କୁକୁରପେଟା ଗାଁରେ ଅଜଣା ରୋଗ ଆତଙ୍କ : ୨୦ ଦିନରେ ୧୦ ଜଣଙ୍କ ମୃତ୍ୟୁ ଅଭିଯୋଗ

ଛେଣ୍ଡିପଦା : ଅନୁଗୋଳ ଜିଲ୍ଲା କୁକୁରପେଟା ଗାଁରେ ଅଜଣା ରୋଗ ଆତଙ୍କ। କିଛି ଦିନ ଭିତରେ ଗାଁର ୧୦ ଜଣଙ୍କ ମୃତ୍ୟୁ ହୋଇଥିବାର ଅଭିଯୋଗ ହୋଇଛି। ଏହି ଗାଁରେ ପ୍ରାୟ ୩୦୦ ପରିବାର ରହନ୍ତି। କିଛି ଦିନ ହେଲା ଗାଁରେ ଅନେକ ଲୋକ ଅସୁସ୍ଥ ହୋଇପଡ଼ିଛନ୍ତି। ପ୍ରକୃତରେ କଣ ହୋଇଛି ତାହା ଜଣାପଡୁନି। ଗୋଟିଏ ପରିବାର ଦୁଇ ଜଣଙ୍କ ମୃତ୍ୟୁ ପରେ ଲୋକେ ଭୟଭୀତ ହୋଇ ପଡିଛନ୍ତି। ଚକ୍ରଧର ଦେହୁରୀ ଓ ଶଙ୍କର ଦେହୁରୀଙ୍କ ମୃତ୍ୟୁ ହୋଇଛି। […]

କୁକୁରପେଟା ଗାଁରେ ଅଜଣା ରୋଗ ଆତଙ୍କ : ୨୦ ଦିନରେ ୧୦ ଜଣଙ୍କ ମୃତ୍ୟୁ ଅଭିଯୋଗ
Panic of unknown disease in kukurpeta village

ଛେଣ୍ଡିପଦା : ଅନୁଗୋଳ ଜିଲ୍ଲା କୁକୁରପେଟା ଗାଁରେ ଅଜଣା ରୋଗ ଆତଙ୍କ। କିଛି ଦିନ ଭିତରେ ଗାଁର ୧୦ ଜଣଙ୍କ ମୃତ୍ୟୁ ହୋଇଥିବାର ଅଭିଯୋଗ ହୋଇଛି। ଏହି ଗାଁରେ ପ୍ରାୟ ୩୦୦ ପରିବାର ରହନ୍ତି। କିଛି ଦିନ ହେଲା ଗାଁରେ ଅନେକ ଲୋକ ଅସୁସ୍ଥ ହୋଇପଡ଼ିଛନ୍ତି। ପ୍ରକୃତରେ କଣ ହୋଇଛି ତାହା ଜଣାପଡୁନି। ଗୋଟିଏ ପରିବାର ଦୁଇ ଜଣଙ୍କ ମୃତ୍ୟୁ ପରେ ଲୋକେ ଭୟଭୀତ ହୋଇ ପଡିଛନ୍ତି।

ଚକ୍ରଧର ଦେହୁରୀ ଓ ଶଙ୍କର ଦେହୁରୀଙ୍କ ମୃତ୍ୟୁ ହୋଇଛି। ଶଙ୍କର ଦେହୁରୀ ପ୍ରଥମେ ଅସୁସ୍ଥ ଅନୁଭବ କରିବାରୁ ଡାକ୍ତରଖାନା ଯାଇଥିଲେ । ସେଠାରେ ଡାକ୍ତର ପରିସ୍ରା, କିଡନି ଓ ଗଳା ସଂକ୍ରମଣ ହୋଇଥିବା କହିଥିଲେକ୍ଷ କିନ୍ତୁ କିଛିଦିନ ପରେ ହଠାତ ଅକ୍ସିଜେନ ଲେବୁଲ ଖସି ଯାଇ ତାଙ୍କର ମୃତ୍ୟୁ ହୋଇଥିଲା । ତାର କିଛିଦିନ ପରେ ଅନୁରୂପ ଭାବେ ଶଙ୍କରଙ୍କ ଭାଇ ଚକ୍ରଧରଙ୍କର ମୃତ୍ୟୁ ହୋଇଥିଲା । ତାର କିଛି ଦିନ ପରେ ତାଙ୍କର ପଡୋଶୀ ଶ୍ରୀମତୀ ଦେହୁରୀ ଆକ୍ରାନ୍ତ ହୋଇଥିଲେ । ଏହା ଦେଖି ଗ୍ରାମରେ କୋକୁଆ ଭୟ ଦେଖା ଦେଇଛି । ତେବେ କେଉଁ କାରଣରୁ ବ୍ୟାପୁଛି ସେ ନେଇ କୌଣସି ଷ୍ପଷ୍ଟ ହୋଇ ନାହିଁ। ୨୦ ଦିନ ହେବ ଅଜଣା ରୋଗରେ ଗ୍ରାମବାସୀ ଭୟଭୀତ ରହିଥିଲେ ମଧ୍ୟ ଏନେଇ ପ୍ରଶାସନିକ ଅଧିକାରୀଙ୍କ ଦୃଷ୍ଟି ପଡିନି। ଗ୍ରାମବାସୀ ଗାଁର ଆରାଧ୍ୟ ଦେବୀଙ୍କ ପୂଜାପାଠ କରିଛନ୍ତି। ସଂକୀର୍ତନ, ହୋମ ଯଜ୍ଞ ଆଦି କରିବାକୁ ପ୍ରସ୍ତୁତି ଚଳାଇଛନ୍ତି।