କୁଜିବରଠାରେ ବିଏମ୍ଏସ୍ର ମେଗା ହାଉସିଂ ପ୍ରକଳ୍ପ
ଭୁବନେଶ୍ୱର,୬।୨: ରାଜ୍ୟ ପ୍ରମୁଖ ଘରୋଇ ସଂସ୍ଥା ବିଏମ୍ଏସ୍ ଜଏଣ୍ଟ ଭେଞ୍ଚର୍ସର ମେଗା ହାଉସିଂ ପ୍ରକଳ୍ପ କଟକର ଚୌଦ୍ୱାରସ୍ଥିତ କୁଜିବରଠାରେ ଉଦ୍ଘାଟିତ ହୋଇଯାଇଛି ା ଏହି ଅବସରରେ ବିଶିଷ୍ଟ ସାମାଜିକ କର୍ମୀ ନିରଞ୍ଜନ ବେହେରା ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଏହାର ଉଦଘାଟନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ବିଏମ୍ଏସ୍ ଜଏଣ୍ଟ ଭେଞ୍ଚର୍ସର ପରିଚାଳନା ନିର୍ଦ୍ଦେଶକ ବ୍ରଜବନ୍ଧୁ ଶତପଥୀ, ପ୍ରସନ୍ନ କୁମାର ପରିଡା ଏବଂ ନିରାକାର ବେହେରାଙ୍କ ସମେତ ଏସ୍.କେ ମହାନ୍ତି, ପି. ସାହୁ ଓ ଆର୍. ମଲ୍ଲିକ […] The post କୁଜିବରଠାରେ ବିଏମ୍ଏସ୍ର ମେଗା ହାଉସିଂ ପ୍ରକଳ୍ପ appeared first on Dharitri Odia News.
ଭୁବନେଶ୍ୱର,୬।୨: ରାଜ୍ୟ ପ୍ରମୁଖ ଘରୋଇ ସଂସ୍ଥା ବିଏମ୍ଏସ୍ ଜଏଣ୍ଟ ଭେଞ୍ଚର୍ସର ମେଗା ହାଉସିଂ ପ୍ରକଳ୍ପ କଟକର ଚୌଦ୍ୱାରସ୍ଥିତ କୁଜିବରଠାରେ ଉଦ୍ଘାଟିତ ହୋଇଯାଇଛି ା ଏହି ଅବସରରେ ବିଶିଷ୍ଟ ସାମାଜିକ କର୍ମୀ ନିରଞ୍ଜନ ବେହେରା ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଏହାର ଉଦଘାଟନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ବିଏମ୍ଏସ୍ ଜଏଣ୍ଟ ଭେଞ୍ଚର୍ସର ପରିଚାଳନା ନିର୍ଦ୍ଦେଶକ ବ୍ରଜବନ୍ଧୁ ଶତପଥୀ, ପ୍ରସନ୍ନ କୁମାର ପରିଡା ଏବଂ ନିରାକାର ବେହେରାଙ୍କ ସମେତ ଏସ୍.କେ ମହାନ୍ତି, ପି. ସାହୁ ଓ ଆର୍. ମଲ୍ଲିକ ଓ ଅନ୍ୟମାନେ ଉପସ୍ଥିତ ଥିଲେ।
ଏହି ପରିପ୍ରେକ୍ଷୀରେ ଉଦଘାଟନୀ ଅଫର ସହ ଜାଗାର କ୍ରୟ ମୂଲ୍ୟ ଉପରେ ବିଶେଷ ରିହାତି ଓ ଅଫର ମଧ୍ୟ ଉପଲବ୍ଧ ରହିଛି ବୋଲି ବିଏମ୍ଏସ୍ ଜଏଣ୍ଟ ଭେଞ୍ଚର୍ସର ପରିଚାଳନା ନିର୍ଦ୍ଦେଶକମାନେ ବିସ୍ତୃତ ସୂଚନା ଦେଇଥିଲେ।
ଅପରପକ୍ଷରେ ଉକ୍ତ ପ୍ରକଳ୍ପ ସମସ୍ତଙ୍କ ସ୍ବପ୍ନ ଓ ଆକାଂକ୍ଷାକୁ ବାସ୍ତବତାର ରୂପ ଦେଇପାରିବ ବୋଲି ଆଶା କରାଯାଉଥିବାବେଳେ ଆଶାୟୀ ଗ୍ରାହକମାନେ ତୁରନ୍ତ ଉକ୍ତ ପ୍ରକଳ୍ପ ପରିଦର୍ଶନ କରି ତା’ର ଲାଭ ଉଠାଇବାକୁ ସଂସ୍ଥା ପକ୍ଷରୁ କୁହାଯାଇଛି। ଉଦଘାଟନୀ କାର୍ଯ୍ୟକ୍ରମକୁ ବିକ୍ରମ କୁମାର, ସଞ୍ଜୟ କୁମାର ପରିଚାଳନା କରିଥିବାବେଳେ ଏସ୍. ଦାସ ଧନ୍ୟବାଦ ଅର୍ପଣ କରିଥିଲେ।
The post କୁଜିବରଠାରେ ବିଏମ୍ଏସ୍ର ମେଗା ହାଉସିଂ ପ୍ରକଳ୍ପ appeared first on Dharitri Odia News.