କିମ୍ ଜୋଙ୍ଗ ଉନ୍ଙ୍କ ନୂଆ ଷଡଯନ୍ତ୍ର, ପଡୋଶୀ ଦେଶକୁ ବେଲୁନ୍ରେ ପଠାଉଛନ୍ତି ଅଳିଆ
ମୁମ୍ଵାଇ ୩୦।୦୫: ବିମାନ ଯାତ୍ରା ସମୟରେ ଯାତ୍ରୀଙ୍କ ଜିନିଷପତ୍ରର ଯାଞ୍ଚ୍ ହୁଏ । ବ୍ୟାଗ୍ରେ ଯଦି କିଛି ପ୍ରତିବନ୍ଧିତ ସାମଗ୍ରୀ ମିଳେ, ତେବେ ବିମାନ କର୍ତ୍ତୃପକ୍ଷ ତାକୁ ଜବତ କରନ୍ତି । ଏଥିସହ ଯାତ୍ରୀଙ୍କୁ ମଧ୍ୟ ବିଭିନ୍ନ ପ୍ରଶ୍ନ କରାଯାଏ । ଅତି ସମ୍ବେଦନଶୀଳ ମାମଲାରେ ଯାତ୍ରୀଙ୍କୁ ବିମାନ ଯାତ୍ରାରୁ ରୋକାଯାଏ । ନିକଟରେ ହଂକଂରୁ ତାଇୱାନ ଯାତ୍ରା କରୁଥିବା ଇଣ୍ଡୋନେସିଆର ଜଣେ ଯାତ୍ରୀଙ୍କ ସହ ଏଭଳି ହୋଇଛି । କିନ୍ତୁ ସେ ଜାଣିନଥିଲେ ଯେ ସାଙ୍ଗରେ ନେଇଥିବା ଲଞ୍ଚବକ୍ସ ତାଙ୍କୁ ମହଙ୍ଗା ପଡ଼ିବ । ସେ ଲଞ୍ଚ୍ବକ୍ସରେ ଏଭଳି ଖାଦ୍ୟ ନେଇ ଯାଉଥିଲେ, ଯାହା ଉପରେ କଟକଣା ଲାଗୁ ହୋଇଛି । ସ୍ଥାନୀୟ ଗଣମାଧ୍ୟମ ରିପୋର୍ଟ ଅନୁସାରେ, ଲଞ୍ଚବକ୍ସରେ ଯାତ୍ରୀ ପୋଡ଼ା ଘୁଷୁରି ମାଂସ ନେଇ ଯାଉଥିଲେ । ତାଇୱାନରେ ପହଞ୍ଚିବା ମାତ୍ରେ ବିମାନବନ୍ଦରରେ ତାଙ୍କୁ ଅଟକାଇ ଦିଆଗଲା । ନିୟମ ଉଲ୍ଲଂଘନ ଯୋଗୁ ତାଙ୍କ ଉପରେ ୬,୨୦୦ ଡଲାର ଅର୍ଥାତ୍ ୫ ଲକ୍ଷ ଟଙ୍କାରୁ ଅଧିକ ଜରିମାନା ଲାଗୁ ହେଲା । ଜରିମାନା ରାଶିକୁ ତାଙ୍କୁ ତୁରନ୍ତ ଭରିବାକୁ ନିର୍ଦ୍ଦେଶ ହେଲା । ସୂଚନାଯୋଗ୍ୟ, ତାଇୱାନରେ ହଂକଂରୁ ଆସୁଥିବା ଘୁଷୁରି ମାଂସ ଉପରେ ପ୍ରତିବନ୍ଧକ ଲାଗୁ ହୋଇଛି । ରିପୋର୍ଟ ଅନୁସାରେ, ନିକଟରେ ଇଣ୍ଡୋନେସିଆର ଜଣେ ଯାତ୍ରୀ ତତ୍କାଳ ଜରିମାନା ପୈଠ କରି ନ ପାରିବାରୁ ତାଙ୍କୁ ହଂକଂ ପଠାଇ ଦିଆଗଲା । ଆଗକୁ ଏଭଳି ଭୁଲ ନ କରିବାକୁ ତାଙ୍କୁ
ମୁମ୍ଵାଇ ୩୦।୦୫: ବିମାନ ଯାତ୍ରା ସମୟରେ ଯାତ୍ରୀଙ୍କ ଜିନିଷପତ୍ରର ଯାଞ୍ଚ୍ ହୁଏ । ବ୍ୟାଗ୍ରେ ଯଦି କିଛି ପ୍ରତିବନ୍ଧିତ ସାମଗ୍ରୀ ମିଳେ, ତେବେ ବିମାନ କର୍ତ୍ତୃପକ୍ଷ ତାକୁ ଜବତ କରନ୍ତି । ଏଥିସହ ଯାତ୍ରୀଙ୍କୁ ମଧ୍ୟ ବିଭିନ୍ନ ପ୍ରଶ୍ନ କରାଯାଏ । ଅତି ସମ୍ବେଦନଶୀଳ ମାମଲାରେ ଯାତ୍ରୀଙ୍କୁ ବିମାନ ଯାତ୍ରାରୁ ରୋକାଯାଏ । ନିକଟରେ ହଂକଂରୁ ତାଇୱାନ ଯାତ୍ରା କରୁଥିବା ଇଣ୍ଡୋନେସିଆର ଜଣେ ଯାତ୍ରୀଙ୍କ ସହ ଏଭଳି ହୋଇଛି । କିନ୍ତୁ ସେ ଜାଣିନଥିଲେ ଯେ ସାଙ୍ଗରେ ନେଇଥିବା ଲଞ୍ଚବକ୍ସ ତାଙ୍କୁ ମହଙ୍ଗା ପଡ଼ିବ । ସେ ଲଞ୍ଚ୍ବକ୍ସରେ ଏଭଳି ଖାଦ୍ୟ ନେଇ ଯାଉଥିଲେ, ଯାହା ଉପରେ କଟକଣା ଲାଗୁ ହୋଇଛି ।
ସ୍ଥାନୀୟ ଗଣମାଧ୍ୟମ ରିପୋର୍ଟ ଅନୁସାରେ, ଲଞ୍ଚବକ୍ସରେ ଯାତ୍ରୀ ପୋଡ଼ା ଘୁଷୁରି ମାଂସ ନେଇ ଯାଉଥିଲେ । ତାଇୱାନରେ ପହଞ୍ଚିବା ମାତ୍ରେ ବିମାନବନ୍ଦରରେ ତାଙ୍କୁ ଅଟକାଇ ଦିଆଗଲା । ନିୟମ ଉଲ୍ଲଂଘନ ଯୋଗୁ ତାଙ୍କ ଉପରେ ୬,୨୦୦ ଡଲାର ଅର୍ଥାତ୍ ୫ ଲକ୍ଷ ଟଙ୍କାରୁ ଅଧିକ ଜରିମାନା ଲାଗୁ ହେଲା । ଜରିମାନା ରାଶିକୁ ତାଙ୍କୁ ତୁରନ୍ତ ଭରିବାକୁ ନିର୍ଦ୍ଦେଶ ହେଲା ।
ସୂଚନାଯୋଗ୍ୟ, ତାଇୱାନରେ ହଂକଂରୁ ଆସୁଥିବା ଘୁଷୁରି ମାଂସ ଉପରେ ପ୍ରତିବନ୍ଧକ ଲାଗୁ ହୋଇଛି । ରିପୋର୍ଟ ଅନୁସାରେ, ନିକଟରେ ଇଣ୍ଡୋନେସିଆର ଜଣେ ଯାତ୍ରୀ ତତ୍କାଳ ଜରିମାନା ପୈଠ କରି ନ ପାରିବାରୁ ତାଙ୍କୁ ହଂକଂ ପଠାଇ ଦିଆଗଲା । ଆଗକୁ ଏଭଳି ଭୁଲ ନ କରିବାକୁ ତାଙ୍କୁ କଡ଼ା ଚେତାବନୀ ମଧ୍ୟ ଦିଆଗଲା । ଜରିମାନା ଦେବା ପରେ ହିଁ ତାଙ୍କୁ ତାଇୱାନରେ ପ୍ରବେଶ ଅନୁମତି ମିଳିବ ବୋଲି ବିମାନବନ୍ଦରରେ କୁହାଗଲା