କିଟ୍‌ ବିଶ୍ୱବିଦ୍ୟାଳୟ ଛାତ୍ରୀ ଆତ୍ମହତ୍ୟା ଘଟଣା: ଏବିଭିପିର ବିକ୍ଷୋଭ

ଭବାନୀପାଟଣା,୧୯ା୨(ଉତ୍ତମ କୁମାର ଦାଶ):  ଭୁବନେଶ୍ୱରସ୍ଥିତ କିଟ୍‌ ବିଶ୍ୱବିଦ୍ୟାଳୟର ହଷ୍ଟେଲ ରୁମ୍‌ରେ ଗତ ରବିବାର ୨୦ବର୍ଷୀୟ ନେପାଳୀ ଛାତ୍ରୀ ପ୍ରକ୍ରିତି ଲାମ୍‌ସଲ୍‌ ଆତ୍ମହତ୍ୟା କରିଥିଲେ। ଏହାକୁ ନେଇ ନେପାଳୀ ଛାତ୍ରମାନେ ବିରୋଧ କରିବା ପରେ ସେମାନଙ୍କୁ ମାଡ଼ମାରି ବିଶ୍ୱବିଦ୍ୟାଳୟ ପରିସରରୁ ବାହାର କରିଦିଆଯିବା ଘଟଣାକୁ ନେଇ ସାରା ରାଜ୍ୟରେ ଏବିଭିପି ବିକ୍ଷୋଭ ପ୍ରଦର୍ଶନ କରୁଛି। ଏହି ପରିପ୍ରେକ୍ଷୀରେ ଭବାନୀପାଟଣାସ୍ଥିତ ମା’ ମାଣିକେଶ୍ୱରୀ ବିଶ୍ୱବିଦ୍ୟାଳୟ ଫାଟକ ସମ୍ମୁଖରେ ବୁଧବାର କିଟ୍‌ ବିଶ୍ୱବିଦ୍ୟାଳୟର ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତଙ୍କ କୁଶ ପୁତ୍ତଳିକା ଦାହକରି […] The post କିଟ୍‌ ବିଶ୍ୱବିଦ୍ୟାଳୟ ଛାତ୍ରୀ ଆତ୍ମହତ୍ୟା ଘଟଣା: ଏବିଭିପିର ବିକ୍ଷୋଭ appeared first on Dharitri Odia News.

କିଟ୍‌ ବିଶ୍ୱବିଦ୍ୟାଳୟ ଛାତ୍ରୀ ଆତ୍ମହତ୍ୟା ଘଟଣା: ଏବିଭିପିର ବିକ୍ଷୋଭ

ଭବାନୀପାଟଣା,୧୯ା୨(ଉତ୍ତମ କୁମାର ଦାଶ):  ଭୁବନେଶ୍ୱରସ୍ଥିତ କିଟ୍‌ ବିଶ୍ୱବିଦ୍ୟାଳୟର ହଷ୍ଟେଲ ରୁମ୍‌ରେ ଗତ ରବିବାର ୨୦ବର୍ଷୀୟ ନେପାଳୀ ଛାତ୍ରୀ ପ୍ରକ୍ରିତି ଲାମ୍‌ସଲ୍‌ ଆତ୍ମହତ୍ୟା କରିଥିଲେ। ଏହାକୁ ନେଇ ନେପାଳୀ ଛାତ୍ରମାନେ ବିରୋଧ କରିବା ପରେ ସେମାନଙ୍କୁ ମାଡ଼ମାରି ବିଶ୍ୱବିଦ୍ୟାଳୟ ପରିସରରୁ ବାହାର କରିଦିଆଯିବା ଘଟଣାକୁ ନେଇ ସାରା ରାଜ୍ୟରେ ଏବିଭିପି ବିକ୍ଷୋଭ ପ୍ରଦର୍ଶନ କରୁଛି। ଏହି ପରିପ୍ରେକ୍ଷୀରେ ଭବାନୀପାଟଣାସ୍ଥିତ ମା’ ମାଣିକେଶ୍ୱରୀ ବିଶ୍ୱବିଦ୍ୟାଳୟ ଫାଟକ ସମ୍ମୁଖରେ ବୁଧବାର କିଟ୍‌ ବିଶ୍ୱବିଦ୍ୟାଳୟର ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତଙ୍କ କୁଶ ପୁତ୍ତଳିକା ଦାହକରି ବିକ୍ଷୋଭ ପ୍ରଦର୍ଶନ କରିଛି କଳାହାଣ୍ଡି ଏବିଭିପି। ଘଟଣାର ନିରପେକ୍ଷ ତଦନ୍ତକରି ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଓ ଛାତ୍ରୀଙ୍କ ପରିବାରକୁ ନ୍ୟାୟ ପ୍ରଦାନ ପାଇଁ ସେମାନେ ଦାବି କରିଛନ୍ତି। ଏଥିରେ ଏବିଭିପିର ରାଜ୍ୟ ସହ ସମ୍ପାଦକ ସମୀପ କୁମାର ରାଉତ, ଭବାନୀପାଟଣା ନଗର ସମ୍ପାଦକ ଭୋଜରାଜ ସାହୁ, ନଗର ସହ ସମ୍ପାଦକ ରୋମାଞ୍ଚ ରାଣା, ମା’ ମାଣିକେଶ୍ୱରୀ ବିଶ୍ୱବିଦ୍ୟାଳୟ ଶାଖା ସଭାପତି ସତ୍ୟ ସ୍ବାଇଁଙ୍କ ସମେତ ବହୁ କାର୍ଯ୍ୟକର୍ତ୍ତା ସାମିଲ ଥିଲେ।

The post କିଟ୍‌ ବିଶ୍ୱବିଦ୍ୟାଳୟ ଛାତ୍ରୀ ଆତ୍ମହତ୍ୟା ଘଟଣା: ଏବିଭିପିର ବିକ୍ଷୋଭ appeared first on Dharitri Odia News.