କିସ୍‍ ପିଲାଙ୍କ ପାଇଁ ନାସିକରୁ ପହଞ୍ଚିଲା ୧୨ ଟନ ଅଙ୍ଗୁର

ଭୁବନେଶ୍ୱର : କିସ୍‍ ପିଲାଙ୍କ ପାଇଁ ନାସିକରୁ ପହଞ୍ଚିଲା ଅଙ୍ଗୁର। ନାସିକରୁ ଏକ ସ୍ୱତନ୍ତ୍ର ଗାଡ଼ିରେ ୧୨ଟନ ଅଙ୍ଗୁର ଭୁବନେଶ୍ବର କିସରେ ଆସି ପହଞ୍ଚିଛି। କିଟ୍‍ ଓ କିସ୍‍ ପ୍ରତିଷ୍ଠାତା ଡ. ଅଚ୍ୟୁତ ସାମନ୍ତ କିସ‍ ପିଲାଙ୍କ ପାଇଁ ପ୍ରତିବର୍ଷ ଋତୁ ଅନୁସାରେ ବିଭିନ୍ନ ଫଳ ଦେଶର ବିଭିନ୍ନ ସ୍ଥାନରୁ ଆଣି ପିଲାଙ୍କୁ ଦେଇଥାନ୍ତି। ଏବେ ଶୀତଋତୁ ହୋଇଥିବାରୁ ଏହାକୁ ଆଖି ଆଗରେ ରଖି ଡ. ସାମନ୍ତ ଅଙ୍ଗୁର ମଗାଇଛନ୍ତି। କିସରେ ଥିବା ୩୦ ହଜାର ପିଲାଙ୍କୁ […] The post କିସ୍‍ ପିଲାଙ୍କ ପାଇଁ ନାସିକରୁ ପହଞ୍ଚିଲା ୧୨ ଟନ ଅଙ୍ଗୁର appeared first on KNews Odisha.

କିସ୍‍ ପିଲାଙ୍କ ପାଇଁ ନାସିକରୁ ପହଞ୍ଚିଲା ୧୨ ଟନ ଅଙ୍ଗୁର
grapes

ଭୁବନେଶ୍ୱର : କିସ୍‍ ପିଲାଙ୍କ ପାଇଁ ନାସିକରୁ ପହଞ୍ଚିଲା ଅଙ୍ଗୁର। ନାସିକରୁ ଏକ ସ୍ୱତନ୍ତ୍ର ଗାଡ଼ିରେ ୧୨ଟନ ଅଙ୍ଗୁର ଭୁବନେଶ୍ବର କିସରେ ଆସି ପହଞ୍ଚିଛି। କିଟ୍‍ ଓ କିସ୍‍ ପ୍ରତିଷ୍ଠାତା ଡ. ଅଚ୍ୟୁତ ସାମନ୍ତ କିସ‍ ପିଲାଙ୍କ ପାଇଁ ପ୍ରତିବର୍ଷ ଋତୁ ଅନୁସାରେ ବିଭିନ୍ନ ଫଳ ଦେଶର ବିଭିନ୍ନ ସ୍ଥାନରୁ ଆଣି ପିଲାଙ୍କୁ ଦେଇଥାନ୍ତି। ଏବେ ଶୀତଋତୁ ହୋଇଥିବାରୁ ଏହାକୁ ଆଖି ଆଗରେ ରଖି ଡ. ସାମନ୍ତ ଅଙ୍ଗୁର ମଗାଇଛନ୍ତି।

କିସରେ ଥିବା ୩୦ ହଜାର ପିଲାଙ୍କୁ ଏହି ଅଙ୍ଗୁର ଦିଆଯିବ। କିସ୍‍ ପିଲାଙ୍କ ସ୍ୱାସ୍ଥ୍ୟ ଉପରେ ପ୍ରତିଷ୍ଠାତା ଡ. ସାମନ୍ତ ସବୁବେଳେ ପ୍ରାଥମିକତା ଦେଇଥାନ୍ତି । ସେମାନଙ୍କୁ ପ୍ରତିଦିନ ପୁଷ୍ଟିକର ଖାଦ୍ୟ ଦିଆଯିବା ସହ ଡ. ସାମନ୍ତ ସେମାନଙ୍କ ପାଇଁ ଅଙ୍ଗୁର ବ୍ୟତୀତ ସମୟକୁ ନେଇ ଅନ୍ୟାନ୍ୟ ଫଳ ମଧ୍ୟ ମଗାଇଥାନ୍ତି। ପିଲାମାନେ ମଧ୍ୟ ବିଭିନ୍ନ ଋତୁରେ ଭିନ୍ନ ଭିନ୍ନ ଫଳ ଖାଇବାର ମଜା ନେଇଥାନ୍ତି। ପୂର୍ବରୁ ଜାନୁଆରୀ ମାସରେ ମଧ୍ୟ ପ୍ରତିଷ୍ଠାତା ଡ. ସାମନ୍ତ କିସ ପାଇଁ ୧୬ ଟନ ଫଳ ଆଣିଥିଲେ।

The post କିସ୍‍ ପିଲାଙ୍କ ପାଇଁ ନାସିକରୁ ପହଞ୍ଚିଲା ୧୨ ଟନ ଅଙ୍ଗୁର appeared first on KNews Odisha.