କିଟ୍ ଛାତ୍ରୀ ଆୟୁଷୀ ହେଲେ ମିସ୍ ଓଡ଼ିଶା ଇଣ୍ଡିଆ ୨୦୨୫

କିଟ୍ ବିଶ୍ବବିଦ୍ୟାଳୟ ପାଇଁ ଗର୍ବ ଆଣିଛନ୍ତି ଆୟୁଷୀ ପଣ୍ଡା ।  କମ୍ପୁଟର ଇଞ୍ଜିନିୟରିଂର ତୃତୀୟ ବର୍ଷ ବି.ଟେକ୍ ଛାତ୍ରୀ ଆୟୁଷୀ ବନିଛନ୍ତି ମିସ୍ ଓଡ଼ିଶା ଇଣ୍ଡିଆ ୨୦୨୫ । କିଟ୍ ଫ୍ୟାଶନ୍ ସୋସାଇଟିର ମଡେଲ୍ ଆୟୁଷୀ ଗ୍ରାଣ୍ଡ ଫିନାଲେରେ ଆକର୍ଷଣର କେନ୍ଦ୍ରବିନ୍ଦୁ ସାଜି ଏହି ସମ୍ମାନଜନକ ଟାଇଟଲ୍ ହାସଲ କରିଛନ୍ତି । ଏହି ଉଲ୍ଲେଖନୀୟ ସଫଳତା ସହ ସେ ଫେମିନା ମିସ୍ ଇଣ୍ଡିଆ ୨୦୨୫ ପାଇଁ ଆନୁଷ୍ଠାନିକ ଯୋଗ୍ୟ ବିବେଚିତ ହୋଇଛନ୍ତି । ଯାହା ଫଳରେ ସେ […] The post କିଟ୍ ଛାତ୍ରୀ ଆୟୁଷୀ ହେଲେ ମିସ୍ ଓଡ଼ିଶା ଇଣ୍ଡିଆ ୨୦୨୫ appeared first on KNews Odisha.

କିଟ୍ ଛାତ୍ରୀ ଆୟୁଷୀ ହେଲେ ମିସ୍ ଓଡ଼ିଶା ଇଣ୍ଡିଆ ୨୦୨୫
AYUSHI

କିଟ୍ ବିଶ୍ବବିଦ୍ୟାଳୟ ପାଇଁ ଗର୍ବ ଆଣିଛନ୍ତି ଆୟୁଷୀ ପଣ୍ଡା ।  କମ୍ପୁଟର ଇଞ୍ଜିନିୟରିଂର ତୃତୀୟ ବର୍ଷ ବି.ଟେକ୍ ଛାତ୍ରୀ ଆୟୁଷୀ ବନିଛନ୍ତି ମିସ୍ ଓଡ଼ିଶା ଇଣ୍ଡିଆ ୨୦୨୫ ।

କିଟ୍ ଫ୍ୟାଶନ୍ ସୋସାଇଟିର ମଡେଲ୍ ଆୟୁଷୀ ଗ୍ରାଣ୍ଡ ଫିନାଲେରେ ଆକର୍ଷଣର କେନ୍ଦ୍ରବିନ୍ଦୁ ସାଜି ଏହି ସମ୍ମାନଜନକ ଟାଇଟଲ୍ ହାସଲ କରିଛନ୍ତି । ଏହି ଉଲ୍ଲେଖନୀୟ ସଫଳତା ସହ ସେ ଫେମିନା ମିସ୍ ଇଣ୍ଡିଆ ୨୦୨୫ ପାଇଁ ଆନୁଷ୍ଠାନିକ ଯୋଗ୍ୟ ବିବେଚିତ ହୋଇଛନ୍ତି । ଯାହା ଫଳରେ ସେ ୭୪ତମ ମିସ୍ ୱାର୍ଲ୍ଡ ପ୍ରତିଯୋଗିତାରେ ଭାରତକୁ ପ୍ରତିନିଧିତ୍ୱ କରିବାର ସୁଯୋଗ ହାସଲ କରିବାକୁ ପାଦେ ଆଗେଇଛନ୍ତି ।

ଆୟୁଷୀଙ୍କ ଏହି ଉଲ୍ଲେଖନୀୟ ସଫଳତା ପାଇଁ ତାଙ୍କୁ ଶୁଭେଚ୍ଛାର ସୁଅ ଛୁଟୁଛି । ଜାତୀୟ ଏବଂ ଅନ୍ତର୍ଜାତୀୟ ପର୍ଯ୍ୟାୟ ଆଡକୁ ତାଙ୍କର ଯାତ୍ରା ଜାରି ରଖିବା ପାଇଁ ସମସ୍ତେ ଶୁଭକାମନା ଜଣାଉଛନ୍ତି ।

MISS ODISHA-2

The post କିଟ୍ ଛାତ୍ରୀ ଆୟୁଷୀ ହେଲେ ମିସ୍ ଓଡ଼ିଶା ଇଣ୍ଡିଆ ୨୦୨୫ appeared first on KNews Odisha.