କିଏ ହେବେ ବିହାରର ଆଗାମୀ ମୁଖ୍ୟମନ୍ତ୍ରୀ: ବଡ଼ ଖୁଲାସା କଲେ ନୀତୀଶ କୁମାରଙ୍କ ପୁଅ
ପାଟନା,୧୫।୪: ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ପୁଅ ନିଶାନ୍ତ କୁମାର ମଙ୍ଗଳବାର ପାଟନାରେ ଗଣମାଧ୍ୟମକୁ ସମ୍ବୋଧିତ କରିଛନ୍ତି। ନୀତୀଶ କୁମାର ହେଉଛନ୍ତି ବିହାରରେ ମୁଖ୍ୟମନ୍ତ୍ରୀଙ୍କ ଚେହେରା। ଅମିତ ଶାହ ଏବଂ ସମ୍ରାଟ ଚୌଧୁରୀ ମଧ୍ୟ ଏହାକୁ ଗ୍ରହଣ କରିଛନ୍ତି ବୋଲି ନିଶାନ୍ତ କହିଛନ୍ତି। ନିଜେ ରାଜନୀତିରେ ଯୋଗଦେବାର ପ୍ରଶ୍ନ ଶୁଣିବା ମାତ୍ରେ ସେ ହସିଦେଇ ନୀରବ ରହିଥିଲେ ଏବଂ କହିଥିଲେ, ମୋ ବାପା ସମ୍ପୂର୍ଣ୍ଣ ସୁସ୍ଥ ଅଛନ୍ତି। ବିହାରର ଲୋକମାନେ ଦେଖୁଛନ୍ତି। ଜନସାଧାରଣ ହେଉଛନ୍ତି ମାଲିକ, ସେମାନେ ସବୁକିଛି […] The post କିଏ ହେବେ ବିହାରର ଆଗାମୀ ମୁଖ୍ୟମନ୍ତ୍ରୀ: ବଡ଼ ଖୁଲାସା କଲେ ନୀତୀଶ କୁମାରଙ୍କ ପୁଅ appeared first on Dharitri Odia News.
ପାଟନା,୧୫।୪: ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ପୁଅ ନିଶାନ୍ତ କୁମାର ମଙ୍ଗଳବାର ପାଟନାରେ ଗଣମାଧ୍ୟମକୁ ସମ୍ବୋଧିତ କରିଛନ୍ତି। ନୀତୀଶ କୁମାର ହେଉଛନ୍ତି ବିହାରରେ ମୁଖ୍ୟମନ୍ତ୍ରୀଙ୍କ ଚେହେରା। ଅମିତ ଶାହ ଏବଂ ସମ୍ରାଟ ଚୌଧୁରୀ ମଧ୍ୟ ଏହାକୁ ଗ୍ରହଣ କରିଛନ୍ତି ବୋଲି ନିଶାନ୍ତ କହିଛନ୍ତି। ନିଜେ ରାଜନୀତିରେ ଯୋଗଦେବାର ପ୍ରଶ୍ନ ଶୁଣିବା ମାତ୍ରେ ସେ ହସିଦେଇ ନୀରବ ରହିଥିଲେ ଏବଂ କହିଥିଲେ, ମୋ ବାପା ସମ୍ପୂର୍ଣ୍ଣ ସୁସ୍ଥ ଅଛନ୍ତି। ବିହାରର ଲୋକମାନେ ଦେଖୁଛନ୍ତି। ଜନସାଧାରଣ ହେଉଛନ୍ତି ମାଲିକ, ସେମାନେ ସବୁକିଛି ଜାଣନ୍ତି। ଆଗାମୀ ଦିନରେ ସେସମାନେ ହିଁ ସବୁକିଛି ନିଷ୍ପତ୍ତି ନେବେ।
ନିଶାନ୍ତ କୁମାର ଜନସାଧାରଣଙ୍କୁ ଅନୁରୋଧ କରି କହିଛନ୍ତି, ଆପଣ ୨୦୧୦ରେ ନୀତିଶ କୁମାରଙ୍କୁ ଯେଉଁ ବହୁମତ ଦେଇଥିଲେ, ୨୦୨୫ରେ ମୋ ବାପାଙ୍କୁ ମଧ୍ୟ ସେହିପରି ବହୁମତ ଦିଅନ୍ତୁ। ଯେତେବେଳେ କେନ୍ଦ୍ର ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହ ବିହାର ଆସିଥିଲେ, ସେ ମଧ୍ୟ କହିଥିଲେ ଯେ ନୀତୀଶ କୁମାରଙ୍କ ନେତୃତ୍ୱରେ ନିର୍ବାଚନ ଲଢ଼ାଯିବ ଏବଂ ମୁଖ୍ୟମନ୍ତ୍ରୀ ନୀତୀଶ ହିଁ ମୁଖ୍ୟମନ୍ତ୍ରୀଙ୍କ ଚେହେରା ହେବେ। ସମ୍ରାଟ ଚୌଧୁରୀ ସ୍ପଷ୍ଟ ଭାବରେ କହିଛନ୍ତି ଯେ, ନୀତୀଶ କୁମାର ତାଙ୍କ ସହିତ ୧୫ ବର୍ଷ ଧରି ଅଛନ୍ତି ଏବଂ ସେ ମୁଖ୍ୟମନ୍ତ୍ରୀ ପଦ ପାଇଁ ପ୍ରାର୍ଥୀ ହେବେ। ସେ ନିର୍ବାଚନରେ ବିଜୟୀ ହେବେ ବୋଲି ଆତ୍ମବିଶ୍ୱାସ ପ୍ରକାଶ କରିଥିଲେ।
The post କିଏ ହେବେ ବିହାରର ଆଗାମୀ ମୁଖ୍ୟମନ୍ତ୍ରୀ: ବଡ଼ ଖୁଲାସା କଲେ ନୀତୀଶ କୁମାରଙ୍କ ପୁଅ appeared first on Dharitri Odia News.