କିଛିଦିନ ମଧ୍ୟରେ ପଶ୍ଚିମବଙ୍ଗ ଆସିବେ ୧ କୋଟି ଶରଣାର୍ଥୀ: ଶୁଭେନ୍ଦୁ ଅଧିକାରୀଙ୍କ ଦାବି
କୋଲକାତା,୫।୮: ବାଂଲାଦେଶରେ ହିଂସା ଜାରି ରହିଛି। ଲକ୍ଷ ଲକ୍ଷ ବିକ୍ଷୋଭକାରୀ ସଂରକ୍ଷଣ ନାମରେ ହିଂସାତ୍ମକ ମନୋଭାବ ଗ୍ରହଣ କରିଥିଲେ। ଏହାରି ଭିତରେ ବାଂଲାଦେଶ ପ୍ରଧାନମନ୍ତ୍ରୀ ଶେଖ ହସିନା ଦେଶ ଛାଡିଛନ୍ତି। ଏହି ସମୟ ମଧ୍ୟରେ ପଶ୍ଚିମବଙ୍ଗ ବିଧାନସଭାରେ ବିରୋଧୀଦଳର ନେତା ସୁଭେନ୍ଦୁ ଅଧିକାରୀ ସୋମବାର ଏକ ବଡ଼ ବିବୃତ୍ତି ଦେଇଛନ୍ତି। ଶୁଭେନ୍ଦୁ ଅଧିକାରୀ କହିଛନ୍ତି, କିଛି ଦିନ ମଧ୍ୟରେ ଏକ କୋଟି ହିନ୍ଦୁ ଶରଣାର୍ଥୀ ପଶ୍ଚିମବଙ୍ଗକୁ ଆସିବାକୁ ଯାଉଛନ୍ତି। ତେଣୁ ତୁମେ ପ୍ରସ୍ତୁତ ହେବା ଉଚିତ୍। ପଶ୍ଚିମବଙ୍ଗ […] The post କିଛିଦିନ ମଧ୍ୟରେ ପଶ୍ଚିମବଙ୍ଗ ଆସିବେ ୧ କୋଟି ଶରଣାର୍ଥୀ: ଶୁଭେନ୍ଦୁ ଅଧିକାରୀଙ୍କ ଦାବି appeared first on Dharitri Odia News.
କୋଲକାତା,୫।୮: ବାଂଲାଦେଶରେ ହିଂସା ଜାରି ରହିଛି। ଲକ୍ଷ ଲକ୍ଷ ବିକ୍ଷୋଭକାରୀ ସଂରକ୍ଷଣ ନାମରେ ହିଂସାତ୍ମକ ମନୋଭାବ ଗ୍ରହଣ କରିଥିଲେ। ଏହାରି ଭିତରେ ବାଂଲାଦେଶ ପ୍ରଧାନମନ୍ତ୍ରୀ ଶେଖ ହସିନା ଦେଶ ଛାଡିଛନ୍ତି। ଏହି ସମୟ ମଧ୍ୟରେ ପଶ୍ଚିମବଙ୍ଗ ବିଧାନସଭାରେ ବିରୋଧୀଦଳର ନେତା ସୁଭେନ୍ଦୁ ଅଧିକାରୀ ସୋମବାର ଏକ ବଡ଼ ବିବୃତ୍ତି ଦେଇଛନ୍ତି। ଶୁଭେନ୍ଦୁ ଅଧିକାରୀ କହିଛନ୍ତି, କିଛି ଦିନ ମଧ୍ୟରେ ଏକ କୋଟି ହିନ୍ଦୁ ଶରଣାର୍ଥୀ ପଶ୍ଚିମବଙ୍ଗକୁ ଆସିବାକୁ ଯାଉଛନ୍ତି। ତେଣୁ ତୁମେ ପ୍ରସ୍ତୁତ ହେବା ଉଚିତ୍।
ପଶ୍ଚିମବଙ୍ଗ ବିଧାନସଭାର ମୌସୁମୀ ଅଧିବେଶନରେ ବିରୋଧୀଦଳ ନେତା ଶୁଭେନ୍ଦୁ ଆଦିକାରୀ କହିଛନ୍ତି, ବାଂଲାଦେଶରେ ହିନ୍ଦୁମାନଙ୍କର ହତ୍ୟାକାଣ୍ଡ ଘଟୁଛି। ରଙ୍ଗପୁରରେ ନଗର ପରିଷଦ କାଉନସିଲର ହରଧନ ନାୟକଙ୍କୁ ହତ୍ୟା କରାଯାଇଥିଲା। ସିରାଜଗଞ୍ଜ ପୋଲିସ ଷ୍ଟେଶନରେ ୧୩ଜଣ ପୋଲିସ କର୍ମଚାରୀଙ୍କୁ ହତ୍ୟା କରାଯାଇଥିଲା। ସେଥିମଧ୍ୟରୁ ୯ଜଣ ହିନ୍ଦୁ ଅଟନ୍ତି। ଏଥି ସହିତ ନୋହାଲିରେ ହିନ୍ଦୁମାନଙ୍କ ଘର ପୋଡି ପାଉଁଶ ହୋଇଯାଇଥିଲା। ମୁଁ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏବଂ ରାଜ୍ୟପାଳଙ୍କୁ ଏହି ବିଷୟରେ ତୁରନ୍ତ ଭାରତ ସରକାରଙ୍କ ସହ କଥାବାର୍ତ୍ତା କରିବାକୁ କହିବି।
The post କିଛିଦିନ ମଧ୍ୟରେ ପଶ୍ଚିମବଙ୍ଗ ଆସିବେ ୧ କୋଟି ଶରଣାର୍ଥୀ: ଶୁଭେନ୍ଦୁ ଅଧିକାରୀଙ୍କ ଦାବି appeared first on Dharitri Odia News.