POCO M7 5G ର ପ୍ରଥମ ସେଲ୍ ହେଲା ଲାଇଭ୍, ଡିସକାଉଣ୍ଟ ସହିତ ମିଳିବ ୧୪ GB RAM ଥିବା ସ୍ମାର୍ଟଫୋନ୍
ଯଦି ଆପଣ କମ୍ ମୂଲ୍ୟରେ ଏକ ନୂଆ ଏବଂ ଫିଚର ରିଚ୍ ସ୍ମାର୍ଟଫୋନ୍ ଖୋଜୁଛନ୍ତି ତେବେ POCO ର ନୂଆ ସ୍ମାର୍ଟଫୋନ୍ ଆପଣଙ୍କ ପାଇଁ ବେଷ୍ଟ ଅପ୍ସନ ହୋଇପାରେ । ସ୍ମାର୍ଟଫୋନ୍ ମେକର କମ୍ପାନୀ POCO ନିକଟରେ ଭାରତୀୟ ବଜାରରେ POCO M7 5G ଲଞ୍ଚ କରିଛି । ଏହା ଏକ ବଜେଟ୍ 5G ସ୍ମାର୍ଟଫୋନ୍ ଯାହାକୁ ଆପଣ ୧୦ ଟଙ୍କାରୁ କମ୍ ମୂଲ୍ୟରେ କିଣିପାରିବେ । ଏଥିରେ ଆପଣଙ୍କୁ ଏକ ବଡ଼ ଡିସପ୍ଲେ, ବଡ଼ ବ୍ୟାଟେରୀ […] The post POCO M7 5G ର ପ୍ରଥମ ସେଲ୍ ହେଲା ଲାଇଭ୍, ଡିସକାଉଣ୍ଟ ସହିତ ମିଳିବ ୧୪ GB RAM ଥିବା ସ୍ମାର୍ଟଫୋନ୍ appeared first on KNews Odisha.

ଯଦି ଆପଣ କମ୍ ମୂଲ୍ୟରେ ଏକ ନୂଆ ଏବଂ ଫିଚର ରିଚ୍ ସ୍ମାର୍ଟଫୋନ୍ ଖୋଜୁଛନ୍ତି ତେବେ POCO ର ନୂଆ ସ୍ମାର୍ଟଫୋନ୍ ଆପଣଙ୍କ ପାଇଁ ବେଷ୍ଟ ଅପ୍ସନ ହୋଇପାରେ । ସ୍ମାର୍ଟଫୋନ୍ ମେକର କମ୍ପାନୀ POCO ନିକଟରେ ଭାରତୀୟ ବଜାରରେ POCO M7 5G ଲଞ୍ଚ କରିଛି । ଏହା ଏକ ବଜେଟ୍ 5G ସ୍ମାର୍ଟଫୋନ୍ ଯାହାକୁ ଆପଣ ୧୦ ଟଙ୍କାରୁ କମ୍ ମୂଲ୍ୟରେ କିଣିପାରିବେ । ଏଥିରେ ଆପଣଙ୍କୁ ଏକ ବଡ଼ ଡିସପ୍ଲେ, ବଡ଼ ବ୍ୟାଟେରୀ ଏବଂ ମଲ୍ଟିଟାସ୍କିଂ ପାଇଁ ଏକ ପାୱାରଫୁଲ୍ ପ୍ରୋସେସର ଦିଆଯାଇଛି । ଯଦି ଆପଣ ଏହାକୁ କିଣିବାକୁ ପ୍ଲାନ୍ କରୁଛନ୍ତି, ତେବେ ଆପଣଙ୍କୁ କହିବୁ ଯେ POCO M7 5G ର ସେଲ୍ ଗତ କାଲି ଠାରୁ ଆରମ୍ଭ ହୋଇଛି ।
ଏଥି ସହ ଆପଣଙ୍କୁ କହିବୁ ଯେ POCO M7 5G ଏହି ସପ୍ତାହରେ POCO ଦ୍ବାରା ଲଞ୍ଚ କରାଯାଇଥିଲା । ହେଲେ ବର୍ତ୍ତମାନ କମ୍ପାନୀ ପ୍ରଶଂସକଙ୍କ ପାଇଁ ଏହି ଶସ୍ତା 5G ସ୍ମାର୍ଟଫୋନକୁ ସେଲ୍ ପାଇଁ ଉପଲବ୍ଧ କରାଇଛି । ଏହାର ସେଲ୍- ଇ-କମର୍ସ ୱେବସାଇଟ୍ ଫ୍ଲିପକାର୍ଟରେ ଆରମ୍ଭ ହୋଇଛି । ପ୍ରଥମ ସେଲ୍ ଅଫରରେ ଆପଣ ଏହି ସ୍ମାର୍ଟଫୋନୁ ଶସ୍ତା ମୂଲ୍ୟରେ କିଣିପାରିବେ । ତେବେ ଆସନ୍ତୁ ଜାଣିବା ଏହି ଫୋନର ଡିଟେଲ୍ସ ।
POCO M7 5G ର ପ୍ରାଇସ୍ :
ଆପଣଙ୍କୁ କହିବୁ ଯେ POCO ଦୁଇଟି ଦୁଇଟି ଭ୍ୟାରିଆଣ୍ଟରେ POCO M7 5G କୁ ଲଞ୍ଚ କରିଛି । ପ୍ରଥମ ଭ୍ୟାରିଆଣ୍ଟରେ ୬ GB RAM ଏବଂ ୧୨୮GB ଷ୍ଟୋରେଜ୍ ଥିବା ବେଳେ ଦ୍ବିତୀୟ ଭ୍ୟାରିଆଣ୍ଟରେ ୮GB RAM ଏବଂ ୧୨୮GB ଷ୍ଟୋରେଜ୍ ରହିଛି । ୬ GB RAM ଥିବା ମଡେଲର ମୂଲ୍ୟ ୧୨,୯୯୯ ଟଙ୍କା କିନ୍ତୁ ସେଲନ ଅଫରରେ ଆପଣ ଏହାକୁ ୨୩% ଡିସକାଉଣ୍ଟ ସହିତ ମାତ୍ର ୯,୯୯୯ ଟଙ୍କରେ କିଣିପାରିବେ । ଏହା ବ୍ୟତୀତ ୮GB ଭ୍ୟାରିଆଣ୍ଟର ମୂଲ୍ୟ ୧୩,୯୯୯ ଟଙ୍କା କିନ୍ତୁ ଆପଣ ଏହାକୁ ୨୧% ଡିସକାଉଣ୍ଟ ଅଫର ସହିତ ମାତ୍ର ୧୦,୯୯୯ ଟଙ୍କାରେ କିଣିପାରିବେ । କମ୍ପାନୀ ଏହି ସ୍ମାର୍ଟଫୋନକୁ ବ୍ଲାକ୍, ବ୍ଲୁ ଏବଂ ଗ୍ରୀନ୍ କଲର ଅପ୍ସନ ସହିତ ଲଞ୍ଚ କରିଛି ।
POCO M7 5G ର ସ୍ପେସିଫିକେସନ୍ :
ବଜେଟ୍ ସେଗମେଣ୍ଟ ୟୁଜର୍ସଙ୍କ ଆଖିଆଗରେ ରଖି କମ୍ପାନୀ POCO M7 5G ରେ ପାଓ୍ବାରଫୁଲ୍ ଫିଚର୍ସ ପ୍ରଦାନ କରିଛି । ଏଥିରେ ୬.୮୭ ଇଞ୍ଚର FullHD Plus ଡିସପ୍ଲେ ଦିଆଯାଇଛି । ଡିସପ୍ଲେ ପ୍ୟାନେଲରେ ୧୨୦ Hz ର ରିଫ୍ରେସ୍ ରେଟ୍ ମିଳିବ । ସହିଭଳି ଏଥିରେ ୬୦୦ ନିଟ୍ସ ପର୍ଯ୍ୟନ୍ତ ପିକ୍ ବ୍ରାଇଟନେସ୍ ଦିଆଯାଇଛି । ଫଟୋଗ୍ରାଫି ପାଇଁ ଏହି ସ୍ମାର୍ଟଫୋନରେ ୫୦ MP ର ପ୍ରାଇମେରୀ କ୍ୟାମେରା ଦିଆଯାଇଛି । ସେଲଫି ଏବଂ ଭିଡିଓ କଲିଂ ପାଇଁ ଏଥିରେ ୮ ମେଗାପିକ୍ସେଲର କ୍ୟାମେରା ଦିଆଯାଇଛି ।
ଏଥି ସହ POCO M7 5G ରେ ଆପଣଙ୍କୁ ୬ GB ଏବଂ ୮ GB RAM ର ଦୁଇଟି ଅପ୍ସନ ପାଇବେ । ଉଭୟ ଭ୍ୟାରିଆଣ୍ଟରେ ଆପଣ ୧୨୮ GB ପର୍ଯ୍ୟନ୍ତ ଷ୍ଟୋରେଜ୍ ପାଇବେ । ଏହି ସ୍ମାର୍ଟଫୋନ୍ ୬ GB ଭର୍ଚ୍ଚୁଆଲ୍ RAM କୁ ସପୋର୍ଟ କରିଥାଏ । ପରଫରମାନ୍ସ ପାଇଁ କମ୍ପାନୀ ଏଥିରେ Snapdragon 4 Gen 2 ଚିପସେଟ୍ ଦିଆଯାଇଛି । କମ୍ପାନୀ ଏହି ସ୍ମାର୍ଟଫୋନକୁ ପାୱାର ଦେବା ପାଇଁ ୫୧୬୦ mAh ର ବଡ଼ ବ୍ୟାଟେରୀ ଦିଆଯାଇଛି । ଫାଷ୍ଟ ଚାର୍ଜିଂ ପାଇଁ ଏଥିରେ ୧୮ W ର ଫାଷ୍ଟ ଚାର୍ଜିଂ ଦିଆଯାଇଛି । ଏଥି ସହ ଏହି ସ୍ମାର୍ଟଫୋନରେ ଚାର୍ଜ କରିବା ପାଇଁ USB TypeC ଚାର୍ଜିଂ ପୋର୍ଟ ଦିଆଯାଇଛି ।
The post POCO M7 5G ର ପ୍ରଥମ ସେଲ୍ ହେଲା ଲାଇଭ୍, ଡିସକାଉଣ୍ଟ ସହିତ ମିଳିବ ୧୪ GB RAM ଥିବା ସ୍ମାର୍ଟଫୋନ୍ appeared first on KNews Odisha.