କିଟ୍ ପକ୍ଷରୁ ମେଧା ସମ୍ବର୍ଦ୍ଧନା ସମାରୋହ

ଭୁବନେଶ୍ୱର : କିଟ୍ ପକ୍ଷରୁ ମେଧା ସମ୍ବର୍ଦ୍ଧନା ସମାରୋହ  । ପ୍ରତିବର୍ଷ ଭଳି ଚଳିତବର୍ଷ ୧୦ମ ଓ ଦ୍ଵାଦଶ ବାର୍ଷିକ ପରୀକ୍ଷାରେ ପ୍ରଥମ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇଥିବା କିଟ୍ ଶିକ୍ଷାନୁଷ୍ଠାନ ସମୂହ ଓ କିସରେ କାର୍ଯ୍ୟରତ କର୍ମଚାରୀଙ୍କ ମେଧାବୀ ପିଲାମାନଙ୍କୁ କିଟ୍ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଛି । ଆଜି କିଟ ବିଶ୍ଵବିଦ୍ୟାଳୟ କୁଳପତି ପ୍ରଫେସର ଶରଣଜିତ୍ ସିଂହ, କୁଳସଚିବ ପ୍ରଫେସର ଜ୍ଞାନ ରଞ୍ଜନ ମହାନ୍ତି ଏବଂ କିଟ୍ କିସର ବରିଷ୍ଠ ଅଧିକାରୀଙ୍କ ଉପସ୍ଥିତିରେ କିଟ୍ ଓ କିସ୍ […] The post କିଟ୍ ପକ୍ଷରୁ ମେଧା ସମ୍ବର୍ଦ୍ଧନା ସମାରୋହ appeared first on KNews Odisha.

କିଟ୍ ପକ୍ଷରୁ ମେଧା ସମ୍ବର୍ଦ୍ଧନା ସମାରୋହ
kiit

ଭୁବନେଶ୍ୱର : କିଟ୍ ପକ୍ଷରୁ ମେଧା ସମ୍ବର୍ଦ୍ଧନା ସମାରୋହ  । ପ୍ରତିବର୍ଷ ଭଳି ଚଳିତବର୍ଷ ୧୦ମ ଓ ଦ୍ଵାଦଶ ବାର୍ଷିକ ପରୀକ୍ଷାରେ ପ୍ରଥମ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇଥିବା କିଟ୍ ଶିକ୍ଷାନୁଷ୍ଠାନ ସମୂହ ଓ କିସରେ କାର୍ଯ୍ୟରତ କର୍ମଚାରୀଙ୍କ ମେଧାବୀ ପିଲାମାନଙ୍କୁ କିଟ୍ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଛି ।

ଆଜି କିଟ ବିଶ୍ଵବିଦ୍ୟାଳୟ କୁଳପତି ପ୍ରଫେସର ଶରଣଜିତ୍ ସିଂହ, କୁଳସଚିବ ପ୍ରଫେସର ଜ୍ଞାନ ରଞ୍ଜନ ମହାନ୍ତି ଏବଂ କିଟ୍ କିସର ବରିଷ୍ଠ ଅଧିକାରୀଙ୍କ ଉପସ୍ଥିତିରେ କିଟ୍ ଓ କିସ୍ ପ୍ରତିଷ୍ଠାତା ଡ. ଅଚ୍ୟୁତ ସାମନ୍ତ ଏହି ମେଧାବୀ ଛାତ୍ରଛାତ୍ରୀଙ୍କୁ ସମ୍ବର୍ଦ୍ଧିତ କରିଥିଲେ । ସୂଚନାଯୋଗ୍ୟ, ପ୍ରତିଷ୍ଠାତା ଡ. ଅଚ୍ୟୁତ ସାମନ୍ତ ସର୍ବଦା କିଟ୍ ଓ କିସ୍ ର କର୍ମଚାରୀଙ୍କ କଲ୍ୟାଣ ନିମନ୍ତେ ବିଭିନ୍ନ ସମୟରେ ବିଭିନ୍ନ କଲ୍ୟାଣକାରୀ ପଦକ୍ଷେପମାନ ଗ୍ରହଣ କରିଥାନ୍ତି ।

ସେଥିମଧ୍ୟରୁ କିଟ ଶିକ୍ଷାନୁଷ୍ଠାନ ସମୂହରେ କାର୍ଯ୍ୟରତ କର୍ମଚାରୀଙ୍କ ମେଧାବୀ ପିଲାଙ୍କୁ ଉତ୍ସାହିତ କରିବା ଅନ୍ୟତମ । ଏହି ପିଲାମାନେ ୧୦ମ ଓ ଦ୍ବାଦଶ ଶ୍ରେଣୀ ବାର୍ଷିକ ପରୀକ୍ଷାରେ ୬୦ ପ୍ରତିଶତରୁ ଉର୍ଦ୍ଧ୍ଵ ନମ୍ବର ରଖ୍ ଉତ୍ତୀର୍ଣ୍ଣ ହୋଇଥିଲେ। ଅପରପକ୍ଷରେ ଏଭଳି ପଦକ୍ଷେପ ପାଇଁ କିଟ୍ ଓ କିସ୍ କର୍ମଚାରୀ ଓ ସପରିବାର ପ୍ରତିଷ୍ଠାତା ଡ. ଅତ୍ୟୁତ ସାମନ୍ତ ଓ କିଟ୍ କର୍ତ୍ତୃପକ୍ଷଙ୍କୁ କୃତଜ୍ଞତା ଜଣାଇଛନ୍ତି।

The post କିଟ୍ ପକ୍ଷରୁ ମେଧା ସମ୍ବର୍ଦ୍ଧନା ସମାରୋହ appeared first on KNews Odisha.