ନାଇଜର ନଦୀରେ ଦୁର୍ଘଟଣା; ଡଙ୍ଗା ଓଲଟି ୨୭ ମୃତ, ଶହେରୁ ଅଧିକ ନିଖୋଜ
ନୂଆଦିଲ୍ଲୀ: ନାଇଜେରିଆରେ ବଡ଼ ଧରଣର ଦୁର୍ଘଟଣା । ନାଇଜର ନଦୀରେ ଓଲଟିଲା ଡଙ୍ଗା । ଏହି ଦୁର୍ଘଟଣାରେ ପ୍ରାୟ ୨୭ଜଣଙ୍କ ମୃତ୍ୟୁ ହୋଇଛି । ସେହିପରି ଶହେରୁ ଅଧିକ ଲୋକ ନିଖୋଜ ରହିଛନ୍ତି । ସେମାନଙ୍କ ମଧ୍ୟରେ ମହିଳାଙ୍କ ସଂଖ୍ୟା ଅଧିକ ରହିଛି । ବୋଟ୍ କୋଗି ରାଜ୍ୟରୁ ନାଇଜର ରାଜ୍ୟକୁ ଯାଉଥିବା ବେଳେ ଅଥଳ ଜଳରାଶିରେ ଭାରସାମ୍ୟ ହରାଇ ଓଲଟି ପଡ଼ିଥିଲା ।ସୂଚନା ଅନୁଯାୟୀ, ଉକ୍ତ ଡଙ୍ଗାରେ ୨ଶହ ଯାତ୍ରୀ ଯାତ୍ରା କରୁଥିଲେ । ଶୁକ୍ରବାର ନାଇଜର ନଦୀରେ ଡଙ୍ଗା ଦୁର୍ଘଟଣାଗ୍ରସ୍ତ ହେବା ପରେ ତୁରନ୍ତ ସେଠାରେ ରାପିଡ୍ ରେସ୍ପନ୍ସ ଟିମ୍ ପହଞ୍ଚିଥିଲେ । ସଂଧ୍ୟା ସୁଦ୍ଧା ରେସକ୍ୟୁ ଟିମ୍ ୨୭ ମୃତଦେହ ଉଦ୍ଧାର କରିଛନ୍ତି । ଶହେରୁ ଅଧିକ ଲୋକ ନିଖୋଜ ରହିଛନ୍ତି । କୋଗି ରାଜ୍ୟର ବିପର୍ଯ୍ୟୟ ପ୍ରଶମନ ମୁଖପାତ୍ର ସ୍ୟାଣ୍ଡା ମୁସା କହିଛନ୍ତି, ସ୍ଥାନୀୟ ରେସକ୍ୟୁ ଟିମ୍ ଉଦ୍ଧାର କାର୍ଯ୍ୟ ଜାରି ରଖିଛି । ପ୍ରାୟ ୧୨ ଘଣ୍ଟାରେ କୌଣସି ଜୀବିତ ବ୍ୟକ୍ତି ମିଳିନାହାନ୍ତି । ଜଣେ ସ୍ଥାନୀୟ ପ୍ରଶାସନିକ ଅଧିକାରୀ କହିଛନ୍ତି, ଡଙ୍ଗାର କ୍ଷମତା ଠାରୁ ଅଧିକ ଲୋକ ଯାତ୍ରା କରୁଥିଲା । ତେଣୁ ଭାରସାମ୍ୟ ହରାଇ ଡଙ୍ଗାଟି ଓଲଟି ପଡ଼ିଛି । ନାଇଜେରିଆରେ ଅପହଞ୍ଚ ଇଲାକାରେ ରାସ୍ତାଘାଟର ସୁବିଧା ନଥିବାରୁ ଅଧିକାଂଶ ଲୋକ ଜଳପଥକୁ ବ୍ୟବହାର କରନ୍ତି । ଫଳରେ ଅଧିକାଂଶ ସମୟରେ ଏଭଳି ଦୁର୍ଘଟଣା ଘଟୁଛି ।
ନୂଆଦିଲ୍ଲୀ: ନାଇଜେରିଆରେ ବଡ଼ ଧରଣର ଦୁର୍ଘଟଣା । ନାଇଜର ନଦୀରେ ଓଲଟିଲା ଡଙ୍ଗା । ଏହି ଦୁର୍ଘଟଣାରେ ପ୍ରାୟ ୨୭ଜଣଙ୍କ ମୃତ୍ୟୁ ହୋଇଛି । ସେହିପରି ଶହେରୁ ଅଧିକ ଲୋକ ନିଖୋଜ ରହିଛନ୍ତି । ସେମାନଙ୍କ ମଧ୍ୟରେ ମହିଳାଙ୍କ ସଂଖ୍ୟା ଅଧିକ ରହିଛି । ବୋଟ୍ କୋଗି ରାଜ୍ୟରୁ ନାଇଜର ରାଜ୍ୟକୁ ଯାଉଥିବା ବେଳେ ଅଥଳ ଜଳରାଶିରେ ଭାରସାମ୍ୟ ହରାଇ ଓଲଟି ପଡ଼ିଥିଲା ।
ସୂଚନା ଅନୁଯାୟୀ, ଉକ୍ତ ଡଙ୍ଗାରେ ୨ଶହ ଯାତ୍ରୀ ଯାତ୍ରା କରୁଥିଲେ । ଶୁକ୍ରବାର ନାଇଜର ନଦୀରେ ଡଙ୍ଗା ଦୁର୍ଘଟଣାଗ୍ରସ୍ତ ହେବା ପରେ ତୁରନ୍ତ ସେଠାରେ ରାପିଡ୍ ରେସ୍ପନ୍ସ ଟିମ୍ ପହଞ୍ଚିଥିଲେ । ସଂଧ୍ୟା ସୁଦ୍ଧା ରେସକ୍ୟୁ ଟିମ୍ ୨୭ ମୃତଦେହ ଉଦ୍ଧାର କରିଛନ୍ତି । ଶହେରୁ ଅଧିକ ଲୋକ ନିଖୋଜ ରହିଛନ୍ତି । କୋଗି ରାଜ୍ୟର ବିପର୍ଯ୍ୟୟ ପ୍ରଶମନ ମୁଖପାତ୍ର ସ୍ୟାଣ୍ଡା ମୁସା କହିଛନ୍ତି, ସ୍ଥାନୀୟ ରେସକ୍ୟୁ ଟିମ୍ ଉଦ୍ଧାର କାର୍ଯ୍ୟ ଜାରି ରଖିଛି । ପ୍ରାୟ ୧୨ ଘଣ୍ଟାରେ କୌଣସି ଜୀବିତ ବ୍ୟକ୍ତି ମିଳିନାହାନ୍ତି ।
ଜଣେ ସ୍ଥାନୀୟ ପ୍ରଶାସନିକ ଅଧିକାରୀ କହିଛନ୍ତି, ଡଙ୍ଗାର କ୍ଷମତା ଠାରୁ ଅଧିକ ଲୋକ ଯାତ୍ରା କରୁଥିଲା । ତେଣୁ ଭାରସାମ୍ୟ ହରାଇ ଡଙ୍ଗାଟି ଓଲଟି ପଡ଼ିଛି । ନାଇଜେରିଆରେ ଅପହଞ୍ଚ ଇଲାକାରେ ରାସ୍ତାଘାଟର ସୁବିଧା ନଥିବାରୁ ଅଧିକାଂଶ ଲୋକ ଜଳପଥକୁ ବ୍ୟବହାର କରନ୍ତି । ଫଳରେ ଅଧିକାଂଶ ସମୟରେ ଏଭଳି ଦୁର୍ଘଟଣା ଘଟୁଛି ।