କୁଆଡେ ଗଲେ ମୁଖ୍ୟମନ୍ତ୍ରୀ ସୋରେନ, ବିଏମଡବ୍ଲୁ କାର୍ ସହ ୩୬ ଲକ୍ଷ ଟଙ୍କା ଜବତ
ରାଞ୍ଚି,୩୦।୧: ଜମି ଦୁର୍ନୀତି ମାମଲାରେ ଝାଡଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ସମସ୍ୟା ବଢିବାରେ ଲାଗିଛି। ତାଙ୍କ ବିବୃତ୍ତି ରେକର୍ଡ କରିବା ପାଇଁ ଇଡି ତାଙ୍କୁ ଖୋଜୁଛି। ଏହି ସମୟରେ ମୁଖ୍ୟମନ୍ତ୍ରୀ ସୋରେନ ଇଡିଙ୍କୁ ଏକ ଚିଠି ଲେଖି ରାଜନୈତିକ ଏଜେଣ୍ଡା ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିବା ଅଭିଯୋଗ କରିଛନ୍ତି। ଏହାପୂର୍ବରୁ ସୋମବାର ଇଡିର ଏକ ଟିମ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ଦିଲ୍ଲୀସ୍ଥିତ ବାସଭବନରେ ପହଞ୍ଚିଥିଲେ। ଏହି ଇଡି ଦଳ ୧୩ ଘଣ୍ଟାରୁ ଅଧିକ ସମୟ ସେଠାରେ ରହିଥିଲେ। […] The post କୁଆଡେ ଗଲେ ମୁଖ୍ୟମନ୍ତ୍ରୀ ସୋରେନ, ବିଏମଡବ୍ଲୁ କାର୍ ସହ ୩୬ ଲକ୍ଷ ଟଙ୍କା ଜବତ appeared first on Dharitri Odia News.
ରାଞ୍ଚି,୩୦।୧: ଜମି ଦୁର୍ନୀତି ମାମଲାରେ ଝାଡଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ସମସ୍ୟା ବଢିବାରେ ଲାଗିଛି। ତାଙ୍କ ବିବୃତ୍ତି ରେକର୍ଡ କରିବା ପାଇଁ ଇଡି ତାଙ୍କୁ ଖୋଜୁଛି। ଏହି ସମୟରେ ମୁଖ୍ୟମନ୍ତ୍ରୀ ସୋରେନ ଇଡିଙ୍କୁ ଏକ ଚିଠି ଲେଖି ରାଜନୈତିକ ଏଜେଣ୍ଡା ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିବା ଅଭିଯୋଗ କରିଛନ୍ତି। ଏହାପୂର୍ବରୁ ସୋମବାର ଇଡିର ଏକ ଟିମ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ଦିଲ୍ଲୀସ୍ଥିତ ବାସଭବନରେ ପହଞ୍ଚିଥିଲେ। ଏହି ଇଡି ଦଳ ୧୩ ଘଣ୍ଟାରୁ ଅଧିକ ସମୟ ସେଠାରେ ରହିଥିଲେ। ଏହି ସମୟରେ ସେ ପରିସର ଭିତରେ ଯାଞ୍ଚ କରିଥିଲେ।
ଦିଲ୍ଲୀ ଆସିବା ପରେ ହେମନ୍ତ ସୋରେନ କେଉଁଠାରେ ଅଛନ୍ତି ସେ ସମ୍ପର୍କରେ କୌଣସି ସୂଚନା ନାହିଁ। ତାଙ୍କର ଚାର୍ଟାର୍ଡ ବିମାନ ଦିଲ୍ଲୀ ବିମାନବନ୍ଦରରେ ଠିଆ ହୋଇଛି। ତାଙ୍କର ଅନେକ କର୍ମଚାରୀଙ୍କ ଫୋନ ବନ୍ଦ ଅଛି । ଗତକାଲି (ସୋମବାର) ତାଙ୍କ ବିଏମଡବ୍ଲୁ କାର୍କୁ ଇଡି ଜବତ କରିଛି। ତାଙ୍କ ଡ୍ରାଇଭରଙ୍କୁ ମଧ୍ୟ ପଚରାଉଚରା କରାଯାଇଥିଲା, କିନ୍ତୁ ସୋରେନଙ୍କ ବିଷୟରେ କିଛି ମିଳି ନ ଥିଲା। ସୂତ୍ରରୁ ପ୍ରକାଶ ଯେ ୩୬ ଲକ୍ଷ ଟଙ୍କା ସହିତ କିଛି ଦଲିଲ ମଧ୍ୟ ଜବତ କରାଯାଇଛି।
The post କୁଆଡେ ଗଲେ ମୁଖ୍ୟମନ୍ତ୍ରୀ ସୋରେନ, ବିଏମଡବ୍ଲୁ କାର୍ ସହ ୩୬ ଲକ୍ଷ ଟଙ୍କା ଜବତ appeared first on Dharitri Odia News.