କୁକୁର ଓ ବିଲେଇଙ୍କ ପାଇଁ ହେବ ଶବ ସତ୍କାର କେନ୍ଦ୍ର: ସ୍ୱାସ୍ଥ୍ୟ ଓ ପରିମଳକୁ ବିଏମ୍ସିର ଗୁରୁତ୍ୱ
ଭୁବନେଶ୍ବର :ଭୁବନେଶ୍ବର ମହାନଗର ନିଗମ (ବିଏମ୍ସି) ସ୍ଵାସ୍ଥ୍ୟ ଓ ପରିମଳ ଷ୍ଟାଣ୍ଡିଂ କମିଟି ବୈଠକ ମୁଖ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି। ଷ୍ଟାଣ୍ଡିଂ କମିଟି ଅଧ୍ୟକ୍ଷ ବିରଂଚି ନାରାୟଣ ମହାସୂପକାରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ମେୟର ସୁଲୋଚନା ଦାସ ଉପସ୍ଥିତ ଥିଲେ। ଅନ୍ୟମାନଙ୍କ ମଧ୍ୟରେ କମିଟିର ସମସ୍ତ ସଦସ୍ୟ, ସଦସ୍ୟା, ସିଟି ଇଂଜିନିୟର ବିଳାସ କୁମାର ବେହେରା, ଇଲେକ୍ଟ୍ରିକାଲ ଇଂଜିନିୟର ସୁକା କୁମାର ସାବତ, ଡେପୁଟି କମିଶନର ସାନିଟେସନ ଡକ୍ଟର ମନୋରଂଜନ ସାହୁ, ଡେପୁଟି କମିଶନର କର୍ପୋରେସନ ପ୍ରିୟବ୍ରତ ପାଢୀ, ଡେପୁଟି କମିଶନର ପରିବେଶ କାଜଲ ପ୍ରଧାନଙ୍କ ସମେତ ସ୍ଵାସ୍ଥ୍ୟ, ପରିମଳ, ବିଦ୍ୟୁତ୍, ଡ୍ରେନେଜ୍ ଆଦି ଉପଭିଭାଗୀୟ ଅଧିକାରୀମାନେ ଉପସ୍ଥିତ ଥିଲେ। ଭୁବନେଶ୍ବରରେ ଅଏଲ ଇଣ୍ଡିଆ ପକ୍ଷରୁ ପ୍ରତିଷ୍ଠା ହେବ ୨୦୦ଟନ୍ ବିଶିଷ୍ଟ ବାଓମିଥେନସନ୍ ପ୍ଲାଣ୍ଟ। ଆହୁରି ୧୦୦ ଟନ୍ ବିଶିଷ୍ଟ ବାଓମିଥେନସନ ପ୍ଲାଣ୍ଟ ପ୍ରତିଷ୍ଠା ପାଇଁ ମଧ୍ୟ ଅଏଲ ଇଣ୍ଡିଆ ପକ୍ଷରୁ ଯୋଜନା ରହିଛି। ସାନିଟାରୀ ଇନ୍ସପେକ୍ଟର, ସ୍ଵଚ୍ଛ ସୁପରଭାଇଜର ଓ ସ୍ଵଚ୍ଛ ସାଥୀଙ୍କ ପାଇଁ କିଣା ହେବ ରେନି କୋର୍ଟ। ସେହିପରି ସାନିଟାରୀ ଇନ୍ସପେକ୍ଟରଙ୍କ ପାଇଁ ଟ୍ରାକ୍ ପ୍ୟାଂଟ ଓ ଟି-ସାର୍ଟ କିଣାଯିବ। ମୃତ କୁକୁର, ବିରାଡି ଆଦି ଛୋଟ ପଶୁଙ୍କ ଶବ ସତ୍କାର ପାଇଁ ଦୁଇଟି କେନ୍ଦ୍ର ନିର୍ମାଣ କରାଯିବ। ଥ୍ରୀ ଆର୍ ହ୍ରାସ, ପୁନଃ ଚକ୍ରଣ ଓ ପୁନଃ ବିନ
ଭୁବନେଶ୍ବର :ଭୁବନେଶ୍ବର ମହାନଗର ନିଗମ (ବିଏମ୍ସି) ସ୍ଵାସ୍ଥ୍ୟ ଓ ପରିମଳ ଷ୍ଟାଣ୍ଡିଂ କମିଟି ବୈଠକ ମୁଖ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି। ଷ୍ଟାଣ୍ଡିଂ କମିଟି ଅଧ୍ୟକ୍ଷ ବିରଂଚି ନାରାୟଣ ମହାସୂପକାରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ମେୟର ସୁଲୋଚନା ଦାସ ଉପସ୍ଥିତ ଥିଲେ। ଅନ୍ୟମାନଙ୍କ ମଧ୍ୟରେ କମିଟିର ସମସ୍ତ ସଦସ୍ୟ, ସଦସ୍ୟା, ସିଟି ଇଂଜିନିୟର ବିଳାସ କୁମାର ବେହେରା, ଇଲେକ୍ଟ୍ରିକାଲ ଇଂଜିନିୟର ସୁକା କୁମାର ସାବତ, ଡେପୁଟି କମିଶନର ସାନିଟେସନ ଡକ୍ଟର ମନୋରଂଜନ ସାହୁ, ଡେପୁଟି କମିଶନର କର୍ପୋରେସନ ପ୍ରିୟବ୍ରତ ପାଢୀ, ଡେପୁଟି କମିଶନର ପରିବେଶ କାଜଲ ପ୍ରଧାନଙ୍କ
ସମେତ ସ୍ଵାସ୍ଥ୍ୟ, ପରିମଳ, ବିଦ୍ୟୁତ୍, ଡ୍ରେନେଜ୍ ଆଦି ଉପଭିଭାଗୀୟ ଅଧିକାରୀମାନେ ଉପସ୍ଥିତ ଥିଲେ।
ଭୁବନେଶ୍ବରରେ ଅଏଲ ଇଣ୍ଡିଆ ପକ୍ଷରୁ ପ୍ରତିଷ୍ଠା ହେବ ୨୦୦ଟନ୍ ବିଶିଷ୍ଟ ବାଓମିଥେନସନ୍ ପ୍ଲାଣ୍ଟ। ଆହୁରି ୧୦୦ ଟନ୍ ବିଶିଷ୍ଟ ବାଓମିଥେନସନ ପ୍ଲାଣ୍ଟ ପ୍ରତିଷ୍ଠା ପାଇଁ ମଧ୍ୟ ଅଏଲ ଇଣ୍ଡିଆ ପକ୍ଷରୁ ଯୋଜନା ରହିଛି। ସାନିଟାରୀ ଇନ୍ସପେକ୍ଟର, ସ୍ଵଚ୍ଛ ସୁପରଭାଇଜର ଓ ସ୍ଵଚ୍ଛ ସାଥୀଙ୍କ ପାଇଁ କିଣା ହେବ ରେନି କୋର୍ଟ।
ସେହିପରି ସାନିଟାରୀ ଇନ୍ସପେକ୍ଟରଙ୍କ ପାଇଁ ଟ୍ରାକ୍ ପ୍ୟାଂଟ ଓ ଟି-ସାର୍ଟ କିଣାଯିବ। ମୃତ କୁକୁର, ବିରାଡି ଆଦି ଛୋଟ ପଶୁଙ୍କ ଶବ ସତ୍କାର ପାଇଁ ଦୁଇଟି କେନ୍ଦ୍ର ନିର୍ମାଣ କରାଯିବ। ଥ୍ରୀ ଆର୍ ହ୍ରାସ, ପୁନଃ ଚକ୍ରଣ ଓ ପୁନଃ ବିନିଯୋଗ କରିବା ପାଇଁ ବିଏମ୍ସି ମେକାନିକାଲ ଉପବିଭାଗ ଅଧିନରେ ତିନୋଟି ଜୋନ୍ରେ 3ଟି ଗାଡି ଭଡା ସୂତ୍ରରେ ନିୟୋଜନ କରିବା ପାଇଁ ଆଗତ ପ୍ରସ୍ତାବକୁ ସ୍ଵାସ୍ଥ୍ୟ ଓ ପରିମଳ ଷ୍ଟାଣ୍ଡିଂ କମିଟି ସୁପାରିଶ କରି କର୍ପୋରେସନ ବିଚାର ନିମନ୍ତେ ପଠାଇଛି।
ଏହି ବୈଠକରେ କେତେକ ଗୁରୁତ୍ବପୂର୍ଣ୍ଣ ପ୍ରସ୍ତାବ ଆଗତ କରାଯାଇଛି। ପରିମଳ ଷ୍ଟାଣ୍ଡିଂ କମିଟିର ସଦସ୍ୟ ସଦସ୍ୟାମାନେ ବିଭିନ୍ନ ଓ୍ୱାର୍ଡ ବୁଲି ପରିମଳ ବ୍ୟବସ୍ଥାର ଯାଞ୍ଚ କରିବାକୁ ମେୟର କହିଛନ୍ତି। ମାସକୁ 2 ଥର ବୁଶ୍ କଟିଂ ଠିକ୍ ଭାବେ ହେଉଛି କି ନାହିଁ ତାହା ଅନୁଧ୍ୟାନ କରିବା ସହ କଟା ଯାଉଥିବା ଗଛର ଡାଳଗୁଡିକୁ ତୁରନ୍ତ ହଟାଇବା ପାଇଁ ମଧ୍ୟ କୁହାଯାଇଛି। ଯେଉଁ ଏଜେନ୍ସି ଠିକ୍ ଭାବେ ସଫେଇ କାର୍ଯ୍ୟ ନ କରୁଛି, ତା ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ କୁହାଯାଇଛି।
ବର୍ତ୍ତମାନ ଡେଙ୍ଗୁ ମଶା ବଂଶ ବୃଦ୍ଧି ଉତ୍ସଗୁଡିକୁ ନଷ୍ଟ କରିବା ପାଇଁ ଡ୍ରାଏ ଡେ ସହ ମଶା ତେଲ ସିଞ୍ଚନ କରାଯାଉଛି। ୨୨ ତାରିଖରୁ ଫଗିଂ ବା ମଶା ଧୂଆଁ ଦେବା ଆରମ୍ଭ ହେବ ବୋଲି ବିଭାଗୀୟ ଅଧିକାରୀ କମିଟିକୁ ଅବଗତ କରାଇଛି।
ସଂପ୍ରତି ଭୁବନେଶ୍ବରରେ ଟେଣ୍ଡର ହୋଇଥିବା ସର୍ବସାଧାରଣ ଶୌଚାଳୟ କାମ ସହ ପ୍ରତି ଵାର୍ଡରେ ହେବାକୁ ଥିବା ୩ଟି ଲେଖାଏଁ ଗୋଷ୍ଠୀ ଶୌଚାଳୟ କାମକୁ ନାଗରିକ ଓ କର୍ପୋରେଟଙ୍କ ସହାୟତାରେ ଆଗେଇ ନେବା ପାଇଁ କୁହାଯାଇଛି।
ଆଉ ଏକ ପ୍ରସ୍ତାବରେ ପ୍ରତି ଓ୍ୱାର୍ଡରେ ବିଦ୍ୟୁତ୍ କାମ ଓ ଷ୍ଟ୍ରିଟ୍ ଲାଇଟ୍ ପାଇଁ 20 ଲକ୍ଷ ଟଙ୍କା ଲେଖାଏଁ ଅନୁଦାନ ପାଇଁ କର୍ପୋରେସନଙ୍କୁ ସୁପାରିଶ କରାଯାଇଛି।