ଭିଜିଲାନ୍ସକୁ ଦେଖି ଫିଙ୍ଗିଦେଲେ ପୁଳାପୁଳା ଟଙ୍କା, ଘରୁ ୨.୧କୋଟି ଠାବ
ସମାଜ ଡିଜିଟାଲ ଡେସ୍କ: ଭିଜିଲାନ୍ସ ଜାଲରେ କୋଟିପତି ମୁଖ୍ୟଯନ୍ତ୍ରୀ । ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭୁବନେଶ୍ୱର ଗ୍ରାମ୍ୟ ଉନ୍ନୟନ ବିଭାଗର ମୁଖ୍ୟଯନ୍ତ୍ରୀ ବୈକୁଣ୍ଠ ନାଥ ଷଡଙ୍ଗୀ ଘରେ ଚଢାଉ କରିଥିଲା ଭିଜିଲାନ୍ସ ଟିମ୍ । କୋଟିପତି ବାବୁଙ୍କ ଘରେ ଟଙ୍କା ଗଣି ଗଣି ନୟାନ୍ତ ହେଲେଣି ଭିଜିଲାନ୍ସ ଅଧିକାରୀ । ଶେଷରେ ଟଙ୍କା ଗଣିବା ପାଇଁ ମେସିନ ଅଣାଯାଇଛି । ବାବୁଙ୍କ ଘରେ ଏତେ ଟଙ୍କା ଥିଲା ଯେ ଭିଜିଲାନ୍ସକୁ ଦେଖି ଛାନିଆରେ ଝରକା […]

ସମାଜ ଡିଜିଟାଲ ଡେସ୍କ: ଭିଜିଲାନ୍ସ ଜାଲରେ କୋଟିପତି ମୁଖ୍ୟଯନ୍ତ୍ରୀ । ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭୁବନେଶ୍ୱର ଗ୍ରାମ୍ୟ ଉନ୍ନୟନ ବିଭାଗର ମୁଖ୍ୟଯନ୍ତ୍ରୀ ବୈକୁଣ୍ଠ ନାଥ ଷଡଙ୍ଗୀ ଘରେ ଚଢାଉ କରିଥିଲା ଭିଜିଲାନ୍ସ ଟିମ୍ । କୋଟିପତି ବାବୁଙ୍କ ଘରେ ଟଙ୍କା ଗଣି ଗଣି ନୟାନ୍ତ ହେଲେଣି ଭିଜିଲାନ୍ସ ଅଧିକାରୀ । ଶେଷରେ ଟଙ୍କା ଗଣିବା ପାଇଁ ମେସିନ ଅଣାଯାଇଛି । ବାବୁଙ୍କ ଘରେ ଏତେ ଟଙ୍କା ଥିଲା ଯେ ଭିଜିଲାନ୍ସକୁ ଦେଖି ଛାନିଆରେ ଝରକା ପରେ ବାହାରକୁ ଟଙ୍କା ଫିଙ୍ଗି ଦେଇଥିଲେ । ଏଯାବତ ବୈକୁଣ୍ଠ ନାଥଙ୍କ ଘରୁ ୨କୋଟିରୁ ଅଧିକ ନଗଦ ଟଙ୍କା ଜବତ କରାଯାଇଛି ।
ବୈକୁଣ୍ଠ ନାଥଙ୍କ ନାଁରେ ଆୟ ବର୍ହିଭୂତ୍ତ ସମ୍ପତ୍ତି ଠୁଳ ଅଭିଯୋଗରେ ଆଜି ସକାଳୁ ଭିଜିଲାନ୍ସ ଟିମ୍ ଭୁବନେଶ୍ୱର ସ୍ଥିତ ବାସଭବନରେ ଚଢାଉ କରିଥିଲା । ଭୁବନେଶ୍ୱର, ପୁରୀ, ଅନୁଗୁଳର ୭ଟି ସ୍ଥାନରେ ଏକକାଳୀନ ଚଢାଉ ହୋଇଛି ।