ପାଣିମୁଣ୍ଡାରେ ଜଙ୍ଗଲୀ ହାତୀଙ୍କ ଉପଦ୍ରବ : ଉଜାଡିଲେ ଚାଷୀଙ୍କ ଧାନ ଫସଲ
କଳାହାଣ୍ଡି, ୩୦/୧୦-କଳାହାଣ୍ଡି ଜିଲ୍ଲା ଦକ୍ଷିଣ ବନଖଣ୍ଡ ବିଶ୍ଵନାଥପୁର ବନାଞ୍ଚଳ ଅନ୍ତର୍ଗତ ପାଣିମୁଣ୍ଡା ଗାଁରେ ଦେଖିବାକୁ ମିଳିଛି ଜଙ୍ଗଲୀ ହାତୀଙ୍କ ଉପଦ୍ରବ। ଗାଁର ସନ୍ତୋଷ ପରିଡ଼ା ଏବଂ ଗୋବର୍ଦ୍ଧନପୁର ଗାଁର ମୋହନ ଛତର, ବୃନ୍ଦାବନ ଛତରଙ୍କ ଚାଷଜମିକୁ ଦଳିମକଚି ନଷ୍ଟ କରି ଦେଇଥିବାବେଳେ ୧୦ ଏକରରୁ ଅଧିକ ଜମିର ଧାନ ଫସଲ ଉଜାଡି ଦେଇଛନ୍ତି ହାତୀପଲ। ସନ୍ତୋଷ ପରିଡ଼ାଙ୍କ ୫ ଏକର ଜମି, ମୋହନ ଛତରଙ୍କ ୩ ଏକର, ବୃନ୍ଦାବନ ଛତରଙ୍କ ୨ ଏକର ଜମିର ଧାନ ଫସଲ […] The post ପାଣିମୁଣ୍ଡାରେ ଜଙ୍ଗଲୀ ହାତୀଙ୍କ ଉପଦ୍ରବ : ଉଜାଡିଲେ ଚାଷୀଙ୍କ ଧାନ ଫସଲ appeared first on Odisha.News.

କଳାହାଣ୍ଡି, ୩୦/୧୦-କଳାହାଣ୍ଡି ଜିଲ୍ଲା ଦକ୍ଷିଣ ବନଖଣ୍ଡ ବିଶ୍ଵନାଥପୁର ବନାଞ୍ଚଳ ଅନ୍ତର୍ଗତ ପାଣିମୁଣ୍ଡା ଗାଁରେ ଦେଖିବାକୁ ମିଳିଛି ଜଙ୍ଗଲୀ ହାତୀଙ୍କ ଉପଦ୍ରବ। ଗାଁର ସନ୍ତୋଷ ପରିଡ଼ା ଏବଂ ଗୋବର୍ଦ୍ଧନପୁର ଗାଁର ମୋହନ ଛତର, ବୃନ୍ଦାବନ ଛତରଙ୍କ ଚାଷଜମିକୁ ଦଳିମକଚି ନଷ୍ଟ କରି ଦେଇଥିବାବେଳେ ୧୦ ଏକରରୁ ଅଧିକ ଜମିର ଧାନ ଫସଲ ଉଜାଡି ଦେଇଛନ୍ତି ହାତୀପଲ। ସନ୍ତୋଷ ପରିଡ଼ାଙ୍କ ୫ ଏକର ଜମି, ମୋହନ ଛତରଙ୍କ ୩ ଏକର, ବୃନ୍ଦାବନ ଛତରଙ୍କ ୨ ଏକର ଜମିର ଧାନ ଫସଲ ସଂପୂର୍ଣ୍ଣ ନଷ୍ଟ କରି ଦେଇଛନ୍ତି ଏହି ହାତୀପଲ। ଏ ସମ୍ପର୍କରେ ଚାଷୀମାନେ ବନବିଭାଗ ନିକଟରେ ଅଭିଯୋଗ କରିଥିବାବେଳେ ବିଭାଗୀୟ ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିଥିବା ଜଣାପଡିଛି।
The post ପାଣିମୁଣ୍ଡାରେ ଜଙ୍ଗଲୀ ହାତୀଙ୍କ ଉପଦ୍ରବ : ଉଜାଡିଲେ ଚାଷୀଙ୍କ ଧାନ ଫସଲ appeared first on Odisha.News.