ତାଳଚେର NTPCରେ ବଡଧରଣର ଅଗ୍ନିକାଣ୍ଡ, ପୁରା ଅଞ୍ଚଳ ଧୂଆଁମୟ

ଅନୁଗୋଳ ୦୬।୦୪ : ଅନୁଗୋଳ ଜିଲ୍ଲା ତାଳଚେର କଣିହାଁ  NTPCରେ ବଡ ଧରଣର ଅଗ୍ନିକାଣ୍ଡ । ପ୍ଲାଣ୍ଟ ଭିତରେ ଥିବା କନଭେୟର ବେଲ୍ଟରେ ଲାଗିଛି  ନିଆଁ । ଏହି ନିଆଁକୁ ଆୟତ୍ତ କରିବାକୁ ୫ଟି ଅଗ୍ନିଶମ ବାହିନୀ ନିୟୋଜତି ହୋଇଛନ୍ତି । ଅଗ୍ନିକାଣ୍ଡ ଯୋଗୁ ସମ୍ପୂର୍ଣ୍ଣ ଅଞ୍ଚଳ ଧୂଆଁମୟ ହୋଇଯାଇଛି । ଖବର ଅନୁଯାୟୀ, ଶନିବାର ଦିନ ସକାଳ ସମୟରେ ହଠାତ୍‌ ତାଳଚେର କଣିହାଁ ସ୍ଥିତ NTPCରେ ବଡ ଧରଣର ଅଗ୍ନିକାଣ୍ଡ ହୋଇଛି । ପ୍ଲାଣ୍ଟ ଭିତରେ ଥିବା କନ୍‌ଭେୟର ବେଲ୍‌ଟରେ ଲାଗିଯାଇଥିଲା ନିଆଁ ।ଯାହାଫଳରେ ପ୍ଲାଣ୍ଟର ଅନେକ ସ୍ଥାନରେ ନିଆଁ ବ୍ୟାପିଥିବାର ଦେଖିବାକୁ ମିଳିଛି । ଏହାପରେ ତୁରନ୍ତ ଅଗ୍ନିଶମ ବାହିନୀକୁ ଖବର ଦିଆଯାଇଥିଲା । ଅଗ୍ନିଶମ ବାହିନୀର ୫ଟି ଗାଡି ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ କରିବାକୁ ଉଦ୍ୟମ କରିଛି । 

ତାଳଚେର NTPCରେ ବଡଧରଣର ଅଗ୍ନିକାଣ୍ଡ, ପୁରା ଅଞ୍ଚଳ ଧୂଆଁମୟ

ଅନୁଗୋଳ ୦୬।୦୪ : ଅନୁଗୋଳ ଜିଲ୍ଲା ତାଳଚେର କଣିହାଁ  NTPCରେ ବଡ ଧରଣର ଅଗ୍ନିକାଣ୍ଡ । ପ୍ଲାଣ୍ଟ ଭିତରେ ଥିବା କନଭେୟର ବେଲ୍ଟରେ ଲାଗିଛି  ନିଆଁ । ଏହି ନିଆଁକୁ ଆୟତ୍ତ କରିବାକୁ ୫ଟି ଅଗ୍ନିଶମ ବାହିନୀ ନିୟୋଜତି ହୋଇଛନ୍ତି । ଅଗ୍ନିକାଣ୍ଡ ଯୋଗୁ ସମ୍ପୂର୍ଣ୍ଣ ଅଞ୍ଚଳ ଧୂଆଁମୟ ହୋଇଯାଇଛି । 

ଖବର ଅନୁଯାୟୀ, ଶନିବାର ଦିନ ସକାଳ ସମୟରେ ହଠାତ୍‌ ତାଳଚେର କଣିହାଁ ସ୍ଥିତ NTPCରେ ବଡ ଧରଣର ଅଗ୍ନିକାଣ୍ଡ ହୋଇଛି । ପ୍ଲାଣ୍ଟ ଭିତରେ ଥିବା କନ୍‌ଭେୟର ବେଲ୍‌ଟରେ ଲାଗିଯାଇଥିଲା ନିଆଁ ।ଯାହାଫଳରେ ପ୍ଲାଣ୍ଟର ଅନେକ ସ୍ଥାନରେ ନିଆଁ ବ୍ୟାପିଥିବାର ଦେଖିବାକୁ ମିଳିଛି । ଏହାପରେ ତୁରନ୍ତ ଅଗ୍ନିଶମ ବାହିନୀକୁ ଖବର ଦିଆଯାଇଥିଲା । ଅଗ୍ନିଶମ ବାହିନୀର ୫ଟି ଗାଡି ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ କରିବାକୁ ଉଦ୍ୟମ କରିଛି ।