କିଡ୍ନୀ ନଷ୍ଟରୁ ସ୍ବାମୀଙ୍କ ମୃତ୍ୟୁ ପରେ ମମତାଙ୍କ କାନ୍ଧରେ ୨ ସନ୍ତାନଙ୍କ ବୋଝ
କର୍ଲାମୁଣ୍ଡା,୨୫ା୫(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ଗଜବାହାଲ ପଞ୍ଚାୟତର ଧରାଖମନ ଗାଁରେ କିଡ୍ନୀ ଜନିତ ସମସ୍ୟା ଯୋଗୁ ୧୪ରୁ ଊଦ୍ଧର୍ବ ବ୍ୟକ୍ତି ମୃତ୍ୟୁବରଣ କରିସାରିଥିବାବେଳେ ଏବେ ବି ୧୯ରୁ ଊଦ୍ଧର୍ବ ମହିଳା ପୁରୁଷ ମୃତ୍ୟୁ ସହ ସଂଗ୍ରାମ କରୁଥିବା ଦେଖିବାକୁ ମିଳିଛି। ଏହି ଗାଁର ମାଡ୍ରାସ ଭୋଇ (୪୫) ଡ୍ରାଇଭର କାମ କରି ସ୍ତ୍ରୀ ମମତା ଭୋଇ(୪୦)ଦୁଇ ସନ୍ତାନ ଝିଅ ଡୋଲେଶ୍ୱରୀ ଭୋଇ (୧୮) ପୁଅ ଦେବ ଭୋଇ (୧୩)ଙ୍କୁ ନେଇ ହସଖୁସିରେ ପରିବାର […] The post କିଡ୍ନୀ ନଷ୍ଟରୁ ସ୍ବାମୀଙ୍କ ମୃତ୍ୟୁ ପରେ ମମତାଙ୍କ କାନ୍ଧରେ ୨ ସନ୍ତାନଙ୍କ ବୋଝ appeared first on Dharitri Odia News.
କର୍ଲାମୁଣ୍ଡା,୨୫ା୫(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ଗଜବାହାଲ ପଞ୍ଚାୟତର ଧରାଖମନ ଗାଁରେ କିଡ୍ନୀ ଜନିତ ସମସ୍ୟା ଯୋଗୁ ୧୪ରୁ ଊଦ୍ଧର୍ବ ବ୍ୟକ୍ତି ମୃତ୍ୟୁବରଣ କରିସାରିଥିବାବେଳେ ଏବେ ବି ୧୯ରୁ ଊଦ୍ଧର୍ବ ମହିଳା ପୁରୁଷ ମୃତ୍ୟୁ ସହ ସଂଗ୍ରାମ କରୁଥିବା ଦେଖିବାକୁ ମିଳିଛି। ଏହି ଗାଁର ମାଡ୍ରାସ ଭୋଇ (୪୫) ଡ୍ରାଇଭର କାମ କରି ସ୍ତ୍ରୀ ମମତା ଭୋଇ(୪୦)ଦୁଇ ସନ୍ତାନ ଝିଅ ଡୋଲେଶ୍ୱରୀ ଭୋଇ (୧୮) ପୁଅ ଦେବ ଭୋଇ (୧୩)ଙ୍କୁ ନେଇ ହସଖୁସିରେ ପରିବାର ଚଳେଇ ନେଉଥିଲେ। ତେବେ ସେ କିଡ୍ନୀ ସମସ୍ୟାରେ ପୀଡ଼ିତ ହେବା ପରେ ସ୍ତ୍ରୀ ମମତା ବନ୍ଧୁ ବାନ୍ଧବଙ୍କଠାରୁ ଧାର କରଜ କରି ସ୍ବାମୀଙ୍କ ସ୍ବାସ୍ଥ୍ୟ ଠିକ୍ କରିବାକୁ ବୁର୍ଲା, ବଲାଙ୍ଗୀର ଭଳି ଅନେକ ଡାକ୍ତରଖାନାରେ ଚିକିତ୍ସା କରାଇଥିଲେ ହେଁ, ଗତ ମାର୍ଚ୍ଚ ୧୬ରେ ମାଡ୍ରାସ ଭୋଇଙ୍କ ମୃତ୍ୟୁ ଘଟିଥିଲା। ଏପରି ସ୍ଥଳେ ରୋଜ ଗାରିଆ ସ୍ବାମୀଙ୍କୁ ହରାଇ ମମତା ଏବେ ଭାଙ୍ଗି ପଡ଼ିଛନ୍ତି। ସେ କେମିତି ରୋଜଗାର କରିବେ ଓ ତାଙ୍କର ଦୁଇ ସନ୍ତାନକୁ କିଭଳି ଭଲ ପାଠ ପଢ଼ାଇବେ ସେ ନେଇ ଏବେ ଚିନ୍ତାରେ ଥିବା ମମତା କହିଛନ୍ତି।
ଏନେଇ ସରପଞ୍ଚ ଅରବିନ୍ଦ ଗହୀରଙ୍କୁ ପଚରା ଯିବାରୁ ସରକାରଙ୍କ ଯାହା ବ୍ୟବସ୍ଥା ରହିଛି, ସେ ସବୁ ଏହି ପରିବାରକୁ ଯୋଗାଇ ଦିଆଯିବ ବୋଲି କହିଛନ୍ତି। ଅନ୍ୟ ପଟେ ଜିଲା ଶିଶୁ ସୁରକ୍ଷା ସମିତି ପକ୍ଷରୁ ଏହି ପରିବାରକୁ ସରକାରୀ ଆର୍ଥିକ ସହାୟତା ଯୋଗାଇ ଦେବାକୁ ଗ୍ରାମବାସୀ ଅନୁରୋଧ କରିଛନ୍ତି।
The post କିଡ୍ନୀ ନଷ୍ଟରୁ ସ୍ବାମୀଙ୍କ ମୃତ୍ୟୁ ପରେ ମମତାଙ୍କ କାନ୍ଧରେ ୨ ସନ୍ତାନଙ୍କ ବୋଝ appeared first on Dharitri Odia News.