କିଛି ସମୟ ପରେ ପୁରୀରୁ ଭୁବନେଶ୍ବର ଫେରିବେ ମହାମହିମ : ଭୁବନେଶ୍ୱରରେ ବିଭିନ୍ନ କାର୍ଯ୍ୟକ୍ରମରେ ହେବେ ସାମିଲ

କନକବ୍ୟୁରୋ : ଓଡ଼ିଶା ଗସ୍ତରେ ଥିବା ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏବେ ପୁରୀରେ ଅଛନ୍ତି ।  ପୁରୀ ରାଜଭବନରୁ ବାହାରି ତାଳବଣିଆ ହେଲିପ୍ୟାଡ୍‌ରେ ପହଂଚିବେ ରାଷ୍ଟ୍ରପତି । ସେଠାରୁ ସ୍ବତନ୍ତ୍ର ହେଲିକପ୍ଟର ଯୋଗେ ଭୁବନେଶ୍ବର ଆସିବେ ମହାମହିମ । ଗତକାଲି ସକାଳେ ପୁରୀ ଗସ୍ତ କରିଥିଲେ ରାଷ୍ଟ୍ରପତି। ଗର୍ଭଗୃହରେ ମହାପ୍ରଭୁଙ୍କୁ ଦର୍ଶନ କରିବା ପରେ ଗୋପବନ୍ଧୁ ଆୟୁର୍ବେଦ ମହାବିଦ୍ୟାଳୟର ହୀରକ ଜୟନ୍ତୀ ଉତ୍ସବରେ ସାମିଲ ହୋଇଥିଲେ ।  ଏହା ପରେ ଅପରାହ୍ଣରେ ପୁରୀ ବ୍ଲୁ ଫ୍ଲାଗ ବିଚ୍‌ରେ ଆୟୋଜିତ ନୌସେନା ଦିବସରେ ସାମିଲ ହୋଇ ନୌ-ବୀରଙ୍କ ପରାମ୍ରକ ଦେଖିଥିଲେ ମହାମହିମ। ପୁରୀ ରାଜଭବନରେ ରାତ୍ରୀଯାପନ କରିବା ପରେ ଆଜି ସେ ପୁରୀ ଫେରିଆସିବେ ।  ଆଜି ଓଡ଼ିଶା କୃଷି ଓ ବୈଷୟିକ ବିଶ୍ବବିଦ୍ୟାଳୟ ବା ଓୟୁଏଟିର ୪୦ ତମ ସମାବର୍ତ୍ତନ ଉତ୍ସବ। କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ସାମିଲ ହେବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ପ୍ରବେଶ ପଥରୁ କୃଷି ସଦନ ପର୍ଯ୍ୟନ୍ତ ସବୁଠି ରାଷ୍ଟ୍ରପତିଙ୍କ ସ୍ବାଗତ ପାଇଁ ଭବ୍ୟ ଆୟୋଜନ କରାଯାଇଛି  । ରାଷ୍ଟ୍ରପତି ଯିବାକୁ ଥିବା ଅଞ୍ଚଳରେ ସ୍ବତନ୍ତ୍ର କରିଡ଼ର ହୋଇଛି। ପାଖାପାଖି ଏକ ହଜାର ବ୍ୟକ୍ତିବିଶେଷ ସମାବର୍ତ୍ତନ ଉତ୍ସବରେ ଯୋଗଦେବେ । ରାଷ୍ଟ୍ରପତି ସମାବର୍ତ୍ତନ ଉତ୍ସବରେ ଦୀକ୍ଷାନ୍ତ ଭାଷଣ ରଖିବେ । ରାଷ୍ଟ୍ରପତି ୪ ଜଣଙ୍କୁ ସମ୍ମାନ ସୂଚକ ଡକ୍ଟରେଟ୍ ସହ ୭ ଜଣ ଛାତ୍ରଛାତ୍ରୀଙ୍କୁ ସ୍ବର୍ଣ୍ଣପଦକ ପ୍ରଦାନ କର

କିଛି ସମୟ ପରେ ପୁରୀରୁ ଭୁବନେଶ୍ବର ଫେରିବେ ମହାମହିମ : ଭୁବନେଶ୍ୱରରେ ବିଭିନ୍ନ କାର୍ଯ୍ୟକ୍ରମରେ ହେବେ ସାମିଲ

କନକବ୍ୟୁରୋ : ଓଡ଼ିଶା ଗସ୍ତରେ ଥିବା ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏବେ ପୁରୀରେ ଅଛନ୍ତି ।  ପୁରୀ ରାଜଭବନରୁ ବାହାରି ତାଳବଣିଆ ହେଲିପ୍ୟାଡ୍‌ରେ ପହଂଚିବେ ରାଷ୍ଟ୍ରପତି । ସେଠାରୁ ସ୍ବତନ୍ତ୍ର ହେଲିକପ୍ଟର ଯୋଗେ ଭୁବନେଶ୍ବର ଆସିବେ ମହାମହିମ । ଗତକାଲି ସକାଳେ ପୁରୀ ଗସ୍ତ କରିଥିଲେ ରାଷ୍ଟ୍ରପତି। ଗର୍ଭଗୃହରେ ମହାପ୍ରଭୁଙ୍କୁ ଦର୍ଶନ କରିବା ପରେ ଗୋପବନ୍ଧୁ ଆୟୁର୍ବେଦ ମହାବିଦ୍ୟାଳୟର ହୀରକ ଜୟନ୍ତୀ ଉତ୍ସବରେ ସାମିଲ ହୋଇଥିଲେ । 

ଏହା ପରେ ଅପରାହ୍ଣରେ ପୁରୀ ବ୍ଲୁ ଫ୍ଲାଗ ବିଚ୍‌ରେ ଆୟୋଜିତ ନୌସେନା ଦିବସରେ ସାମିଲ ହୋଇ ନୌ-ବୀରଙ୍କ ପରାମ୍ରକ ଦେଖିଥିଲେ ମହାମହିମ। ପୁରୀ ରାଜଭବନରେ ରାତ୍ରୀଯାପନ କରିବା ପରେ ଆଜି ସେ ପୁରୀ ଫେରିଆସିବେ ।  ଆଜି ଓଡ଼ିଶା କୃଷି ଓ ବୈଷୟିକ ବିଶ୍ବବିଦ୍ୟାଳୟ ବା ଓୟୁଏଟିର ୪୦ ତମ ସମାବର୍ତ୍ତନ ଉତ୍ସବ। କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ସାମିଲ ହେବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ପ୍ରବେଶ ପଥରୁ କୃଷି ସଦନ ପର୍ଯ୍ୟନ୍ତ ସବୁଠି ରାଷ୍ଟ୍ରପତିଙ୍କ ସ୍ବାଗତ ପାଇଁ ଭବ୍ୟ ଆୟୋଜନ କରାଯାଇଛି  ।

ରାଷ୍ଟ୍ରପତି ଯିବାକୁ ଥିବା ଅଞ୍ଚଳରେ ସ୍ବତନ୍ତ୍ର କରିଡ଼ର ହୋଇଛି। ପାଖାପାଖି ଏକ ହଜାର ବ୍ୟକ୍ତିବିଶେଷ ସମାବର୍ତ୍ତନ ଉତ୍ସବରେ ଯୋଗଦେବେ । ରାଷ୍ଟ୍ରପତି ସମାବର୍ତ୍ତନ ଉତ୍ସବରେ ଦୀକ୍ଷାନ୍ତ ଭାଷଣ ରଖିବେ । ରାଷ୍ଟ୍ରପତି ୪ ଜଣଙ୍କୁ ସମ୍ମାନ ସୂଚକ ଡକ୍ଟରେଟ୍ ସହ ୭ ଜଣ ଛାତ୍ରଛାତ୍ରୀଙ୍କୁ ସ୍ବର୍ଣ୍ଣପଦକ ପ୍ରଦାନ କରିବେ । ରାଜ୍ୟପାଳ ରଘୁବର ଦାସ, ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓ ମଧ୍ୟ କାର୍ଯ୍ୟକ୍ରମରେ ସାମିଲ ହେବେ । 

ଭୁବନେଶ୍ବର କଳ୍ପନା ଛକ ନିକଟସ୍ଥ ଜୁଡିସିଆଲ୍ କମ୍ଲେକ୍ସକୁ ଉଦ୍‌ଘାଟନ କରିବେ ରାଷ୍ଟ୍ରପତି । କାର୍ଯ୍ୟକ୍ରମରେ ରାଜ୍ୟପାଳ, ହାଇକୋର୍ଟ ମୁଖ୍ୟ ବିଚାରପତି ପ୍ରମୁଖ ଯୋଗ ଦେବେ। ଏହା ପରେ ବିଜେବି ଖେଳ ପଡ଼ିଆରେ ଆୟୋଜିତ ହେବାକୁ ଥିବା ଉଦ୍‌ବୋଧନ ଦେବେ ରାଷ୍ଟ୍ରପତି। ସଂଧ୍ୟା ୬ଟା ବେଳେ ରାଜଭବନକୁ ଫେରିଯିବେ। ସେଠାରେ ରାତ୍ରିଯାପନ କରିବେ ମହାମହିମ। ଆସନ୍ତାକାଲି ସକାଳେ ମଧ୍ୟ ଭୁବନେଶ୍ବରରେ ରାଷ୍ଟ୍ରପତିଙ୍କ କାର୍ଯ୍ୟକ୍ରମ ରହିଛି।