‘କିଟ୍‌’ରେ ନେପାଳ ଛାତ୍ରୀଙ୍କ ମୃତ୍ୟୁ ଘଟଣା: ପୁଣି ୬ ଜଣଙ୍କୁ ନୋଟିସ୍‌

ଭୁବନେଶ୍ବର: ‘କିଟ୍‌’ରେ ନେପାଳ ଛାତ୍ରୀଙ୍କ ମୃତ୍ୟୁ ଘଟଣାରେ ପୁଣି ୬ ଜଣକୁ ନୋଟିସ୍‌। ମଙ୍ଗଳବାର, ମାମଲାର ତଦନ୍ତ କରୁଥିବା ଫ୍ୟାକ୍ଟ ଫାଇଣ୍ଡିଂ ଟିମ୍‌, ‘କିଟ୍‌’ର ୬ ଅଧିକାରୀଙ୍କୁ ନୋଟିସ୍‌ କରିଛନ୍ତି। ନୋଟିସ୍‌ରେ ସେମାନଙ୍କୁ ୨୭ ତାରିଖରେ ହାଜର ହେବାକୁ ନିର୍ଦ୍ଦେଶ ଦିଆଯାଇଛି। ନୋଟିସ୍‌ ହୋଇଥିବା ୬ ଜଣ ଅଧିକାରୀ ହେଉଛନ୍ତି ଚିଫ୍‌ ପ୍ରୋକ୍ଟର ପିକେ ପଟ୍ଟନାୟକ, ହଷ୍ଟେଲ କୁଇନ୍‌ କାଷ୍ଟଲର ସିନିୟର ସୁପରିଟେଣ୍ଡେଣ୍ଟ ସଂହିତା ମିଶ୍ର, ଆସିଷ୍ଟାଣ୍ଟ ଡାଇରେକ୍ଟର ସ୍ମରିକା ପତି,  ଇଣ୍ଟରନାଲ କମିଟି ମୁଖ୍ୟ ଈପସିତା ଶତପଥୀ ଓ ଆଡ୍‌ମିନିଷ୍ଟ୍ରେଟିଭ ଅଫିସର ସିଦ୍ଧାର୍ଥ ରାୟଙ୍କୁ ଉଚ୍ଚସ୍ତରୀୟ କମିଟି ପାଖରେ ହାଜର ହେବାକୁ ଉଚ୍ଚ ଶିକ୍ଷା ବିଭାଗ ପକ୍ଷରୁ ନୋଟିସ୍ କରାଯାଇଛି।ସୂଚନାଥାଉକି, ‘କିଟ୍‌’ରେ ନେପାଳ ଛାତ୍ରୀଙ୍କ ମୃତ୍ୟୁ ଘଟଣାରେ ଏପର୍ଯ୍ୟନ୍ତ କେବଳ ୫ ଜଣଙ୍କୁ ଗିରଫ କରାଯାଇଛି। ଗତ ୧୭ ତାରିଖ ଘଟଣା ପରେ ଅନ୍ୟ ନେପାଳ ଛାତ୍ରଛାତ୍ରୀମାନେ ହଷ୍ଟେଲ ତଥା ଶିକ୍ଷାନୁଷ୍ଠାନ ପରିସର ଖାଲି କରୁଥିବାବେଳେ ଅଭିଯୁକ୍ତ ଏହି ୫ ଜଣ ତଥା ଅନ୍ୟ କର୍ମଚାରୀମାନେ ହଠାତ ସେଠାରେ ପହଞ୍ଚି ଯଥାଶୀଘ୍ର ସେଠାରୁ ଚାଲିଯିବା ଲାଗି କହିଥିଲେ। ଛାତ୍ରଛାତ୍ରୀମାନେ ହଷ୍ଟେଲ ଖାଲି କରିବାରେ ବିଳମ୍ବ ହେବା ଦେଖି ଏହି ୫ ଜଣ ହଠାତ ଉତ୍ତ୍ୟକ୍ତ ହୋଇ ସେମାନଙ୍କୁ ଅଶ୍ରାବ୍ୟ ଭାଷାରେ ଗାଳିଗୁଲଜ କରି ଆକ୍ରମଣ କରିବା ସହ ମାରପିଟ କରିଥିଲେ। ଫଳରେ ଛାତ୍ରଛାତ

‘କିଟ୍‌’ରେ ନେପାଳ ଛାତ୍ରୀଙ୍କ ମୃତ୍ୟୁ ଘଟଣା: ପୁଣି ୬ ଜଣଙ୍କୁ ନୋଟିସ୍‌

ଭୁବନେଶ୍ବର: ‘କିଟ୍‌’ରେ ନେପାଳ ଛାତ୍ରୀଙ୍କ ମୃତ୍ୟୁ ଘଟଣାରେ ପୁଣି ୬ ଜଣକୁ ନୋଟିସ୍‌। ମଙ୍ଗଳବାର, ମାମଲାର ତଦନ୍ତ କରୁଥିବା ଫ୍ୟାକ୍ଟ ଫାଇଣ୍ଡିଂ ଟିମ୍‌, ‘କିଟ୍‌’ର ୬ ଅଧିକାରୀଙ୍କୁ ନୋଟିସ୍‌ କରିଛନ୍ତି। ନୋଟିସ୍‌ରେ ସେମାନଙ୍କୁ ୨୭ ତାରିଖରେ ହାଜର ହେବାକୁ ନିର୍ଦ୍ଦେଶ ଦିଆଯାଇଛି। 

ନୋଟିସ୍‌ ହୋଇଥିବା ୬ ଜଣ ଅଧିକାରୀ ହେଉଛନ୍ତି ଚିଫ୍‌ ପ୍ରୋକ୍ଟର ପିକେ ପଟ୍ଟନାୟକ, ହଷ୍ଟେଲ କୁଇନ୍‌ କାଷ୍ଟଲର ସିନିୟର ସୁପରିଟେଣ୍ଡେଣ୍ଟ ସଂହିତା ମିଶ୍ର, ଆସିଷ୍ଟାଣ୍ଟ ଡାଇରେକ୍ଟର ସ୍ମରିକା ପତି,  ଇଣ୍ଟରନାଲ କମିଟି ମୁଖ୍ୟ ଈପସିତା ଶତପଥୀ ଓ ଆଡ୍‌ମିନିଷ୍ଟ୍ରେଟିଭ ଅଫିସର ସିଦ୍ଧାର୍ଥ ରାୟଙ୍କୁ ଉଚ୍ଚସ୍ତରୀୟ କମିଟି ପାଖରେ ହାଜର ହେବାକୁ ଉଚ୍ଚ ଶିକ୍ଷା ବିଭାଗ ପକ୍ଷରୁ ନୋଟିସ୍ କରାଯାଇଛି।

ସୂଚନାଥାଉକି, ‘କିଟ୍‌’ରେ ନେପାଳ ଛାତ୍ରୀଙ୍କ ମୃତ୍ୟୁ ଘଟଣାରେ ଏପର୍ଯ୍ୟନ୍ତ କେବଳ ୫ ଜଣଙ୍କୁ ଗିରଫ କରାଯାଇଛି। ଗତ ୧୭ ତାରିଖ ଘଟଣା ପରେ ଅନ୍ୟ ନେପାଳ ଛାତ୍ରଛାତ୍ରୀମାନେ ହଷ୍ଟେଲ ତଥା ଶିକ୍ଷାନୁଷ୍ଠାନ ପରିସର ଖାଲି କରୁଥିବାବେଳେ ଅଭିଯୁକ୍ତ ଏହି ୫ ଜଣ ତଥା ଅନ୍ୟ କର୍ମଚାରୀମାନେ ହଠାତ ସେଠାରେ ପହଞ୍ଚି ଯଥାଶୀଘ୍ର ସେଠାରୁ ଚାଲିଯିବା ଲାଗି କହିଥିଲେ। ଛାତ୍ରଛାତ୍ରୀମାନେ ହଷ୍ଟେଲ ଖାଲି କରିବାରେ ବିଳମ୍ବ ହେବା ଦେଖି ଏହି ୫ ଜଣ ହଠାତ ଉତ୍ତ୍ୟକ୍ତ ହୋଇ ସେମାନଙ୍କୁ ଅଶ୍ରାବ୍ୟ ଭାଷାରେ ଗାଳିଗୁଲଜ କରି ଆକ୍ରମଣ କରିବା ସହ ମାରପିଟ କରିଥିଲେ। ଫଳରେ ଛାତ୍ରଛାତ୍ରୀମାନେ ତୁରନ୍ତ ସେ ସ୍ଥାନ ଛାଡ଼ି ପଳାଇଯାଇଥିଲେ।   

ଏହା ପୂର୍ବରୁ ପୋଲିସ ସମାନ ଘଟଣାରେ କାର୍ଯ୍ୟାନୁଷ୍ଠାନ ନେଇ ୫ ଜଣଙ୍କୁ ଗିରଫ କରିଥିଲା ପୋଲିସ। ସେମାନେ ହେଲେ ଡାଇରେକ୍ଟର ଜେନେରାଲ ଶିବାନନ୍ଦ ମିଶ୍ର, ଆଡମିନିଷ୍ଟ୍ରେସନ ଡାଇରେକ୍ଟର ପ୍ରତାପ ଚମ୍ପତି, ହଷ୍ଟେଲ ଡାଇରେକ୍ଟର ସୁଧୀର ରଥ । ସେହିଭଳି ଦୁଇ ସିକ୍ୟୁରିଟି ଗାର୍ଡ ରମାକାନ୍ତ ନାୟକ ଏବଂ ଯୋଗେନ୍ଦ୍ର ବେହେରା। ହେଲେ ଗିରଫ ହେବାର କିଛି ଘଣ୍ଟା ମଧ୍ୟରେ ସେମାନଙ୍କୁ ଜାମିନ ମିଳିଯାଇଥିଲା।