କୁଚବିହାର ଗସ୍ତ ନ କରିବାକୁ ବେଙ୍ଗଲ ରାଜ୍ୟପାଳଙ୍କୁ ECIଙ୍କ ପରାମର୍ଶ, ଜାଣନ୍ତୁ କହିଛନ୍ତି କ’ଣ?

କୋଲକାତା ୧୭।୪: ନିର୍ବାଚନ କମିଶନ ବୁଧବାର ପଶ୍ଚିମବଙ୍ଗ ରାଜ୍ୟପାଳ ସି.ଭି. ଆନନ୍ଦ ବୋଷଙ୍କୁ ତାଙ୍କ ୧୯ ଏପ୍ରିଲ ଉତ୍ତର ପଶ୍ଚିମବଙ୍ଗର କୁଚବିହାର ଲୋକସଭା କ୍ଷେତ୍ର ଗସ୍ତ ବାତିଲ କରିବାକୁ ପରାମର୍ଶ ଦେଇଛନ୍ତି। ଉଲ୍ଲେଖଯୋଗ୍ୟ ଯେ ସେହିଦିନ ଏହି କ୍ଷେତ୍ରରେ ପ୍ରଥମ ପର୍ଯ୍ୟାୟ ମତଦାନ ହେବ। କୁଚବିହାର ବ୍ୟତୀତ ଉତ୍ତର ପଶ୍ଚିମବଙ୍ଗର ଦୁଇ ଅନ୍ୟ ନିର୍ବାଚନମଣ୍ଡଳି ଅଲିପୁର ଦ୍ୱାର ଓ ଜଲପାଇଗୁଡିରେ ମଧ୍ୟ ସେହିଦିନ ଭୋଟ ପଡିବ। ସୁତ୍ର ଅନୁସାରେ ନିର୍ବାଚନ ଆୟୋଗଙ୍କ ପକ୍ଷରୁ ରାଜଭବନକୁ ପଠାଯାଇଥିବା ଇ-ମେଲରେ କୁହାଯାଇଛି ଯେ ଯଦି ନିର୍ବାଚନ ଦିନ ରାଜ୍ୟପାଳ ଭୋଟିଂ ହେଉଥିବା କ୍ଷେତ୍ରରେ ଉପସ୍ଥିତ ରହିବେ ଏହା ନିର୍ବାଚନ ଆଚରଣ ବିଧିର ଉଲ୍ଲଂଘନ ହେବ। କାରଣ ସେହି କ୍ଷେତ୍ରରେ ନିର୍ବାଚନ ପ୍ରଚାର ବୁଧବାର ସନ୍ଧ୍ୟାରୁ ସମାପ୍ତ ହୋଇସାରିଛି। ଏବେ ଭୋଟ ଗ୍ରହଣ ପୂର୍ବରୁ ୪୮ ଘଣ୍ଟିଆ ନିରବ ଅବଧି ଚାଲିଛି। ଏଣୁ ସମ୍ପୃକ୍ତ କ୍ଷେତ୍ରକୁ ଭୋଟରଙ୍କ ବ୍ୟତୀତ ଅନ୍ୟ କେହି ଯାଇ ପାରିବେ ନାହିଁ। ଏଥିରେ ସମ୍ପୃକ୍ତ କ୍ଷେତ୍ରକୁ ଯଦି ରାଜ୍ୟପାଳ ବି ଯାଆନ୍ତି ନିର୍ବାଚନ ଆଚରଣ ବିଧିର ଉଲ୍ଲଂଘନ ହେବ। ସୂତ୍ର ଅନୁସାରେ ନିର୍ବାଚନ ଆୟୋଗଙ୍କୁ ରାଜ୍ୟପାଳଙ୍କ ପ୍ରସ୍ତାବିତ ୧୮ ଓ ୧୯ ଏପ୍ରିଲ   କୁଚବିହାର ଗସ୍ତ ସମ୍ପର୍କରେ ଜଣାପଡିବାରୁ ଇ-ମେଲ ମାଧ୍ୟମରେ ସେଠାକୁ ନ ଯିବା ପାଇଁ ପରାମର୍ଶ ଦେଇଛନ୍ତି। ଆଦର୍ଶ ନିର୍ବାଚନ ଆଚରଣ ବିଧି ଅନୁସାରେ ସେଠାକୁ ରାଜ୍ୟପାଳ

କୁଚବିହାର ଗସ୍ତ ନ କରିବାକୁ ବେଙ୍ଗଲ ରାଜ୍ୟପାଳଙ୍କୁ ECIଙ୍କ ପରାମର୍ଶ, ଜାଣନ୍ତୁ  କହିଛନ୍ତି କ’ଣ?

କୋଲକାତା ୧୭।୪: ନିର୍ବାଚନ କମିଶନ ବୁଧବାର ପଶ୍ଚିମବଙ୍ଗ ରାଜ୍ୟପାଳ ସି.ଭି. ଆନନ୍ଦ ବୋଷଙ୍କୁ ତାଙ୍କ ୧୯ ଏପ୍ରିଲ ଉତ୍ତର ପଶ୍ଚିମବଙ୍ଗର କୁଚବିହାର ଲୋକସଭା କ୍ଷେତ୍ର ଗସ୍ତ ବାତିଲ କରିବାକୁ ପରାମର୍ଶ ଦେଇଛନ୍ତି। ଉଲ୍ଲେଖଯୋଗ୍ୟ ଯେ ସେହିଦିନ ଏହି କ୍ଷେତ୍ରରେ ପ୍ରଥମ ପର୍ଯ୍ୟାୟ ମତଦାନ ହେବ। କୁଚବିହାର ବ୍ୟତୀତ ଉତ୍ତର ପଶ୍ଚିମବଙ୍ଗର ଦୁଇ ଅନ୍ୟ ନିର୍ବାଚନମଣ୍ଡଳି ଅଲିପୁର ଦ୍ୱାର ଓ ଜଲପାଇଗୁଡିରେ ମଧ୍ୟ ସେହିଦିନ ଭୋଟ ପଡିବ। 

ସୁତ୍ର ଅନୁସାରେ ନିର୍ବାଚନ ଆୟୋଗଙ୍କ ପକ୍ଷରୁ ରାଜଭବନକୁ ପଠାଯାଇଥିବା ଇ-ମେଲରେ କୁହାଯାଇଛି ଯେ ଯଦି ନିର୍ବାଚନ ଦିନ ରାଜ୍ୟପାଳ ଭୋଟିଂ ହେଉଥିବା କ୍ଷେତ୍ରରେ ଉପସ୍ଥିତ ରହିବେ ଏହା ନିର୍ବାଚନ ଆଚରଣ ବିଧିର ଉଲ୍ଲଂଘନ ହେବ। କାରଣ ସେହି କ୍ଷେତ୍ରରେ ନିର୍ବାଚନ ପ୍ରଚାର ବୁଧବାର ସନ୍ଧ୍ୟାରୁ ସମାପ୍ତ ହୋଇସାରିଛି। ଏବେ ଭୋଟ ଗ୍ରହଣ ପୂର୍ବରୁ ୪୮ ଘଣ୍ଟିଆ ନିରବ ଅବଧି ଚାଲିଛି। ଏଣୁ ସମ୍ପୃକ୍ତ କ୍ଷେତ୍ରକୁ ଭୋଟରଙ୍କ ବ୍ୟତୀତ ଅନ୍ୟ କେହି ଯାଇ ପାରିବେ ନାହିଁ। ଏଥିରେ ସମ୍ପୃକ୍ତ କ୍ଷେତ୍ରକୁ ଯଦି ରାଜ୍ୟପାଳ ବି ଯାଆନ୍ତି ନିର୍ବାଚନ ଆଚରଣ ବିଧିର ଉଲ୍ଲଂଘନ ହେବ। 

ସୂତ୍ର ଅନୁସାରେ ନିର୍ବାଚନ ଆୟୋଗଙ୍କୁ ରାଜ୍ୟପାଳଙ୍କ ପ୍ରସ୍ତାବିତ ୧୮ ଓ ୧୯ ଏପ୍ରିଲ   କୁଚବିହାର ଗସ୍ତ ସମ୍ପର୍କରେ ଜଣାପଡିବାରୁ ଇ-ମେଲ ମାଧ୍ୟମରେ ସେଠାକୁ ନ ଯିବା ପାଇଁ ପରାମର୍ଶ ଦେଇଛନ୍ତି। ଆଦର୍ଶ ନିର୍ବାଚନ ଆଚରଣ ବିଧି ଅନୁସାରେ ସେଠାକୁ ରାଜ୍ୟପାଳ ଯାଇ ପାରିବେନି। ଆୟୋଗ ଏହା ମଧ୍ୟ କହିଛନ୍ତି ଯେ ୧୮ ଓ ୧୯ ଏପ୍ରିଲରେ ସମଗ୍ର ଜିଲ୍ଲା ପ୍ରଶାସନ ଓ ପୋଲିସ ଫୋର୍ସ ନିର୍ବାଚନ ପ୍ରବନ୍ଧନରେ ବ୍ୟସ୍ତ ରହିବେ। ଏଥିରେ ରାଜ୍ୟପାଳଙ୍କ ଗସ୍ତ ତାଙ୍କ ଲାଗି ସମୟବଦ୍ଧ ନିର୍ବାଚନ ସମ୍ପର୍କିତ କାର୍ଯ୍ୟରୁ ଧ୍ୟାନ ହଟାଇବା ଭଳି ହେବ।