‘କିଟ୍‌’ରେ ନେପାଳ ଛାତ୍ରୀଙ୍କ ଆତ୍ମହତ୍ୟା ଘଟଣା, ସ୍ପଷ୍ଟୀକରଣ ରଖିଲା ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ

ଭୁବନେଶ୍ବର: ‘କିଟ୍‌’ରେ ନେପାଳ ଛାତ୍ରୀଙ୍କ ଆତ୍ମହତ୍ୟା ଘଟଣା ଏବେ ସବୁଠି ଚର୍ଚ୍ଚାର କାରଣ। ରାଜ୍ୟ ନୁହେଁ କି’ ଦେଶ ନୁହେଁ, ବିଦେଶରେ ବି ଖବର ଶିରୋନାମାରେ ଏହି ଘଟଣା । ଏହାରି ମଧ୍ୟ ଘଟଣାକୁ ନେଇ ସ୍ପଷ୍ଟୀକରଣ ରଖିଛି ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ।ଶୁକ୍ରବାର ମନ୍ତ୍ରଣାଳୟ ମୁଖପାତ୍ର ରଣଧୀର ଜୟସ୍ବାଲଙ୍କ ସୂଚନା ଦେଇ କହିଛନ୍ତି, ‘ଭାରତ ସରକାର ଘଟଣା ଉପରେ ନଜର ରଖିଛନ୍ତି। ଆମେ ଓଡ଼ିଶା ସରକାରଙ୍କ ସହ ଯୋଗାଯୋଗରେ ଅଛୁ। ରାଜ୍ୟ ସରକାର ଉଚିତ ପଦକ୍ଷେପ ନେଇଛନ୍ତି। ଘଟଣାର ତଦନ୍ତ ପାଇଁ ଉଚ୍ଚସ୍ତରୀୟ କମିଟି ଗଠନ କରିଛନ୍ତି। ଓଡ଼ିଶା ପୋଲିସ ଅଭିଯୁକ୍ତଙ୍କୁ ଗିରଫ ମଧ୍ୟ କରିଛି।’ସେ ଆହୁରି କହିଛନ୍ତି ନେପାଳ ଛାତ୍ରଛାତ୍ରୀଙ୍କ ପାଇଁ ସ୍ବତନ୍ତ୍ର ହେଲ୍ପଲାଇନ ନମ୍ପର ଜାରି କରାଯାଇଛି । ବିଦେଶୀ ଛାତ୍ରଛାତ୍ରୀଙ୍କୁ ସୁରକ୍ଷା ଦେବା ଆମ ଦାୟିତ୍ବ।ପରିସ୍ଥିତି ଉପରେ ଆବଶ୍ୟକ ପଦକ୍ଷେପ ନିଆଯିବ।’ ସେପଟେ, ଏହି ଘଟଣାର ତଦନ୍ତ ପାଇଁ ରାଜ୍ୟ ସରକାର ଗଠନ କରିଥିବା ଫ୍ୟାକ୍ଟ ଫାଇଣ୍ଡିଂ ଟିମ୍‌ ସମ୍ମୁଖରେ ହାଜର ହେଲେ କିଟ୍‌ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ। ଟିମ୍‌ ଆଗରେ ହାଜର ହେବା ନେଇ ଶୁକ୍ରବାର ଅଚ୍ୟୁତ ସାମନ୍ତଙ୍କୁ ସମନ କରିଥିଲା ଉଚ୍ଚଶିକ୍ଷା ବିଭାଗ । ସମନ ସମୟରେ ଆବଶ୍ୟକୀୟ ସମସ୍ତ ଡକ୍ୟୁମେଣ୍ଟକୁ ମଧ୍ୟ ଆଣିବାକୁ କୁହାଯାଇଥିଲା । ଆଉ ସମନ ଅନୁଯାୟୀ, ଶନିବାର ରାଜ୍ୟ ଅତିଥି ଭବନରେ ଉଚ୍ଚଶିକ୍ଷା ସଚିବ ଅରବିନ୍ଦ ଅଗ୍ରୱାଲ, 

‘କିଟ୍‌’ରେ ନେପାଳ ଛାତ୍ରୀଙ୍କ ଆତ୍ମହତ୍ୟା ଘଟଣା, ସ୍ପଷ୍ଟୀକରଣ ରଖିଲା ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ

ଭୁବନେଶ୍ବର: ‘କିଟ୍‌’ରେ ନେପାଳ ଛାତ୍ରୀଙ୍କ ଆତ୍ମହତ୍ୟା ଘଟଣା ଏବେ ସବୁଠି ଚର୍ଚ୍ଚାର କାରଣ। ରାଜ୍ୟ ନୁହେଁ କି’ ଦେଶ ନୁହେଁ, ବିଦେଶରେ ବି ଖବର ଶିରୋନାମାରେ ଏହି ଘଟଣା । ଏହାରି ମଧ୍ୟ ଘଟଣାକୁ ନେଇ ସ୍ପଷ୍ଟୀକରଣ ରଖିଛି ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ।

ଶୁକ୍ରବାର ମନ୍ତ୍ରଣାଳୟ ମୁଖପାତ୍ର ରଣଧୀର ଜୟସ୍ବାଲଙ୍କ ସୂଚନା ଦେଇ କହିଛନ୍ତି, ‘ଭାରତ ସରକାର ଘଟଣା ଉପରେ ନଜର ରଖିଛନ୍ତି। ଆମେ ଓଡ଼ିଶା ସରକାରଙ୍କ ସହ ଯୋଗାଯୋଗରେ ଅଛୁ। ରାଜ୍ୟ ସରକାର ଉଚିତ ପଦକ୍ଷେପ ନେଇଛନ୍ତି। ଘଟଣାର ତଦନ୍ତ ପାଇଁ ଉଚ୍ଚସ୍ତରୀୟ କମିଟି ଗଠନ କରିଛନ୍ତି। ଓଡ଼ିଶା ପୋଲିସ ଅଭିଯୁକ୍ତଙ୍କୁ ଗିରଫ ମଧ୍ୟ କରିଛି।’

ସେ ଆହୁରି କହିଛନ୍ତି ନେପାଳ ଛାତ୍ରଛାତ୍ରୀଙ୍କ ପାଇଁ ସ୍ବତନ୍ତ୍ର ହେଲ୍ପଲାଇନ ନମ୍ପର ଜାରି କରାଯାଇଛି । ବିଦେଶୀ ଛାତ୍ରଛାତ୍ରୀଙ୍କୁ ସୁରକ୍ଷା ଦେବା ଆମ ଦାୟିତ୍ବ।ପରିସ୍ଥିତି ଉପରେ ଆବଶ୍ୟକ ପଦକ୍ଷେପ ନିଆଯିବ।’ 

ସେପଟେ, ଏହି ଘଟଣାର ତଦନ୍ତ ପାଇଁ ରାଜ୍ୟ ସରକାର ଗଠନ କରିଥିବା ଫ୍ୟାକ୍ଟ ଫାଇଣ୍ଡିଂ ଟିମ୍‌ ସମ୍ମୁଖରେ ହାଜର ହେଲେ କିଟ୍‌ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ। ଟିମ୍‌ ଆଗରେ ହାଜର ହେବା ନେଇ ଶୁକ୍ରବାର ଅଚ୍ୟୁତ ସାମନ୍ତଙ୍କୁ ସମନ କରିଥିଲା ଉଚ୍ଚଶିକ୍ଷା ବିଭାଗ । ସମନ ସମୟରେ ଆବଶ୍ୟକୀୟ ସମସ୍ତ ଡକ୍ୟୁମେଣ୍ଟକୁ ମଧ୍ୟ ଆଣିବାକୁ କୁହାଯାଇଥିଲା । ଆଉ ସମନ ଅନୁଯାୟୀ, ଶନିବାର ରାଜ୍ୟ ଅତିଥି ଭବନରେ ଉଚ୍ଚଶିକ୍ଷା ସଚିବ ଅରବିନ୍ଦ ଅଗ୍ରୱାଲ, ସଚିବ ଶୁଭ ଶର୍ମା, ଗୃହ ବିଭାଗ ଅତିରିକ୍ତ ଶାସନ ସଚିବ ସତ୍ୟବ୍ରତ ସାହୁଙ୍କ ସମ୍ମୁଖରେ ହୋଇଥିଲେ ଅଚ୍ୟୁତ ସାମନ୍ତ। 

ଏହା ପୂର୍ବରୁ ଉଚ୍ଚସ୍ତରୀୟ କମିଟି ଆଗରେ କିଟ୍‌ର ପୂର୍ବତନ କର୍ମଚାରୀ ମଞ୍ଜୁଶା ପାଣ୍ଡେ, ଜୟନ୍ତୀ ନାଥ ସମେତ ୪ ଜଣ କର୍ମଚାରୀ ମଧ୍ୟ ହାଜର ହୋଇ ବୟାନ ଦେଇଥିଲେ। ସୂଚନାଥାଉକି, କମିଟି ସମ୍ମୁଖରେ ହାଜର ହେବାକୁ ୮ ଜଣଙ୍କୁ ନୋଟିସ୍‌ ଦିଆଯାଇଥିଲା।