଭାପତି ମିଳିବ ବୋଲି ଆଶା କରାଯାଉଛି ।