କିଏ ହେବେ ପୋପ୍ ଫ୍ରାନ୍ସିସ୍‌ଙ୍କ ଉତ୍ତରାଧିକାରୀ ? ରେସ୍‌ରେ ୯ ଚେହେରା, ହୋଇପାରନ୍ତି ଖ୍ରୀଷ୍ଟିଆନ ଧର୍ମଗୁରୁ

ନୂଆଦିଲ୍ଲୀ: ଇସାଇଙ୍କ ବଡ଼ ଧର୍ମଗୁରୁ ପୋପ୍ ଫ୍ରାନ୍ସିସ୍‌ଙ୍କ ୮୮ ବର୍ଷ ବୟସରେ ପରଲୋକ ହୋଇଛି । ପୋପ୍ ଫ୍ରାନ୍ସିସ୍ ୧୨ ବର୍ଷ ଧରି କ୍ୟାଥୋଲିକ୍ ଚର୍ଚ୍ଚର ନେତୃତ୍ୱ ନେଇଥିଲେ । ପୋପ୍ ବେନେଡିକ୍ଟ XVIଙ୍କ ଇସ୍ତଫା ପରେ ୨୦୧୩ ମାର୍ଚ୍ଚରେ ସେ ପୋପ୍ ହୋଇଥିଲେ । ଏବେ ତାଙ୍କ ଦେହାନ୍ତ ପରେ ବିଶ୍ବର ସବୁଠୁ ବଡ଼ ଧାର୍ମିକ ସମ୍ପ୍ରଦାୟର ସର୍ବୋଚ୍ଚ ଧର୍ମଗୁରୁ କିଏ ହେବେ ?  କିଏ ହେବେ ପରବର୍ତ୍ତୀ ପୋପ୍ ? ବର୍ତ୍ତମାନ ଏହି ପଦ ପାଇଁ ୯ ଜଣ ଚର୍ଚ୍ଚାରେ ଅଛନ୍ତି ।ପୋପ୍‌ ଫ୍ରାନ୍ସିସ୍‌ଙ୍କ ପରଲୋକ ପରେ ଏବେ ନୂତନ ପୋପଙ୍କ ବାବଦରେ କୌଣସି ଆନୁଷ୍ଠାନିକ ଘୋଷଣା ହୋଇନାହିଁ । ନୂଅ ପୋପଙ୍କ ଚୟନ ଏକ ଖାସ୍ ପ୍ରକ୍ରିୟାରେ ହୋଇଥାଏ, ଯାହାକୁ ପେପଲ୍ କନ୍‌କ୍ଲେଭ୍ କୁହାଯାଏ । ପୋପଙ୍କ ମୃତ୍ୟୁ ପରେ କ୍ୟାଥୋଲିକ୍ ଚର୍ଚ୍ଚର କାର୍ଡିନଲ୍ସ ନିର୍ବାଚନ କରାଇଥାଏ । କାର୍ଡିନଲ୍ସ ହେଉଛି ବରିଷ୍ଠ ପଦାଧିକାରୀଙ୍କ ଏକ ଗ୍ରୁପ୍ । ଏମାନେ ପୋପଙ୍କୁ ପରାମର୍ଶ ଦେଇଥାନ୍ତି । ସବୁଥର ଏହି କାର୍ଡିନଲ୍ସରୁ ହିଁ ପୋପ୍‌ଙ୍କୁ ଚୟନ କରାଯାଇଥାଏ । ତେବେ ପୋପ୍ ହେବା ପାଇଁ କାର୍ଡିନଲ୍ ହେବା ଜରୁରି ନୁହେଁ, କିନ୍ତୁ ଏବେ ସୁଦ୍ଧା ଯେତେ ଜଣ ପୋପ୍ ହୋଇଛନ୍ତି, ସମସ୍ତେ କାର୍ଡିନଲ୍ ରହିଥିଲେ ।ନୂଆ ପୋପ୍‌ ପାଇଁ ଚର୍ଚ୍ଚାରେ ୯ ଚେହେରା:କାର୍ଡିନଲ୍ ପିଏତ୍ରୋ ପାରୋଲିନ୍ (ଇଟାଲୀ): ଭାଟିକାନର କ୍ଷମତାରେ କାର୍ଡିନଲ୍ ପିଏତ୍ରୋ ପାରୋଲିନ୍ ହେଉଛନ୍ତି, ଜଣେ ବଡ଼ ଚେହେରା । ଏକ ଦଶନ

କିଏ ହେବେ ପୋପ୍ ଫ୍ରାନ୍ସିସ୍‌ଙ୍କ ଉତ୍ତରାଧିକାରୀ ? ରେସ୍‌ରେ ୯ ଚେହେରା, ହୋଇପାରନ୍ତି ଖ୍ରୀଷ୍ଟିଆନ ଧର୍ମଗୁରୁ

ନୂଆଦିଲ୍ଲୀ: ଇସାଇଙ୍କ ବଡ଼ ଧର୍ମଗୁରୁ ପୋପ୍ ଫ୍ରାନ୍ସିସ୍‌ଙ୍କ ୮୮ ବର୍ଷ ବୟସରେ ପରଲୋକ ହୋଇଛି । ପୋପ୍ ଫ୍ରାନ୍ସିସ୍ ୧୨ ବର୍ଷ ଧରି କ୍ୟାଥୋଲିକ୍ ଚର୍ଚ୍ଚର ନେତୃତ୍ୱ ନେଇଥିଲେ । ପୋପ୍ ବେନେଡିକ୍ଟ XVIଙ୍କ ଇସ୍ତଫା ପରେ ୨୦୧୩ ମାର୍ଚ୍ଚରେ ସେ ପୋପ୍ ହୋଇଥିଲେ । ଏବେ ତାଙ୍କ ଦେହାନ୍ତ ପରେ ବିଶ୍ବର ସବୁଠୁ ବଡ଼ ଧାର୍ମିକ ସମ୍ପ୍ରଦାୟର ସର୍ବୋଚ୍ଚ ଧର୍ମଗୁରୁ କିଏ ହେବେ ?  କିଏ ହେବେ ପରବର୍ତ୍ତୀ ପୋପ୍ ? ବର୍ତ୍ତମାନ ଏହି ପଦ ପାଇଁ ୯ ଜଣ ଚର୍ଚ୍ଚାରେ ଅଛନ୍ତି ।

ପୋପ୍‌ ଫ୍ରାନ୍ସିସ୍‌ଙ୍କ ପରଲୋକ ପରେ ଏବେ ନୂତନ ପୋପଙ୍କ ବାବଦରେ କୌଣସି ଆନୁଷ୍ଠାନିକ ଘୋଷଣା ହୋଇନାହିଁ । ନୂଅ ପୋପଙ୍କ ଚୟନ ଏକ ଖାସ୍ ପ୍ରକ୍ରିୟାରେ ହୋଇଥାଏ, ଯାହାକୁ ପେପଲ୍ କନ୍‌କ୍ଲେଭ୍ କୁହାଯାଏ । ପୋପଙ୍କ ମୃତ୍ୟୁ ପରେ କ୍ୟାଥୋଲିକ୍ ଚର୍ଚ୍ଚର କାର୍ଡିନଲ୍ସ ନିର୍ବାଚନ କରାଇଥାଏ । କାର୍ଡିନଲ୍ସ ହେଉଛି ବରିଷ୍ଠ ପଦାଧିକାରୀଙ୍କ ଏକ ଗ୍ରୁପ୍ । ଏମାନେ ପୋପଙ୍କୁ ପରାମର୍ଶ ଦେଇଥାନ୍ତି । ସବୁଥର ଏହି କାର୍ଡିନଲ୍ସରୁ ହିଁ ପୋପ୍‌ଙ୍କୁ ଚୟନ କରାଯାଇଥାଏ । ତେବେ ପୋପ୍ ହେବା ପାଇଁ କାର୍ଡିନଲ୍ ହେବା ଜରୁରି ନୁହେଁ, କିନ୍ତୁ ଏବେ ସୁଦ୍ଧା ଯେତେ ଜଣ ପୋପ୍ ହୋଇଛନ୍ତି, ସମସ୍ତେ କାର୍ଡିନଲ୍ ରହିଥିଲେ ।

ନୂଆ ପୋପ୍‌ ପାଇଁ ଚର୍ଚ୍ଚାରେ ୯ ଚେହେରା:

କାର୍ଡିନଲ୍ ପିଏତ୍ରୋ ପାରୋଲିନ୍ (ଇଟାଲୀ): ଭାଟିକାନର କ୍ଷମତାରେ କାର୍ଡିନଲ୍ ପିଏତ୍ରୋ ପାରୋଲିନ୍ ହେଉଛନ୍ତି, ଜଣେ ବଡ଼ ଚେହେରା । ଏକ ଦଶନ୍ଧି ଧରି ପୋପ୍ ଫ୍ରାନ୍ସିସଙ୍କ ସବୁଠୁ ବିଶ୍ୱସ୍ଥ ସହଯୋଗୀଙ୍କ ମଧ୍ୟରୁ ଜଣେ । ସେ ଗୃହ ସଚିବ ଭାବେ ୨୦୧୩ରୁ ଭାଟିକାନର କୂଟନୀତି ଓ ପ୍ରଶାସନର ନେତୃତ୍ୱ ନେଉଛନ୍ତି । ତାଙ୍କୁ ବର୍ତ୍ତମାନ ୭୦ ବର୍ଷ ହୋଇଛି । ସେ ଇଟାଲୀର ବେନେତୋର ବାସିନ୍ଦା ଓ ଚଳିତ ଥର ପୋପ୍ ନିର୍ବାଚନ କନକ୍ଲେଭରେ ସବୁଠୁ ଉଚ୍ଚ ପଦରେ ଥିବା କାର୍ଡିନଲ୍ ଅଟନ୍ତି ।

କାର୍ଡିନଲ୍ ପିଟର ଏଡ୍ରୋ (ହଙ୍ଗେରୀ): କ୍ୟାଥୋଲିକ୍ ଚର୍ଚ୍ଚରେ ଜଣେ ରୁଢିବାଦୀ ଓ ପାରମ୍ପାରିକ ବିଚାର ପାଇଁ ପିଟର ଏଡ୍ରୋ ପରିଚିତ । ତାଙ୍କୁ ବର୍ତ୍ତମାନ ୭୨ ବର୍ଷ ହୋଇଛି । ୨୦୦୩ରେ ପୋପ୍ ଜନ୍ ପଲ୍ ଦ୍ୱିତୀୟ ତାଙ୍କୁ କାର୍ଡିନଲ୍ କରିଥିଲେ । ସେ ୟୁରୋପର ବିଶପ ସମ୍ମିଳନୀ ପରିଷଦର ପୂର୍ବ ଅଧ୍ୟକ୍ଷ ଥିଲେ ଏବଂ କ୍ୟାଥୋଲିକ୍ ପରମ୍ପରାର ବଡ଼ ସମର୍ଥକ ଅଟନ୍ତି । 

କାର୍ଡିନ ମାତେଓ ଜୁପ୍ପି (ଇଟାଲୀ): କ୍ୟାଥୋଲିକ୍ ଚର୍ଚ୍ଚରେ ସବୁଠୁ ପ୍ରଭାବଶାଳୀ ଚେହେରା ମଧ୍ୟରେ ଜୁପ୍ପି ହେଉଛନ୍ତି ଜଣେ । ସେ ପୋପ୍ ଫ୍ରାନସିସଙ୍କ ସବୁଠୁ ଘନିଷ୍ଠ ନେତାଙ୍କ ମଧ୍ୟରୁ ଜଣେ । ତାଙ୍କୁ ବର୍ତ୍ତମାନ ୬୯ ବର୍ଷ ହୋଇଛି । ୨୦୨୨ରେ ସେ ଇଟାଲୀର ଏପିସ୍କୋପଲ୍ କନଫରେନ୍ସର ଅଧ୍ୟକ୍ଷ ଅଛନ୍ତି । ୨୦୧୯ରେ ପୋପ୍ ଫ୍ରାନ୍ସିସ୍ ତାଙ୍କୁ କାର୍ଡିନଲ୍ ନିଯୁକ୍ତ କରିଥିଲେ । କେବେଳ ଅନ୍ତରାଷ୍ଟ୍ରୀୟ ସ୍ତରର ନୁହେଁ, ଚର୍ଚ୍ଚ ଭିତରେ ବି ଜୁପ୍ପି ସମାବେଶୀ ଓ ଆଲୋଚନା ମାର୍ଗର ଦୃଢ ସମର୍ଥକ ରହିଛନ୍ତି ।

କାର୍ଡିନଲ୍ ଲୁଇସ୍ ଆଣ୍ଟୋନିଓ ଟ୍ୟାଗଲେ (ଫିଲିପାଇନ୍ସ): ଲୁଇସ୍ ଆଣ୍ଟୋନିଓଙ୍କୁ ୬୭ ବର୍ଷ ହୋଇଛି । କାର୍ଡିନଲ୍ସରେ ସବୁଠୁ କମ୍ ବୟସର କାର୍ଡିନଲ ମଧ୍ୟରେ ଅଛନ୍ତି । ଯଦି ତାଙ୍କୁ ପୋପ୍ ଚୟନ କରାଯାଏ, ତେବେ ସେ ଇତିହାସରେ ପ୍ରଥମ ଏସୀୟ ପୋପ୍ ହେବେ । ୨୦୧୨ରେ ବେନେଡିକ୍ଟ XVI ତାଙ୍କୁ କାର୍ଡିନଲ୍ ନିଯୁକ୍ତ କରିଥିଲେ । ଲୁଇସଙ୍କ ଗଣତି କ୍ୟାଥୋଲିକ୍ ଚର୍ଚ୍ଚରେ ସବୁଠୁ ପ୍ରଗତିଶୀଳ ନେତାଙ୍କ ମଧ୍ୟରେ ହୁଏ । ପୋପ୍ ଫ୍ରନ୍ସିସଙ୍କ ବିଚାରଧାରାଙ୍କୁ ସେ ସମର୍ଥନ କରୁଥଥିଲେ ।

ପିଟର ଟରସ୍କନ (ଘାନା): ୭୬ ବର୍ଷିୟ ପିଟର ଟରସ୍କନ କାର୍ଡିନଲ୍ସ ଭାବେ ନିର୍ବାଚିତ ହେଲେ ସେ ଶତାବ୍ଦୀର ପ୍ରଥମ କୃଷ୍ଣକାୟ ପୋପ୍ ହେବେ । ସେ ଜଳବାୟୁ ସଙ୍କଟ, ଦାରିଦ୍ର୍ୟ ଓ ଆର୍ଥିକ ସାମାନତାକୁ ନେଇ ସ୍ବରତ୍ତୋଲନ କରିଛନ୍ତି । ଏହାଛଡ଼ା ପାଦ୍ରୀପଦ, ପୁରୁଷ ଓ ମହିଳାଙ୍କ ମଧ୍ୟରେ ବିବାହ ଏବଂ ସମଲିଙ୍ଗତା ଚର୍ଚ୍ଚାରେ ପାରମ୍ପରିକ ସ୍ଥିତିକୁ ଦୃଢ଼ କରିଛନ୍ତି । ସେ ପରବର୍ତ୍ତୀ ଖ୍ରୀଷ୍ଟଆନ୍ ଧର୍ମଗୁରୁ ହେବେ ବୋଲି କୁହାଯାଉଛି ।
ଯୋଶ ଟୋଲେଣ୍ଟିନୋ (ପର୍ତ୍ତୁଗାଲ): ୫୯ ବର୍ଷିୟ ଯୋଶ ଟୋଲେଣ୍ଟିନୋ ଦ୍ବିତୀୟ ଯୁବ କାର୍ଡିନଲ୍ସ । ତାଙ୍କୁ ପୋପ୍ ଫ୍ରାନ୍ସିସ୍‌ଙ୍କ ସମ୍ଭାବ୍ୟ ଉତ୍ତରାଧିକାରୀ ବୋଲି କୁହାଯାଉଛି । ଯୋଶ ଟୋଲେଣ୍ଟିନୋ ସମଲିଙ୍ଗୀ ସମ୍ପର୍କ ଉପରେ ସହନଶୀଳ ଦୃଷ୍ଟିକୋଣ ରଖିବା ସହିତ ମହିଳାମାନଙ୍କ ସମାୟୋଜନକୁ ସମର୍ଥନ କରି ବିବାଦୀୟ ହୋଇଛନ୍ତି । ଏହାଛଡ଼ା ସେ ସବୁବେଳେ ପୋପ୍ ଫ୍ରାନ୍ସିସ୍‌ଙ୍କର ନିକଟତର ଥିଲେ । ଯୋଶ ଟୋଲେଣ୍ଟିନୋ ଚର୍ଚ୍ଚକୁ ଆଧୁନିକ ସଂସ୍କୃତି ସହିତ ଜଡିତ ହେବା ଉଚିତ ବୋଲି ଯୁକ୍ତି ରଖଛନ୍ତି ।

ମାରିଓ ଗ୍ରୀଚ୍ (ମାଲ୍‌ଟା)୬୮ ବର୍ଷିୟ ମାରିଓ ଗ୍ରାଚ୍ ମାଲଟାର କାର୍ଡିନଲ୍ । ପ୍ରଥମେ ସେ ଜଣେ ସଂସ୍କରବାଦୀ ଭାବେ ଜଣାପଡ଼ୁଥିଲେ । ହେଲେ ୨୦୧୩ରେ ଫ୍ରାନ୍ସିସ୍ ନିର୍ବାଚିତ ହେବା ପରେ ମାରିଓ ଗ୍ରୀଚ୍ ଅଧିକ ପ୍ରଭାଶାଳୀ ହେବା ସହ ପ୍ରଗତିଶୀଳ ଦୃଷ୍ଟିକୋଣକୁ ଆପଣାଇଥିଲେ । ତାଙ୍କ ସମର୍ଥକମାନେ ଯୁକ୍ତ କରନ୍ତି, ପରିବର୍ତ୍ତନଶୀଳ ମତାମତ ତାଙ୍କର କ୍ଷମତା ଦର୍ଶାଏ । ଏନଜିଓ ଜାହାଜର କାର୍ଯ୍ୟକଳାପକୁ ସୀମିତ କରିବାକୁ ପ୍ରାୟସ ଚଳାଇଥିବା ୟୁରୋପିଆନ୍ ରାଜନେତାମାନଙ୍କୁ ସେ ସମାଲୋଚନା କରିବା ସହିତ ମହିଳା ପାଦ୍ରିଙ୍କୁ ସମର୍ଥନ କରିଥାନ୍ତି । ପୋପ୍ ଫ୍ରାନ୍ସିସଙ୍କ ମୃତ୍ୟୁ ପରେ ମାରିଓ ଗ୍ରୀଚ୍ ପରବର୍ତ୍ତୀ ପୋପ୍ ତାଲିକାରେ ରହିଛନ୍ତି । 

କାର୍ଡିନଲ୍ ରମେଣ୍ଡ ୱାର୍କ: କ୍ୟାଥୋଲିକ ଚର୍ଚ୍ଚରେ ସବୁଠୁ ରୁଢିବାଦୀ ଚେହେରା ମଧ୍ୟରୁ ଜଣେ । ୨୦୧୦ରେ ପୋପ୍ ବେନେଡିକ୍ଟ XVI ତାଙ୍କୁ କାର୍ଡିନଲ୍ କରିଥିଲେ । ତେବେ ପୋପ୍ ଫ୍ରାନ୍ସିସଙ୍କ ସୁଧାରବାଦୀ ନୀତିଙ୍କୁ ସେ କଡ଼ା ସମାଲୋଚନା କରୁଥିଲେ । ଖାସ୍ କରି ଛାଡ଼ପତ୍ର ନେଇଥିବା ଓ ପୁନର୍ବିବାହିତ ଯୋଡ଼ିଙ୍କୁ ପବିତ୍ର ଖାଦ୍ୟ (ହୋଲି ଫୁଡ୍) ପ୍ରଦାନ ଅନୁମତି ଉପରେ ଅସହମତି ପ୍ରକାଶ କରିଥିଲେ ।

ରବର୍ଟ ସରହା (ଗୁଏନା)ଭିଟିକାନର ଜଣେ ପର୍ଯ୍ୟବେକ୍ଷକଙ୍କ ଅନୁଯାୟୀ, ରବର୍ଟ ସାରା ଜଣେ ପାରମ୍ପରିକ, ଅର୍ଥୋଡକ୍ସ କାର୍ଡିନାଲ୍  । ଏକ ସମୟରେ ସେ ନିଜକୁ ପୋପ୍ ଫ୍ରାନ୍ସିସ୍‌ଙ୍କ ସମକକ୍ଷ ବୋଲି କହି ଉପସ୍ଥାପନା କରୁଥିଲେ । ୨୦୨୦ରେ, ତତ୍କାଳୀନ ଅବସରପ୍ରାପ୍ତ ପୋପ୍ ବେନେଡିକ୍ଟଙ୍କ ସହିତ ମିଶି ଏକ ପୁସ୍ତକ ଲେଖିଥିଲେ । ଲିଙ୍ଗଗତ ବିଚାରଧାରା ସମାଜ ପାଇଁ ବିପଦ ବୋଲି କହୁଥିଲେ ଏବଂ ଇସଲାମିକ୍ ମୌଳବାଦ ବିରୁଦ୍ଧରେ ସ୍ବରତ୍ତୋଳନ କରୁଥିଲେ  ।