ହୀରାକୁଦରେ ବ୍ୟାପିଲା ଡାଇରିଆ, ଜଣେ ମୃତ, ୪୯ ଆକ୍ରାନ୍ତ
ସମ୍ୱଲପୁର ୨୩/୦୩: ହୀରାକୁଦରେ ବ୍ୟାପିଲାଣି ଡାଇରିଆ । ଡାଇରିଆରେ ଜଣେ ମୃତ, ୪୯ ଆକ୍ରାନ୍ତ । ଏହାସହ ୫ ଗୁରୁତରଙ୍କୁ ବୁର୍ଲା ସ୍ଥାନାନ୍ତର କରାଯାଇଛି । ଅନେକଙ୍କୁ ହୀରାକୁଦ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଅନ୍ୟ ଆକ୍ରାନ୍ତ ଘରେ ଚିକିତ୍ସାଧିନ । ଡାଇରିଆରେ ଆକ୍ରାନ୍ତ ହୋଇ ଏବେ ୪୯ ଜଣ ମେଡିକାଲରେ ଭର୍ତ୍ତି ହୋଇଛନ୍ତି । ଦୂଷିତ ପାନୀୟ ଜଳ ଯୋଗାଣ କାରଣରୁ ଏହି ଡାଇରିଆ ହୋଇଥିବା ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ଅଭିଯୋଗ କରିଛି । ହୀରାକୁଦ ସହରର ଗୁରୁଦ୍ୱାରାପଡା, ଗୌଡପଡା, କାଲୋପଡା, ନ୍ୟୁ ମାର୍କେଟ୍ କଲୋନି, ମାଛ ପଡାରେ ସଂକ୍ରମଣ ହାର ବଢ଼ିଚାଲିଛି। ଏନେଇ ଜିଲ୍ଲାପାଳଙ୍କୁ ଏକ ରିପୋର୍ଟ ପ୍ରଦାନ କରିଛନ୍ତି ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ । ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ଦେଇଥିବା ରିପୋର୍ଟ ଅନୁସାରେ, ଟ୍ରିଟ୍ମେଣ୍ଟ ପ୍ଳାଣ୍ଟରେ ପାଣିକୁ ବିଶୁଦ୍ଧ କରାଯାଉନି । ସେମିତି କେବଳ ବ୍ରିଟିଂ ମାରି ଛାଡି ଦିଆଯାଉଛି। ଯାହା ଫଳରେ ସଂକ୍ରମଣ ବ୍ୟାପିଛି । ୪ଟି ସ୍ଥାନରୁ ପାନୀୟ ଜଳ ନମୂନା ସଂଗ୍ରହ କରାଯାଇଛି । ସଂକ୍ରାମକ ଲୋକଙ୍କ ଠାରୁ ମଧ୍ୟ ନମୂନା ସଂଗ୍ରହ କରି ଲ୍ୟାବ୍କୁ ପଠାଯାଇଛି । ଏବେ ଘର ଘର ବୁଲି ଯାଞ୍ଚ ହେଉଛି । ମୋବାଇଲ୍ ହେଲ୍ଥ ୟୁନିଟ୍ ଘଟଣା ଉପରେ ନଜର ରଖିଛନ୍ତି।
ସମ୍ୱଲପୁର ୨୩/୦୩: ହୀରାକୁଦରେ ବ୍ୟାପିଲାଣି ଡାଇରିଆ । ଡାଇରିଆରେ ଜଣେ ମୃତ, ୪୯ ଆକ୍ରାନ୍ତ । ଏହାସହ ୫ ଗୁରୁତରଙ୍କୁ ବୁର୍ଲା ସ୍ଥାନାନ୍ତର କରାଯାଇଛି । ଅନେକଙ୍କୁ ହୀରାକୁଦ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଅନ୍ୟ ଆକ୍ରାନ୍ତ ଘରେ ଚିକିତ୍ସାଧିନ । ଡାଇରିଆରେ ଆକ୍ରାନ୍ତ ହୋଇ ଏବେ ୪୯ ଜଣ ମେଡିକାଲରେ ଭର୍ତ୍ତି ହୋଇଛନ୍ତି ।
ଦୂଷିତ ପାନୀୟ ଜଳ ଯୋଗାଣ କାରଣରୁ ଏହି ଡାଇରିଆ ହୋଇଥିବା ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ଅଭିଯୋଗ କରିଛି । ହୀରାକୁଦ ସହରର ଗୁରୁଦ୍ୱାରାପଡା, ଗୌଡପଡା, କାଲୋପଡା, ନ୍ୟୁ ମାର୍କେଟ୍ କଲୋନି, ମାଛ ପଡାରେ ସଂକ୍ରମଣ ହାର ବଢ଼ିଚାଲିଛି। ଏନେଇ ଜିଲ୍ଲାପାଳଙ୍କୁ ଏକ ରିପୋର୍ଟ ପ୍ରଦାନ କରିଛନ୍ତି ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ । ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ଦେଇଥିବା ରିପୋର୍ଟ ଅନୁସାରେ, ଟ୍ରିଟ୍ମେଣ୍ଟ ପ୍ଳାଣ୍ଟରେ ପାଣିକୁ ବିଶୁଦ୍ଧ କରାଯାଉନି । ସେମିତି କେବଳ ବ୍ରିଟିଂ ମାରି ଛାଡି ଦିଆଯାଉଛି।
ଯାହା ଫଳରେ ସଂକ୍ରମଣ ବ୍ୟାପିଛି । ୪ଟି ସ୍ଥାନରୁ ପାନୀୟ ଜଳ ନମୂନା ସଂଗ୍ରହ କରାଯାଇଛି । ସଂକ୍ରାମକ ଲୋକଙ୍କ ଠାରୁ ମଧ୍ୟ ନମୂନା ସଂଗ୍ରହ କରି ଲ୍ୟାବ୍କୁ ପଠାଯାଇଛି । ଏବେ ଘର ଘର ବୁଲି ଯାଞ୍ଚ ହେଉଛି । ମୋବାଇଲ୍ ହେଲ୍ଥ ୟୁନିଟ୍ ଘଟଣା ଉପରେ ନଜର ରଖିଛନ୍ତି।