ସଂକଳ୍ପ ପକ୍ଷରୁ ସ୍ୱାଧିନତା ସଂଗ୍ରାମୀ ବୀର ସୁରେନ୍ଦ୍ର ସାଏ ଓ ସୁବାଷ ବୋଷଙ୍କୁ ଶ୍ରଦ୍ଧାଞ୍ଜଳି

ସମ୍ବଲପୁର:ବୀର ମାଟି ସମ୍ବଲପୁରର ସନ୍ତାନ ତଥା ୧୮୫୭ ପ୍ରଥମ ସ୍ୱାଧୀନତା ସଂଗ୍ରାମର ପୂର୍ବରୁ ୧୮୨୭ ମସିହାରେ ୧୮ବର୍ଷ ବୟସରେ ବ୍ରିଟିଶ ସରକାର ବିରୁଦ୍ଧରେ ସଂଗ୍ରାମର ଆହ୍ୱାନ ଦେଇଥିବା ବୀର ସୁରେନ୍ଦ୍ର ସାଏ ଓ ନେତାଜୀ ସୁବାଷ ଚନ୍ଦ୍ର ବୋଷଙ୍କୁ ଶ୍ରଦ୍ଧା ସୁମନ ଅର୍ପଣ କରି ତାଙ୍କର ପ୍ରତିମୂର୍ତ୍ତିରେ ସମ୍ବଲପୁରର ସାମାଜିକ ଅନୁଷ୍ଠାନ “ସଂକଳ୍ପ” ପକ୍ଷରୁ ମାଲ୍ୟାର୍ପଣ କରାଯାଇଥିଲା l ଏହି କାର୍ଯ୍ୟକ୍ରମରେ ଡାକ୍ତର ପ୍ରଭାସ ଦେବତା,ସୂର୍ଯ୍ୟ ପାଣିଗ୍ରାହୀ, ରଂଜିତ ରଥ, ଶ୍ରୀକାନ୍ତ ପାଣିଗ୍ରାହୀ, ଶୁଭ୍ର ରଞ୍ଜନ ଦାସ […] The post ସଂକଳ୍ପ ପକ୍ଷରୁ ସ୍ୱାଧିନତା ସଂଗ୍ରାମୀ ବୀର ସୁରେନ୍ଦ୍ର ସାଏ ଓ ସୁବାଷ ବୋଷଙ୍କୁ ଶ୍ରଦ୍ଧାଞ୍ଜଳି appeared first on Odisha.News.

ସଂକଳ୍ପ ପକ୍ଷରୁ ସ୍ୱାଧିନତା ସଂଗ୍ରାମୀ ବୀର ସୁରେନ୍ଦ୍ର ସାଏ ଓ ସୁବାଷ ବୋଷଙ୍କୁ ଶ୍ରଦ୍ଧାଞ୍ଜଳି

ସମ୍ବଲପୁର:ବୀର ମାଟି ସମ୍ବଲପୁରର ସନ୍ତାନ ତଥା ୧୮୫୭ ପ୍ରଥମ ସ୍ୱାଧୀନତା ସଂଗ୍ରାମର ପୂର୍ବରୁ ୧୮୨୭ ମସିହାରେ ୧୮ବର୍ଷ ବୟସରେ ବ୍ରିଟିଶ ସରକାର ବିରୁଦ୍ଧରେ ସଂଗ୍ରାମର ଆହ୍ୱାନ ଦେଇଥିବା ବୀର ସୁରେନ୍ଦ୍ର ସାଏ ଓ ନେତାଜୀ ସୁବାଷ ଚନ୍ଦ୍ର ବୋଷଙ୍କୁ ଶ୍ରଦ୍ଧା ସୁମନ ଅର୍ପଣ କରି ତାଙ୍କର ପ୍ରତିମୂର୍ତ୍ତିରେ ସମ୍ବଲପୁରର ସାମାଜିକ ଅନୁଷ୍ଠାନ “ସଂକଳ୍ପ” ପକ୍ଷରୁ ମାଲ୍ୟାର୍ପଣ କରାଯାଇଥିଲା l ଏହି କାର୍ଯ୍ୟକ୍ରମରେ ଡାକ୍ତର ପ୍ରଭାସ ଦେବତା,ସୂର୍ଯ୍ୟ ପାଣିଗ୍ରାହୀ, ରଂଜିତ ରଥ, ଶ୍ରୀକାନ୍ତ ପାଣିଗ୍ରାହୀ, ଶୁଭ୍ର ରଞ୍ଜନ ଦାସ ପ୍ରମୁଖ ସାମିଲ ଥିଲେ l
ଏହି ପରିପେକ୍ଷିରେ ସଂକଳ୍ପ ପକ୍ଷରୁ ଆଜିଯାଏ ବୀର ସୁରେନ୍ଦ୍ର ସାଏଙ୍କ ଜନ୍ମ ମାଟି ଖିଣ୍ଡା ଗ୍ରାମରେ ଥିବା ସ୍ମୃତି ପୀଠକୁ ଯେଉଁ ପରି ଭାବରେ ସୁରକ୍ଷିତ କରିବା ସହ ବିକଶିତ କରାଯିବାର ଆବଶ୍ୟକତା ରହିଛି ତାହା ଆଗାମୀ ଦିନରେ ସମ୍ଭବ ହେବ ବୋଲି ମତବ୍ୟକ୍ତ କରିବା ସହ ନେତାଜୀ ସୁବାଷ ଚନ୍ଦ୍ର ବୋଷଙ୍କ ନାମରେ ସମ୍ବଲପୁର ସହରର ଏକ ମୁଖ୍ୟ ଛକକୁ ନାମିତ କରାଯିବାକୁ ଦାବି କରାଯାଇଛି।

The post ସଂକଳ୍ପ ପକ୍ଷରୁ ସ୍ୱାଧିନତା ସଂଗ୍ରାମୀ ବୀର ସୁରେନ୍ଦ୍ର ସାଏ ଓ ସୁବାଷ ବୋଷଙ୍କୁ ଶ୍ରଦ୍ଧାଞ୍ଜଳି appeared first on Odisha.News.