କିଟ୍ରେ ଓ୍ବାଲର୍ଡ ଆଥ୍ଲେଟିକ୍ସ କୋଚ୍ ଏଜୁକେଶନ ପ୍ରୋଗ୍ରାମ
ଭୁବନେଶ୍ୱର, ୧୬।୧(ତପନ ସ୍ବାଇଁ): ଆଥ୍ଲେଟିକ୍ସ ଫେଡେରେଶନ ଅଫ୍ ଇଣ୍ଡିଆ (ଏଏଫ୍ଆଇ) ଆନୁକୂଲ୍ୟରେ ଓ୍ବାଲର୍ଡ ଆଥ୍ଲେଟିକ୍ସ କୋଚ୍ମାନଙ୍କର ଏଜୁକେଶନ ପ୍ରୋଗ୍ରାମ (ଲେଭଲ-୧) ସୋମବାର କିଟ୍ ବିଶ୍ୱବିଦ୍ୟାଳୟ ପରିସରରେ ଆରମ୍ଭ ହୋଇଛି। ଓଡ଼ିଶାରେ ପ୍ରଥମଥର ପାଇଁ ଆୟୋଜନ ହୋଇଥିବା ଏହି ପ୍ରୋଗ୍ରାମ ୨୬ ତାରିଖ ପର୍ଯ୍ୟନ୍ତ ଚାଲିବ। ଭାରତର ବିଭିନ୍ନ ପ୍ରାନ୍ତରୁ ୨୫ ଜଣ କୋଚ୍ଙ୍କୁ ଏହି ପ୍ରୋଗ୍ରାମ ପାଇଁ ମନୋନୀତ କରାଯାଇଛି। ଏହା ମଧ୍ୟରେ ଓଡ଼ିଶାର ଅଲିମ୍ପିଆନ ଅନୁରାଧା ବିଶ୍ୱାଳ, ପଶ୍ଚିମବଙ୍ଗର ସୁସ୍ମିତା ସିଂ ରୟ ଏବଂ ଓମ୍ […] The post କିଟ୍ରେ ଓ୍ବାଲର୍ଡ ଆଥ୍ଲେଟିକ୍ସ କୋଚ୍ ଏଜୁକେଶନ ପ୍ରୋଗ୍ରାମ appeared first on Dharitri Odia News.
ଭୁବନେଶ୍ୱର, ୧୬।୧(ତପନ ସ୍ବାଇଁ): ଆଥ୍ଲେଟିକ୍ସ ଫେଡେରେଶନ ଅଫ୍ ଇଣ୍ଡିଆ (ଏଏଫ୍ଆଇ) ଆନୁକୂଲ୍ୟରେ ଓ୍ବାଲର୍ଡ ଆଥ୍ଲେଟିକ୍ସ କୋଚ୍ମାନଙ୍କର ଏଜୁକେଶନ ପ୍ରୋଗ୍ରାମ (ଲେଭଲ-୧) ସୋମବାର କିଟ୍ ବିଶ୍ୱବିଦ୍ୟାଳୟ ପରିସରରେ ଆରମ୍ଭ ହୋଇଛି। ଓଡ଼ିଶାରେ ପ୍ରଥମଥର ପାଇଁ ଆୟୋଜନ ହୋଇଥିବା ଏହି ପ୍ରୋଗ୍ରାମ ୨୬ ତାରିଖ ପର୍ଯ୍ୟନ୍ତ ଚାଲିବ। ଭାରତର ବିଭିନ୍ନ ପ୍ରାନ୍ତରୁ ୨୫ ଜଣ କୋଚ୍ଙ୍କୁ ଏହି ପ୍ରୋଗ୍ରାମ ପାଇଁ ମନୋନୀତ କରାଯାଇଛି। ଏହା ମଧ୍ୟରେ ଓଡ଼ିଶାର ଅଲିମ୍ପିଆନ ଅନୁରାଧା ବିଶ୍ୱାଳ, ପଶ୍ଚିମବଙ୍ଗର ସୁସ୍ମିତା ସିଂ ରୟ ଏବଂ ଓମ୍ ପ୍ରକାଶ ସିଂ, ମଣିକନ୍ଦରାଜ ମୁରୁଗମ, ଏଲାଭରସି ମଣିକନ୍ଦରାଜନ ଓ ମୃଦୁଲା କୋରାଡାଙ୍କ ପରି ଅନ୍ତର୍ଜାତୀୟ ଖେଳାଳି ସାମିଲ ଅଛନ୍ତି। ହରିୟାଣା ସେଣ୍ଟ୍ରାଲ ୟୁନିଭର୍ସିଟିର ଫିଜିକାଲ ଏଜୁକେଶନ ବିଭାଗ ମୁଖ୍ୟ ଜୟ ପ୍ରକାଶ ଭୁକର ଏହି ପ୍ରୋଗ୍ରାମର ଚିଫ୍ ଏଜୁକେଟର ଏବଂ ବେଙ୍ଗାଲୁରୁସ୍ଥିତ ସାଇର ଏନ୍ସିଓଇ ଆଥ୍ଲେଟିକ୍ସ କୋଚ୍ ସୁମା ପତଲୁମାନେ କୋ-ଏଜୁକେଟର ଦାୟିତ୍ୱ ତୁଲାଇବେ। ଉଦ୍ଘାଟନୀ କାର୍ଯ୍ୟକ୍ରମରେ କିଟ୍ ଓ କିସ୍ର କ୍ରୀଡ଼ା ମହାନିର୍ଦ୍ଦେଶକ ଗଗନେନ୍ଦୁ ଦାଶ ନିଜ ମତ ରଖିବା ସହ ବିଶ୍ୱବିଦ୍ୟାଳୟ ପରିସରରେ ଥିବା କ୍ରୀଡ଼ା ଭିତ୍ତିଭୂମି ଓ ଅନୁଷ୍ଠାନର ବଡ଼ ସଫଳତାଗୁଡ଼ିକ ସମ୍ପର୍କରେ ଅବତାରଣା କରିଥିଲେ। କ୍ରୀଡ଼ା ଓ କ୍ରୀଡ଼ାବିତ୍ଙ୍କୁ ସମର୍ଥନ ଯୋଗାଇ ଆସୁଥିବାରୁ ସେ କିଟ୍ ଓ କିସ୍ର ପ୍ରତିଷ୍ଠାତା ତଥା ଏମ୍ପି ଅଚ୍ୟୁତ ସାମନ୍ତଙ୍କୁ ଧନ୍ୟବାଦ ଦେଇଥିଲେ। ଉକ୍ତ କାର୍ଯ୍ୟକ୍ରମରେ ଭାରତୀୟ ଜୁନିୟର ଆଥ୍ଲେଟିକ୍ ଟିମ୍ର ପୂର୍ବତନ ଜାତୀୟ କୋଚ୍ ତଥା ରାଜ୍ୟ ସରକାରଙ୍କ କ୍ରୀଡ଼ା ବିଭାଗର ସିନିୟର ମୁଖ୍ୟ କୋଚ୍ ସଞ୍ଜୟ କୁମାର ଗଡ଼ନାୟକ ପ୍ରମୁଖ ଉପସ୍ଥିତ ଥିଲେ।
The post କିଟ୍ରେ ଓ୍ବାଲର୍ଡ ଆଥ୍ଲେଟିକ୍ସ କୋଚ୍ ଏଜୁକେଶନ ପ୍ରୋଗ୍ରାମ appeared first on Dharitri Odia News.