ପ୍ରତିଯୋଗିତାକୁ କେବେ ନକାରାତ୍ମକ ଭାବେ ଦେଖନ୍ତି ନାହିଁ ସାମନ୍ଥା, ସାକ୍ଷାତକାରରେ କହିଲେ ଏମିତି

ନୂଆଦିଲ୍ଲୀ ୦୪।୦୬; ଭାରତୀୟ ସିନେ ଇଣ୍ଡଷ୍ଟ୍ରିର ଜଣାଶୁଣା ନାୟିକା ସାମନ୍ଥା ରୁଥ୍‌ ପ୍ରଭୁ । ଦକ୍ଷିଣ ସିନେ ଦୁନିଆରୁ ଅଭିନୟରେ କ୍ୟାରିଅର ଆରମ୍ଭ କରିଥିଲେ ମଧ୍ୟ ବହୁମୁଖୀ ଭୂମିକାରେ ଅଭିନୟ କରି ବିଭିନ୍ନ ଫିଲ୍ମ ଉଦ୍ୟୋଗରେ ନିଜକୁ ପ୍ରତିଷ୍ଠିତ କରିବାରେ ସେ ସଫଳ ହୋଇଛନ୍ତି। ସର୍ବାଧିକ ଦେଖାଯାଇଥିବା ଭାରତୀୟ ସେଲିବ୍ରିଟିମାନଙ୍କର ଏକ ଅନ୍ତର୍ଜାତୀୟ ତାଲିକାରେ ସେ ମଧ୍ୟ ସ୍ଥାନ ପାଇଛନ୍ତି। ତେବେ ଜଣେ ସଫଳ ଅଭିନେତ୍ରୀ ଭାବେ ସମସାମୟିକ କଳାକାରଙ୍କ ସହ ତାଙ୍କର ପ୍ରତିଯୋଗିତା ରହିଛି କି ବୋଲି ନିକଟରେ ଏକ ଗଣମାଧ୍ୟମ ତାଙ୍କୁ ପଚାରିଥିଲା ।  ଏହାର ଉତ୍ତର ଦେଇ ସମନ୍ଥା କହିଛନ୍ତି, ମଣିଷ ହିସାବରେ ଆମେ ସମସ୍ତେ ପ୍ରତିଯୋଗିତା ମୂଳକ ଏବଂ ଆମ ମସ୍ତିଷ୍କ ସେହିଭଳି ଭାବେ ଗଢ଼ାହୋଇଛି । ତେଣୁ ପ୍ରତିଯୋଗିତା କରିବା ସ୍ୱାଭାବିକ । ସାଥୀ କଳାକାରଙ୍କ କାମ ଦ୍ୱାରା ସେ ପ୍ରେରିତ ହୋଇଥାନ୍ତି ଏବଂ ସେମାନଙ୍କ ଉପଲବ୍ଧି ତାଙ୍କୁ ଅଧିକ ଭଲ କରିବା ପାଇଁ କଠିନ ପରିଶ୍ରମ କରିବାକୁ ପ୍ରେରଣା ଦିଏ। ପ୍ରତିଯୋଗିତାକୁ ସେ କେବେ ନକାରାତ୍ମକ ଭାବେ ଦେଖନ୍ତି ନାହିଁ ବୋଲି ସ୍ପଷ୍ଟ କରିଛନ୍ତି । ସିରିଜ୍‌ ‘ଦ ଫ୍ୟାମିଲି ମ୍ୟାନ୍‌-୨’ ଜରିଆରେ ଦର୍ଶକୀୟ ଆଦୃତି ପାଉଥିବା ସମନ୍ଥା ଅପ୍‌କମିଙ୍ଗ ୱେବ୍‌ ସିରିଜ୍‌ ‘ସିଟାଡେଲ: ହନି ବନି’ରେ ନଜର ଆସିବେ । ଏହି ଥ୍ରିଲର ସିରିଜ୍‌ରେ ସେ ବରୁଣ ଧୱନଙ୍କ ସହ ସ୍କ୍ରିନ୍‌ ଶେୟାର କରିଛନ୍ତି ।  

ପ୍ରତିଯୋଗିତାକୁ କେବେ ନକାରାତ୍ମକ ଭାବେ ଦେଖନ୍ତି ନାହିଁ ସାମନ୍ଥା, ସାକ୍ଷାତକାରରେ କହିଲେ ଏମିତି

ନୂଆଦିଲ୍ଲୀ ୦୪।୦୬; ଭାରତୀୟ ସିନେ ଇଣ୍ଡଷ୍ଟ୍ରିର ଜଣାଶୁଣା ନାୟିକା ସାମନ୍ଥା ରୁଥ୍‌ ପ୍ରଭୁ । ଦକ୍ଷିଣ ସିନେ ଦୁନିଆରୁ ଅଭିନୟରେ କ୍ୟାରିଅର ଆରମ୍ଭ କରିଥିଲେ ମଧ୍ୟ ବହୁମୁଖୀ ଭୂମିକାରେ ଅଭିନୟ କରି ବିଭିନ୍ନ ଫିଲ୍ମ ଉଦ୍ୟୋଗରେ ନିଜକୁ ପ୍ରତିଷ୍ଠିତ କରିବାରେ ସେ ସଫଳ ହୋଇଛନ୍ତି। ସର୍ବାଧିକ ଦେଖାଯାଇଥିବା ଭାରତୀୟ ସେଲିବ୍ରିଟିମାନଙ୍କର ଏକ ଅନ୍ତର୍ଜାତୀୟ ତାଲିକାରେ ସେ ମଧ୍ୟ ସ୍ଥାନ ପାଇଛନ୍ତି। 

ତେବେ ଜଣେ ସଫଳ ଅଭିନେତ୍ରୀ ଭାବେ ସମସାମୟିକ କଳାକାରଙ୍କ ସହ ତାଙ୍କର ପ୍ରତିଯୋଗିତା ରହିଛି କି ବୋଲି ନିକଟରେ ଏକ ଗଣମାଧ୍ୟମ ତାଙ୍କୁ ପଚାରିଥିଲା ।  ଏହାର ଉତ୍ତର ଦେଇ ସମନ୍ଥା କହିଛନ୍ତି, ମଣିଷ ହିସାବରେ ଆମେ ସମସ୍ତେ ପ୍ରତିଯୋଗିତା ମୂଳକ ଏବଂ ଆମ ମସ୍ତିଷ୍କ ସେହିଭଳି ଭାବେ ଗଢ଼ାହୋଇଛି । ତେଣୁ ପ୍ରତିଯୋଗିତା କରିବା ସ୍ୱାଭାବିକ । ସାଥୀ କଳାକାରଙ୍କ କାମ ଦ୍ୱାରା ସେ ପ୍ରେରିତ ହୋଇଥାନ୍ତି ଏବଂ ସେମାନଙ୍କ ଉପଲବ୍ଧି ତାଙ୍କୁ ଅଧିକ ଭଲ କରିବା ପାଇଁ କଠିନ ପରିଶ୍ରମ କରିବାକୁ ପ୍ରେରଣା ଦିଏ। 

ପ୍ରତିଯୋଗିତାକୁ ସେ କେବେ ନକାରାତ୍ମକ ଭାବେ ଦେଖନ୍ତି ନାହିଁ ବୋଲି ସ୍ପଷ୍ଟ କରିଛନ୍ତି । ସିରିଜ୍‌ ‘ଦ ଫ୍ୟାମିଲି ମ୍ୟାନ୍‌-୨’ ଜରିଆରେ ଦର୍ଶକୀୟ ଆଦୃତି ପାଉଥିବା ସମନ୍ଥା ଅପ୍‌କମିଙ୍ଗ ୱେବ୍‌ ସିରିଜ୍‌ ‘ସିଟାଡେଲ: ହନି ବନି’ରେ ନଜର ଆସିବେ । ଏହି ଥ୍ରିଲର ସିରିଜ୍‌ରେ ସେ ବରୁଣ ଧୱନଙ୍କ ସହ ସ୍କ୍ରିନ୍‌ ଶେୟାର କରିଛନ୍ତି ।