କୁଟ୍ଟେଙ୍କୁ ନିଲମ୍ବନ, ଆଶିଷଙ୍କ ସ୍ବାସ୍ଥ୍ୟ ପରୀକ୍ଷା ନିର୍ଦ୍ଦେଶ ସ୍ବାଗତଯୋଗ୍ୟ: ଭାଜପା

ଭୁବନେଶ୍ୱର, ୨୯ା୫(ସୁନିତ୍‌ ମିଶ୍ର):ନିର୍ବାଚନ କମିଶନ(ଇସି)ଙ୍କ ଦ୍ୱାରା ମଙ୍ଗଳବାର ପ୍ରକାଶ ପାଇଥିବା ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶ ଗଣତନ୍ତ୍ରକୁ ସୁଦୃଢ଼ କରିବ। ଶାସକ ବିଜେଡି ପାଇଁ କାମ କରୁଥିବା କାରଣରୁ ବରିଷ୍ଠ ଆଇପିଏସ୍‌ ଅଫିସର ଡି.ଏସ୍‌. କୁଟ୍ଟେଙ୍କୁ ନିଲମ୍ବନ ଓ ଆଶିଷ ସିଂଙ୍କୁ ମେଡିକାଲ ବୋର୍ଡ ଆଗରେ ହାଜରହେବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଇସିଙ୍କ ଏହି ନିର୍ଦ୍ଦେଶ ସ୍ବାଗତଯୋଗ୍ୟ। ପୂର୍ବରୁ ଏହି ୨ ଆଇପିଏସ୍‌ ଅଫିସରଙ୍କ ବିରୋଧରେ ଭାଜପା ବହୁଥର ଅଭିଯୋଗ କରିଆସିଛି। ସେମାନେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ବସି ରହି ବିଜେଡି […] The post କୁଟ୍ଟେଙ୍କୁ ନିଲମ୍ବନ, ଆଶିଷଙ୍କ ସ୍ବାସ୍ଥ୍ୟ ପରୀକ୍ଷା ନିର୍ଦ୍ଦେଶ ସ୍ବାଗତଯୋଗ୍ୟ: ଭାଜପା appeared first on Dharitri Odia News.

କୁଟ୍ଟେଙ୍କୁ ନିଲମ୍ବନ, ଆଶିଷଙ୍କ ସ୍ବାସ୍ଥ୍ୟ ପରୀକ୍ଷା ନିର୍ଦ୍ଦେଶ ସ୍ବାଗତଯୋଗ୍ୟ: ଭାଜପା

ଭୁବନେଶ୍ୱର, ୨୯ା୫(ସୁନିତ୍‌ ମିଶ୍ର):ନିର୍ବାଚନ କମିଶନ(ଇସି)ଙ୍କ ଦ୍ୱାରା ମଙ୍ଗଳବାର ପ୍ରକାଶ ପାଇଥିବା ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶ ଗଣତନ୍ତ୍ରକୁ ସୁଦୃଢ଼ କରିବ। ଶାସକ ବିଜେଡି ପାଇଁ କାମ କରୁଥିବା କାରଣରୁ ବରିଷ୍ଠ ଆଇପିଏସ୍‌ ଅଫିସର ଡି.ଏସ୍‌. କୁଟ୍ଟେଙ୍କୁ ନିଲମ୍ବନ ଓ ଆଶିଷ ସିଂଙ୍କୁ ମେଡିକାଲ ବୋର୍ଡ ଆଗରେ ହାଜରହେବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଇସିଙ୍କ ଏହି ନିର୍ଦ୍ଦେଶ ସ୍ବାଗତଯୋଗ୍ୟ। ପୂର୍ବରୁ ଏହି ୨ ଆଇପିଏସ୍‌ ଅଫିସରଙ୍କ ବିରୋଧରେ ଭାଜପା ବହୁଥର ଅଭିଯୋଗ କରିଆସିଛି। ସେମାନେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ବସି ରହି ବିଜେଡି ପାଇଁ କାର୍ଯ୍ୟ କରିବା ସହ ଭୋଟରେ ନିଜକୁ ନିୟୋଜିତ କରୁଥିଲେ ବୋଲି ଭାଜପା ମୁଖପାତ୍ର ପୀତାମ୍ବର ଆଚାର୍ଯ୍ୟ କହିଛନ୍ତି। ଭାଜପା ରାଜ୍ୟ କାର୍ଯ୍ୟାଳୟଠାରେ ମଙ୍ଗଳବାର ଆୟୋଜିତ ଖବରଦାତା ସମ୍ମିଳନୀରେ ପୀତାମ୍ବର କହିଛନ୍ତି, ସରକାରୀ ଚାକିରି କରି ଶାସକ ବିଜେଡିର ଦଳୀୟ କାର୍ଯ୍ୟ କରିବା ସମ୍ପୂର୍ଣ୍ଣ ଅଗଣତାନ୍ତ୍ରିକ ଏବଂ ଅପରାଧ। ପୋଲିସ ବିଭାଗର ଉଚ୍ଚପଦରେ ଅବସ୍ଥାପିତ ଡି.ଏସ୍‌. କୁଟ୍ଟେ ଓ ଆଶିଷ ସିଂ ବିଜେଡିର ଚାମଚାଗିରି କରୁଛନ୍ତି ବୋଲି ଭାଜପା ବାରମ୍ବାର ରାଜ୍ୟବାସୀଙ୍କୁ ଅବଗତ କରାଇଛି। ବିଜେଡିର ଚାମଚାଗିରି କରିବା ଏହି ୨ ପୋଲିସ ଅଧିକାରୀଙ୍କ ପୁରୁଣା ଅଭ୍ୟାସ। ୨୦୧୯ରେ ଏମାନେ ଯେଉଁ କେଳେଙ୍କାରୀ କରିଥିଲେ ୨୦୨୪ ନିର୍ବାଚନରେ ତା’ର ପୁନରାବୃତ୍ତି କରୁଛନ୍ତି। କୁଟ୍ଟେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ଏବଂ ଆଶିଷ ସିଂହ ଭୁବନେଶ୍ୱରର ଜଣେ ପ୍ରଭାବଶାଳୀ ବିଧାୟକଙ୍କ ପେଣ୍ଟ ହାଉସରେ ବସି ରହି ବିଜେଡିର ଦଳୀୟ କାର୍ଯ୍ୟ କରୁଥିଲେ। ନିର୍ବାଚନ ମୁକ୍ତ, ଅବାଧ ଓ ନିରପେକ୍ଷ କରିବା ପାଇଁ ଇସିଙ୍କ ଉପରେ ଭାରତୀୟ ସମ୍ବିଧାନ ଯେଉଁ ଗୁରୁଦାୟିତ୍ୱ ନ୍ୟସ୍ତ କରିଛି ତାହାକୁ କମିଶନ ନିର୍ବାହ କରିଛନ୍ତି ବୋଲି ପୀତାମ୍ବର କହିଛନ୍ତି।

The post କୁଟ୍ଟେଙ୍କୁ ନିଲମ୍ବନ, ଆଶିଷଙ୍କ ସ୍ବାସ୍ଥ୍ୟ ପରୀକ୍ଷା ନିର୍ଦ୍ଦେଶ ସ୍ବାଗତଯୋଗ୍ୟ: ଭାଜପା appeared first on Dharitri Odia News.