ଚାମ୍ପିଅନ୍ସ ଟ୍ରଫି ପୂର୍ବରୁ ଅଷ୍ଟ୍ରେଲିଆକୁ ଲାଗିଲା ୪୪୦ ଭୋଲ୍ଟର ଝଟ୍‌କା

ନୂଆଦିଲ୍ଲୀ,୩୧।୧: ୨୦୨୫ ଚାମ୍ପିଅନ୍ସ ଟ୍ରଫି ପୂର୍ବରୁ ଅଷ୍ଟ୍ରେଲିଆ କ୍ରିକେଟ ଟିମ୍‌କୁ ଏକ ବଡ଼ ଝଟ୍‌କା ଲାଗିଛି। ଦଳର ଭୟଙ୍କର ଅଲରାଉଣ୍ଡର ମିଚେଲ ମାର୍ଶ ପିଠି ଆଘାତ ଯୋଗୁ ଚାମ୍ପିଅନ୍ସ ଟ୍ରଫିରୁ ବାଦ ପଡ଼ିଛନ୍ତି। ଏହା ସହିତ, ଏବେ ତାଙ୍କ ପାଇଁ ଆଇପିଏଲ୍‌ ୨୦୨୫ରେ ଖେଳିବା ବହୁତ କଷ୍ଟକର। କ୍ରିକେଟ ଅଷ୍ଟ୍ରେଲିଆ ଏକ ବିବୃତ୍ତି ଜାରି କରି କହିଛି, ମିଚେଲ ମାର୍ଶଙ୍କୁ ପିଠି ଯନ୍ତ୍ରଣା ଏବଂ ଅସ୍ଥିରତା କାରଣରୁ ଆଗାମୀ ଆଇସିସି ପୁରୁଷ ଚାମ୍ପିଅନ୍ସ ଟ୍ରଫିରୁ ବାଦ ଦିଆଯାଇଛି। […] The post ଚାମ୍ପିଅନ୍ସ ଟ୍ରଫି ପୂର୍ବରୁ ଅଷ୍ଟ୍ରେଲିଆକୁ ଲାଗିଲା ୪୪୦ ଭୋଲ୍ଟର ଝଟ୍‌କା appeared first on Dharitri Odia News.

ଚାମ୍ପିଅନ୍ସ ଟ୍ରଫି ପୂର୍ବରୁ ଅଷ୍ଟ୍ରେଲିଆକୁ ଲାଗିଲା ୪୪୦ ଭୋଲ୍ଟର ଝଟ୍‌କା

ନୂଆଦିଲ୍ଲୀ,୩୧।୧: ୨୦୨୫ ଚାମ୍ପିଅନ୍ସ ଟ୍ରଫି ପୂର୍ବରୁ ଅଷ୍ଟ୍ରେଲିଆ କ୍ରିକେଟ ଟିମ୍‌କୁ ଏକ ବଡ଼ ଝଟ୍‌କା ଲାଗିଛି। ଦଳର ଭୟଙ୍କର ଅଲରାଉଣ୍ଡର ମିଚେଲ ମାର୍ଶ ପିଠି ଆଘାତ ଯୋଗୁ ଚାମ୍ପିଅନ୍ସ ଟ୍ରଫିରୁ ବାଦ ପଡ଼ିଛନ୍ତି। ଏହା ସହିତ, ଏବେ ତାଙ୍କ ପାଇଁ ଆଇପିଏଲ୍‌ ୨୦୨୫ରେ ଖେଳିବା ବହୁତ କଷ୍ଟକର।
କ୍ରିକେଟ ଅଷ୍ଟ୍ରେଲିଆ ଏକ ବିବୃତ୍ତି ଜାରି କରି କହିଛି, ମିଚେଲ ମାର୍ଶଙ୍କୁ ପିଠି ଯନ୍ତ୍ରଣା ଏବଂ ଅସ୍ଥିରତା କାରଣରୁ ଆଗାମୀ ଆଇସିସି ପୁରୁଷ ଚାମ୍ପିଅନ୍ସ ଟ୍ରଫିରୁ ବାଦ ଦିଆଯାଇଛି। ଜାତୀୟ ଚୟନ ପ୍ୟାନେଲ ଏବଂ ଅଷ୍ଟ୍ରେଲିଆ ପୁରୁଷ ଡାକ୍ତରୀ ଦଳ ମାର୍ଶଙ୍କୁ ଟୁର୍ନାମେଣ୍ଟରୁ ବାଦ ଦେବାକୁ ନିଷ୍ପତ୍ତି ନେଇଛନ୍ତି।
ବିବୃତ୍ତିରେ ଆହୁରି କୁହାଯାଇଛି, ସାମ୍ପ୍ରତିକ ସପ୍ତାହଗୁଡ଼ିକରେ ତାଙ୍କର ପିଠି ଯନ୍ତ୍ରଣା ବୃଦ୍ଧି ପାଇଛି, ଯାହା ଯୋଗୁ ମାର୍ଶ ଚାମ୍ପିଅନ୍ସ ଟ୍ରଫିରେ ଖେଳିପାରିବେ ନାହିଁ। ତାଙ୍କୁ ଭଲ ହେବା ପାଇଁ ସମୟ ଲାଗିବ। ମାର୍ଶଙ୍କ ବଦଳ ଖେଳାଳି ଏପର୍ଯ୍ୟନ୍ତ ଘୋଷଣା କରାଯାଇ ନାହିଁ।

The post ଚାମ୍ପିଅନ୍ସ ଟ୍ରଫି ପୂର୍ବରୁ ଅଷ୍ଟ୍ରେଲିଆକୁ ଲାଗିଲା ୪୪୦ ଭୋଲ୍ଟର ଝଟ୍‌କା appeared first on Dharitri Odia News.