କୁଖ୍ୟାତ ମାଓବାଦୀ ମୁକେଶ କୋରସାର ଆତ୍ମସମର୍ପଣ, ମୁଣ୍ଡ ଉପରେ ଥିଲା ୨ ଲକ୍ଷ ଟଙ୍କାର ପୁରସ୍କାର ରାଶି
ମାଲକାନଗିରି ୨୧।୮: ମାଲକାନଗିରି ପୋଲିସକୁ ମିଳିଲା ବଡ ସଫଳତା । ମାଲକାନଗିରି ଏସ୍ପି ନିତେଶ ୱାଦୱାନି ଓ ଦକ୍ଷିଣ ପଶ୍ଚିମାଞ୍ଚଳ ଡିଆଇଜି ଚରଣ ସିଂ ମୀନାଙ୍କ ନିକଟରେ ଆତ୍ମସମର୍ପଣ କରିଛନ୍ତି ଛତିଶଗଡ ସୁକୁମା ଜିଲ୍ଲାର କୁଖ୍ୟାତ ମାଓବାଦୀ ମୁକେଶ କୋରସା ଓରଫ ସୁର୍ୟମ୍ । ଛତିଶଗଡର ଟପ୍ ମାଓନେତା ହିଡମାର ସହଯୋଗୀ ଥିଲେ ମୁକେଶ । ଦଣ୍ଡକାରଣ୍ଯ ସ୍ପେଶାଲ ଜୋନାଲ କମିଟିର ତୃତୀୟ କମ୍ପାନୀ ପାମେଡ ଏରିଆ କମିଟି ମେମ୍ବର ଥିଲେ ମୁକେଶ । ମୁକେଶ କୋରସାଙ୍କ ନିଜ ଘର ସୁକୁମା ଜିଲ୍ଲାର ଜାଗରକୋଣ୍ଡା ଥାନା ଅନ୍ତର୍ଗତ ସିଲଗଡ ବୋଲି ଜଣାପଡିଛି । ମାଲକାନଗିରି ସହ ଛତିଶଗଡର ଅନେକ ହିଂସାକାଣ୍ଡରେ ଜଡିତ ଥିବା ମୁକେଶଙ୍କ ମୁଣ୍ଡ ଉପରେ ପୂର୍ବରୁ ଛତିଶଗଡ ସରକାର ୨ ଲକ୍ଷ ଟଙ୍କାର ପୁରସ୍କାର ରାଶି ଘୋଷଣା କରିଥିବା ବେଳେ ନିକଟରେ ଓଡିଶା ସରକାର ମଧ୍ୟ ୨ ଲକ୍ଷ ଟଙ୍କାର ପୁରସ୍କାର ରାଶି ଘୋଷଣା କରିଥିଲେ ସରକାର । ତେବେ ଆତ୍ମସମର୍ପଣ କରିବା ପରେ ଓଡିଶା ସରକାରଙ୍କ ନିୟମ ଅନୁସାରେ ତାଙ୍କୁ ଥଇଥାନ କରାଯିବ ବୋଲି ଦକ୍ଷିଣ ପଶ୍ଚିମାଞ୍ଚଳ ଡିଆଇଜି ଚରଣ ସିଂ ମୀନା କହିଛନ୍ତି ।You Can Read:ସେପ୍ଟେମ୍ବର ସୁଦ୍ଧା ପ୍ରତ୍ୟେକ ଘରେ ପହଞ୍ଚିବ ବିଜୁଳି : ଶକ୍ତି ମନ୍ତ୍ରୀ
ମାଲକାନଗିରି ୨୧।୮: ମାଲକାନଗିରି ପୋଲିସକୁ ମିଳିଲା ବଡ ସଫଳତା । ମାଲକାନଗିରି ଏସ୍ପି ନିତେଶ ୱାଦୱାନି ଓ ଦକ୍ଷିଣ ପଶ୍ଚିମାଞ୍ଚଳ ଡିଆଇଜି ଚରଣ ସିଂ ମୀନାଙ୍କ ନିକଟରେ ଆତ୍ମସମର୍ପଣ କରିଛନ୍ତି ଛତିଶଗଡ ସୁକୁମା ଜିଲ୍ଲାର କୁଖ୍ୟାତ ମାଓବାଦୀ ମୁକେଶ କୋରସା ଓରଫ ସୁର୍ୟମ୍ । ଛତିଶଗଡର ଟପ୍ ମାଓନେତା ହିଡମାର ସହଯୋଗୀ ଥିଲେ ମୁକେଶ । ଦଣ୍ଡକାରଣ୍ଯ ସ୍ପେଶାଲ ଜୋନାଲ କମିଟିର ତୃତୀୟ କମ୍ପାନୀ ପାମେଡ ଏରିଆ କମିଟି ମେମ୍ବର ଥିଲେ ମୁକେଶ । ମୁକେଶ କୋରସାଙ୍କ ନିଜ ଘର ସୁକୁମା ଜିଲ୍ଲାର ଜାଗରକୋଣ୍ଡା ଥାନା ଅନ୍ତର୍ଗତ ସିଲଗଡ ବୋଲି ଜଣାପଡିଛି । ମାଲକାନଗିରି ସହ ଛତିଶଗଡର ଅନେକ ହିଂସାକାଣ୍ଡରେ ଜଡିତ ଥିବା ମୁକେଶଙ୍କ ମୁଣ୍ଡ ଉପରେ ପୂର୍ବରୁ ଛତିଶଗଡ ସରକାର ୨ ଲକ୍ଷ ଟଙ୍କାର ପୁରସ୍କାର ରାଶି ଘୋଷଣା କରିଥିବା ବେଳେ ନିକଟରେ ଓଡିଶା ସରକାର ମଧ୍ୟ ୨ ଲକ୍ଷ ଟଙ୍କାର ପୁରସ୍କାର ରାଶି ଘୋଷଣା କରିଥିଲେ ସରକାର । ତେବେ ଆତ୍ମସମର୍ପଣ କରିବା ପରେ ଓଡିଶା ସରକାରଙ୍କ ନିୟମ ଅନୁସାରେ ତାଙ୍କୁ ଥଇଥାନ କରାଯିବ ବୋଲି ଦକ୍ଷିଣ ପଶ୍ଚିମାଞ୍ଚଳ ଡିଆଇଜି ଚରଣ ସିଂ ମୀନା କହିଛନ୍ତି ।
You Can Read:
ସେପ୍ଟେମ୍ବର ସୁଦ୍ଧା ପ୍ରତ୍ୟେକ ଘରେ ପହଞ୍ଚିବ ବିଜୁଳି : ଶକ୍ତି ମନ୍ତ୍ରୀ