କିମ୍‌ଙ୍କ ପାଇଁ କାଳ ମୋଟାପଣ: ହୋଇପାରେ ହାର୍ଟ ଆଟାକ୍‌ ! ବିଦେଶରେ ଚାଲିଛି ମେଡିସିନ୍‌ ଖୋଜା

ନୂଆଦିଲ୍ଲୀ: ଉତ୍ତର କୋରିଆର ସୁପ୍ରିମ ଲିଡର କିମ ଜଙ୍ଗ ଉନ। ତାଙ୍କର ବ୍ୟକ୍ତିଗତ ଏବଂ ରାଜନୈତିକ ଜୀବନକୁ ନେଇ ସବୁବେଳେ ଚର୍ଚ୍ଚାରେ। କିନ୍ତୁ ଏବେ ଗୁରୁତର ସ୍ୱାସ୍ଥ୍ୟ ସମସ୍ୟା ଦେଇ ଗତି କରୁଛନ୍ତି ଏକଛତ୍ରବାଦୀ ଶାସକ। କାଳ ସାଜିଛି ମୋଟାପଣ ସମସ୍ୟା । କିମଙ୍କ ଓଜନ ବହୁତ ବୃଦ୍ଧି ପାଇଛି ଏବଂ ଏହି କାରଣରୁ ରକ୍ତଚାପ ଏବଂ ମଧୁମେହ ଏବେ ନିୟନ୍ତ୍ରଣ ବାହାରେ। ଯେଉଁଥିପାଇଁ ତାଙ୍କ ଜୀବନ ପ୍ରତି ବିପଦ ମଧ୍ୟ ବଢିବାରେ ଲାଗିଛି। ଏଭଳି ଚାଞ୍ଚଲ୍ୟକର ସୂଚନା ଦେଇଛି ଦକ୍ଷିଣ କୋରିଆର ସିକ୍ରେଟ ଏଜେନ୍ସି।ଦକ୍ଷିଣ କୋରିଆର ଗୁପ୍ତଚର ଏଜେନ୍ସି ନ୍ୟାସନାଲ ଇଣ୍ଟେଲିଜେନ୍ସ ସର୍ଭିସ (NIS) ନିଜ ଦେଶର ସଂସଦୀୟ କମିଟିକୁ କହିଛି ଯେ କିମ ଜଙ୍ଗ ଉନ ମଧୁମେହ ଏବଂ ଉଚ୍ଚ ରକ୍ତଚାପ ଭଳି ସମସ୍ୟାରେ ପୀଡିତ ଅଛନ୍ତି। ଏହାର ଚିକିତ୍ସା ପାଇଁ ଉତ୍ତର କୋରିଆର ଅଧିକାରୀମାନେ ବିଦେଶରେ ନୂଆ ମେଡିସିନ ଖୋଜୁଛନ୍ତି। ରିପୋର୍ଟ ଅନୁଯାୟୀ, କିମ ଜୋଙ୍ଗ ଉନଙ୍କ ଉଚ୍ଚତା ପ୍ରାୟ ୫ ଫୁଟ ୭ ଇଞ୍ଚ। ତାଙ୍କର ଓଜନ ପୂର୍ବରୁ ନିୟନ୍ତ୍ରଣରେ ଥିଲା।୨୦୨୧ ମସିହାରେ, କିମ୍ ଏକ ଇଭେଣ୍ଟରେ ଯୋଗ ଦେବା ସମୟରେ ପତଳା ଦେଖାଯାଉଥିଲେ। ତା’ପରେ ଆଲୋଚନା ହୋଇଥିଲା ଯେ ସେ ତାଙ୍କ ସ୍ୱାସ୍ଥ୍ୟ ପ୍ରତି ବହୁତ ଧ୍ୟାନ ଦେଉଥିଲେ ଏବଂ ତାଙ୍କ ଓଜନ ନିୟନ୍ତ୍ରଣ କରିବା ଆରମ୍ଭ କରିଥିଲେ। ଏହି ଅବଧିରେ ସେ ନିଜର ଓଜନକୁ ୧୦୦ କିଲୋଗ୍ରାମରୁ କମ୍ କରିଦେଇଥିଲେ। ତେବେ ବର୍ତ୍ତମାନ କିମଙ୍କ ଓଜନ ପୁଣି

କିମ୍‌ଙ୍କ ପାଇଁ କାଳ ମୋଟାପଣ: ହୋଇପାରେ ହାର୍ଟ ଆଟାକ୍‌ ! ବିଦେଶରେ ଚାଲିଛି ମେଡିସିନ୍‌ ଖୋଜା

ନୂଆଦିଲ୍ଲୀ: ଉତ୍ତର କୋରିଆର ସୁପ୍ରିମ ଲିଡର କିମ ଜଙ୍ଗ ଉନ। ତାଙ୍କର ବ୍ୟକ୍ତିଗତ ଏବଂ ରାଜନୈତିକ ଜୀବନକୁ ନେଇ ସବୁବେଳେ ଚର୍ଚ୍ଚାରେ। କିନ୍ତୁ ଏବେ ଗୁରୁତର ସ୍ୱାସ୍ଥ୍ୟ ସମସ୍ୟା ଦେଇ ଗତି କରୁଛନ୍ତି ଏକଛତ୍ରବାଦୀ ଶାସକ। କାଳ ସାଜିଛି ମୋଟାପଣ ସମସ୍ୟା । କିମଙ୍କ ଓଜନ ବହୁତ ବୃଦ୍ଧି ପାଇଛି ଏବଂ ଏହି କାରଣରୁ ରକ୍ତଚାପ ଏବଂ ମଧୁମେହ ଏବେ ନିୟନ୍ତ୍ରଣ ବାହାରେ। ଯେଉଁଥିପାଇଁ ତାଙ୍କ ଜୀବନ ପ୍ରତି ବିପଦ ମଧ୍ୟ ବଢିବାରେ ଲାଗିଛି। ଏଭଳି ଚାଞ୍ଚଲ୍ୟକର ସୂଚନା ଦେଇଛି ଦକ୍ଷିଣ କୋରିଆର ସିକ୍ରେଟ ଏଜେନ୍ସି।

ଦକ୍ଷିଣ କୋରିଆର ଗୁପ୍ତଚର ଏଜେନ୍ସି ନ୍ୟାସନାଲ ଇଣ୍ଟେଲିଜେନ୍ସ ସର୍ଭିସ (NIS) ନିଜ ଦେଶର ସଂସଦୀୟ କମିଟିକୁ କହିଛି ଯେ କିମ ଜଙ୍ଗ ଉନ ମଧୁମେହ ଏବଂ ଉଚ୍ଚ ରକ୍ତଚାପ ଭଳି ସମସ୍ୟାରେ ପୀଡିତ ଅଛନ୍ତି। ଏହାର ଚିକିତ୍ସା ପାଇଁ ଉତ୍ତର କୋରିଆର ଅଧିକାରୀମାନେ ବିଦେଶରେ ନୂଆ ମେଡିସିନ ଖୋଜୁଛନ୍ତି। ରିପୋର୍ଟ ଅନୁଯାୟୀ, କିମ ଜୋଙ୍ଗ ଉନଙ୍କ ଉଚ୍ଚତା ପ୍ରାୟ ୫ ଫୁଟ ୭ ଇଞ୍ଚ। ତାଙ୍କର ଓଜନ ପୂର୍ବରୁ ନିୟନ୍ତ୍ରଣରେ ଥିଲା।

୨୦୨୧ ମସିହାରେ, କିମ୍ ଏକ ଇଭେଣ୍ଟରେ ଯୋଗ ଦେବା ସମୟରେ ପତଳା ଦେଖାଯାଉଥିଲେ। ତା’ପରେ ଆଲୋଚନା ହୋଇଥିଲା ଯେ ସେ ତାଙ୍କ ସ୍ୱାସ୍ଥ୍ୟ ପ୍ରତି ବହୁତ ଧ୍ୟାନ ଦେଉଥିଲେ ଏବଂ ତାଙ୍କ ଓଜନ ନିୟନ୍ତ୍ରଣ କରିବା ଆରମ୍ଭ କରିଥିଲେ। ଏହି ଅବଧିରେ ସେ ନିଜର ଓଜନକୁ ୧୦୦ କିଲୋଗ୍ରାମରୁ କମ୍ କରିଦେଇଥିଲେ। ତେବେ ବର୍ତ୍ତମାନ କିମଙ୍କ ଓଜନ ପୁଣି ୧୪୦ କିଲୋଗ୍ରାମରେ ପହଞ୍ଚିଛି।

ଏନଆଇଏସର ଗୁପ୍ତଚର ରିପୋର୍ଟ ଅନୁଯାୟୀ ଏବେ କିମ ଜଙ୍ଗ ଠିକ୍‌ ଭାବେ ଖାଇବା ପିଇବାରେ ସକ୍ଷମ ନୁହଁନ୍ତି। ସେ ଗତ କିଛି ମାସ ଧରି କ୍ରମାଗତ ଭାବରେ ନିଜର ପ୍ରିୟଜନଙ୍କ ସହ ମଦ ପିଇବାର ଫଟୋ ସାମନାକୁ ଆସିଥିଲା। ଗୁପ୍ତଚର ସଂସ୍ଥା କହିଛି କିମଙ୍କ ଏହି ହବି ଯୋଗୁଁ ତାଙ୍କ ଜୀବନ ପ୍ରତି ବିପଦ ମଧ୍ୟ ବଢ଼ିଯାଇଛି। ବିଶେଷକରି ତାଙ୍କ ପରିବାରରେ ହାର୍ଟ ଆଟାକ୍‌ର ହିଷ୍ଟ୍ରି ରହିଛି। ହୃଦଘାତରେ ତାଙ୍କ ଜେଜେବାପା ଏବଂ ପିତାଙ୍କର ମୃତ୍ୟୁ ହୋଇଥିଲା। ଏପରି ପରିସ୍ଥିତିରେ କିମ ହାଇ ରିସ୍କ ଜୋନ୍‌ରେ ଅଛନ୍ତି।

ଯଦି କିମ ଜଙ୍ଗଙ୍କର ମୃତ୍ୟୁ ହୁଏ, ତେବେ ଦେଶର ପରବର୍ତ୍ତୀ ଶାସକ କିଏ ହେବେ, ଏହି ପ୍ରଶ୍ନ ସମଗ୍ର ବିଶ୍ୱ ସାମ୍ନାରେ ଅଛି। ଦକ୍ଷିଣ କୋରିଆର ଗୁପ୍ତଚର ଏଜେନ୍ସି ମଧ୍ୟ ଏହାର ଉତ୍ତର ପାଇଛି। 

ଏଜେନ୍ସି ଅନୁଯାୟୀ କିମ ଜୋଙ୍ଗ ତାଙ୍କ ଝିଅକୁ ତାଙ୍କ ଉତ୍ତରାଧିକାରୀ ଭାବରେ ପ୍ରସ୍ତୁତ କରୁଛନ୍ତି। ତାଙ୍କୁ ଅନେକ ସରକାରୀ କାର୍ଯ୍ୟକ୍ରମରେ କିମ ଜୋଙ୍ଗଙ୍କ ସହ ଦେଖିବାକୁ ମିଳିଛି। ଏହି କାରଣରୁ କିମ ଜଙ୍ଗଙ୍କ ମୃତ୍ୟୁ ପରେ ତାଙ୍କ ଝିଅ ଦେଶକୁ ଆଗେଇ ନେବେ ବୋଲି କଳ୍ପନାଜଳ୍ପନା ଚାଲିଛି।