ବିମାନ ପରେ ଏବେ ମନ୍ଦିରକୁ ବୋମାରେ ଉଡାଇ ଦେବାକୁ ମିଳିଲା ଧମକ

ତିରୁପତି,୨୮।୧୦: ତିରୁପତିସ୍ଥିତ ଇସ୍କନ ମନ୍ଦିରକୁ ବୋମାରେ ଉଡାଇ ଦେବାକୁ ଧମକ ମିଳିଛି। ରବିବାର ଇମେଲ ମାଧ୍ୟମରେ ଏହି ଧମକ ଗ୍ରହଣ କରାଯାଇଥିଲା। ମନ୍ଦିର ପ୍ରଶାସନ ପୋଲିସ ନିକଟରେ ଏ ନେଇ ଅଭିଯୋଗ କରିଛି। ଅଭିଯୋଗରେ ଦର୍ଶାଯାଇଛି ଯେ ଆଇଏସଆଇଏସ ଆତଙ୍କବାଦୀମାନେ ମନ୍ଦିରକୁ ଉଡ଼ାଇ ଦେବେ ବୋଲି ଧମକ ଦିଆଯାଇଛି। ସୂଚନା ପାଇବା ମାତ୍ରେ ତିରୁପତି ପୋଲିସ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ମନ୍ଦିରରେ ତଲାସି ଅଭିଯାନ ଆରମ୍ଭ କରିଥିଲା। ବିସ୍ଫୋରକ ସାମଗ୍ରୀର ତଦନ୍ତ ପାଇଁ ସ୍ଥାନୀୟ ପୋଲିସ […] The post ବିମାନ ପରେ ଏବେ ମନ୍ଦିରକୁ ବୋମାରେ ଉଡାଇ ଦେବାକୁ ମିଳିଲା ଧମକ appeared first on Dharitri Odia News.

ବିମାନ ପରେ ଏବେ ମନ୍ଦିରକୁ ବୋମାରେ ଉଡାଇ ଦେବାକୁ ମିଳିଲା ଧମକ

ତିରୁପତି,୨୮।୧୦: ତିରୁପତିସ୍ଥିତ ଇସ୍କନ ମନ୍ଦିରକୁ ବୋମାରେ ଉଡାଇ ଦେବାକୁ ଧମକ ମିଳିଛି। ରବିବାର ଇମେଲ ମାଧ୍ୟମରେ ଏହି ଧମକ ଗ୍ରହଣ କରାଯାଇଥିଲା। ମନ୍ଦିର ପ୍ରଶାସନ ପୋଲିସ ନିକଟରେ ଏ ନେଇ ଅଭିଯୋଗ କରିଛି। ଅଭିଯୋଗରେ ଦର୍ଶାଯାଇଛି ଯେ ଆଇଏସଆଇଏସ ଆତଙ୍କବାଦୀମାନେ ମନ୍ଦିରକୁ ଉଡ଼ାଇ ଦେବେ ବୋଲି ଧମକ ଦିଆଯାଇଛି।
ସୂଚନା ପାଇବା ମାତ୍ରେ ତିରୁପତି ପୋଲିସ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ମନ୍ଦିରରେ ତଲାସି ଅଭିଯାନ ଆରମ୍ଭ କରିଥିଲା। ବିସ୍ଫୋରକ ସାମଗ୍ରୀର ତଦନ୍ତ ପାଇଁ ସ୍ଥାନୀୟ ପୋଲିସ ବୋମା ନିଷ୍କ୍ରିୟକାରୀ ସ୍କ୍ବାଡ ଏବଂ ଡଗ ସ୍କ୍ବାଡକୁ ମଧ୍ୟ ଡକା ଯାଇଥିଲା। ତେବେ ମନ୍ଦିର ପରିସରରୁ କୌଣସି ବିସ୍ଫୋରକ କିମ୍ବା ଅନ୍ୟ କୌଣସି ଆପତ୍ତିଜନକ ଜିନିଷ ଉଦ୍ଧାର କରାଯାଇ ନାହିଁ।

ସର୍କଲ ଇନ୍ସପେକ୍ଟର ଶ୍ରୀନିବାସୁଲୁ କହିଛନ୍ତି ଯେ ଯେଉଁମାନେ ଏହି ଧମକ ଦେଇଛନ୍ତି ସେମାନଙ୍କୁ ଚିହ୍ନଟ କରିବା ପାଇଁ ଆବଶ୍ୟକ ପ୍ରୟାସ କରାଯାଉଛି। ଏହା ଏକ ନକଲି ମେଲ ବୋଲି ପୋଲିସ ସନ୍ଦେହ କରୁଛି। ଗତ ତିନି ଦିନ ମଧ୍ୟରେ ତିରୁପତି ମନ୍ଦିରକୁ ମିଳିଥିବା ଏହା ଚତୁର୍ଥ ନକଲି ମେଲ। ପୂର୍ବରୁ ଏକ ଇମେଲରେ ମଧ୍ୟ ମନ୍ଦିରକୁ ବୋମା ଫିଙ୍ଗିବାର ଆଶଙ୍କା ରହିଥିଲା।
ଏହାପୂର୍ବରୁ ଶନିବାର ଦୁଇଟି ହୋଟେଲରେ ମଧ୍ୟ ବୋମା ଧମକ ମିଳିଥିଲା, ଯାହା ପରେ ଜାଲ ହୋଇଥଲା। ଏହି ଘଟଣା ପୂର୍ବରୁ ମଧ୍ୟ ସହରର ଅନ୍ୟ ତିନୋଟି ହୋଟେଲରେ ବୋମା ଧମକ ଦିଆଯାଇଥିଲା। ଲଗାତାର ଧମକ ଯୋଗୁଁ ଲୋକମାନେ ଭୟଭୀତ ହୋଇପଡ଼ିଛନ୍ତି।
ମନ୍ଦିର ପ୍ରଶାସନକୁ ପଠାଯାଇଥିବା ଏହି ନୂଆ ଧମକରେ ଡ୍ରଗ୍ସ ଚୋରା ଚାଲାଣ ନେଟୱାର୍କ ନେତା ଜାଫର ସାଦିକଙ୍କୁ ଉଲ୍ଲେଖ କରାଯାଇଛି, ଯିଏକି ତାମିଲନାଡୁର ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ ଏବଂ ଏନଫୋର୍ସମେଣ୍ଟ ଡାଇରେକ୍ଟୋରେଟ ଦ୍ୱାରା ଗିରଫ କରାଯାଇଥିଲା।

 

The post ବିମାନ ପରେ ଏବେ ମନ୍ଦିରକୁ ବୋମାରେ ଉଡାଇ ଦେବାକୁ ମିଳିଲା ଧମକ appeared first on Dharitri Odia News.