କୁନ୍ଦୁଲି ଡବଲ ମର୍ଡର: ୩ ଫେରାର ଅଭିଯୁକ୍ତଙ୍କୁ ବାନ୍ଧିଲା ପୋଲିସ

ପଟ୍ଟାଙ୍ଗି,୨୦ା୬(ଶରତ ଧଳ): ଅକ୍ଟୋବର ମାସରେ କୁନ୍ଦୁଲି ସାପ୍ତାହିକ ହାଟରେ ଘଟିଥିବା ଡବଲ ମର୍ଡର ଘଟଣାରେ ସମ୍ପୃକ୍ତ ଫେରାର ଅଭିଯୁକ୍ତମାନଙ୍କୁ ପୋଲିସ ଧରିବାରେ ସକ୍ଷମ ହୋଇ ସମସ୍ତଙ୍କୁ କୋର୍ଟ ଚାଲାଣ କରିଥିବା ଜଣାପଡ଼ିଛି। ସୂଚନାନୁଯାୟୀ, କୋରାପୁଟ ଜିଲା ପଟ୍ଟାଙ୍ଗି ଥାନା ଅନ୍ତର୍ଗତ ତଥା ମାଳିପୁଟ ପଞ୍ଚାୟତର କୁନ୍ଦୁଲି ସାପ୍ତାହିକ ହାଟରେ ଗତ ଅକ୍ଟୋବର ୨୫ରେ ଘଟିଥିବା ଡବଲ ମର୍ଡର ଘଟଣାରେ ସମ୍ପୃକ୍ତ ରହି ଥିବା ତିନି ଅଭିଯୁକ୍ତ  କୁନ୍ଦୁଲି ସାପ୍ତାହିକ ହାଟରେ ରହୁଥିବା ଶିବ ଖରା ଓ ବଇଲର […] The post କୁନ୍ଦୁଲି ଡବଲ ମର୍ଡର: ୩ ଫେରାର ଅଭିଯୁକ୍ତଙ୍କୁ ବାନ୍ଧିଲା ପୋଲିସ appeared first on Dharitri Odia News.

କୁନ୍ଦୁଲି ଡବଲ ମର୍ଡର: ୩ ଫେରାର ଅଭିଯୁକ୍ତଙ୍କୁ ବାନ୍ଧିଲା ପୋଲିସ

ପଟ୍ଟାଙ୍ଗି,୨୦ା୬(ଶରତ ଧଳ): ଅକ୍ଟୋବର ମାସରେ କୁନ୍ଦୁଲି ସାପ୍ତାହିକ ହାଟରେ ଘଟିଥିବା ଡବଲ ମର୍ଡର ଘଟଣାରେ ସମ୍ପୃକ୍ତ ଫେରାର ଅଭିଯୁକ୍ତମାନଙ୍କୁ ପୋଲିସ ଧରିବାରେ ସକ୍ଷମ ହୋଇ ସମସ୍ତଙ୍କୁ କୋର୍ଟ ଚାଲାଣ କରିଥିବା ଜଣାପଡ଼ିଛି।
ସୂଚନାନୁଯାୟୀ, କୋରାପୁଟ ଜିଲା ପଟ୍ଟାଙ୍ଗି ଥାନା ଅନ୍ତର୍ଗତ ତଥା ମାଳିପୁଟ ପଞ୍ଚାୟତର କୁନ୍ଦୁଲି ସାପ୍ତାହିକ ହାଟରେ ଗତ ଅକ୍ଟୋବର ୨୫ରେ ଘଟିଥିବା ଡବଲ ମର୍ଡର ଘଟଣାରେ ସମ୍ପୃକ୍ତ ରହି ଥିବା ତିନି ଅଭିଯୁକ୍ତ  କୁନ୍ଦୁଲି ସାପ୍ତାହିକ ହାଟରେ ରହୁଥିବା ଶିବ ଖରା ଓ ବଇଲର ଖରାଙ୍କ ସମେତ ସେମିଳିଗୁଡା ବ୍ଲକର ହାଟଗୁଡା ପଞ୍ଚାୟତ ଅଧିନସ୍ଥ ଟେମା ଗ୍ରାମର ସନ୍ତୋଷ ପାଢ଼ୀ  ପୋଲିସକୁ ଚକମା ଦେଇ ଦୀର୍ଘ ୯ ମାସ ଧରି ଫେରାର ରହିଥିଲେ। କିନ୍ତୁ ଉକ୍ତ ଘଟଣାକୁ ନେଇ ନୂତନ କରି କାର୍ଯ୍ୟ ଭାର ନେଇଥିବା ସୁନାବେଡ଼ା ଏସ୍‌ଡିପିଓ ମନୋବ୍ରତା ଶତପଥୀ ଡବଲ ମର୍ଡର ଘଟଣାକୁ ଗୁରୁତ୍ୱ ଦେଇ ପଟ୍ଟାଙ୍ଗି ପୋଲିସକୁ ଉକ୍ତ ମର୍ଡର ଘଟଣା ସମ୍ପର୍କରେ ତଦନ୍ତ ପ୍ରକ୍ରିୟାକୁ ଆଗେଇ ନେବା ସହ ଫେରାର ଅଭିଯୁକ୍ତମାନେ କିପରି ଗିରଫ ହୋଇ ପାରିବେ ସେନେଇ ଥାନାଧିକାରୀ ଚତୁର୍ଭୁଜ ନାୟକଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଉକ୍ତ ନିର୍ଦ୍ଦେଶ ଅନୁଯାୟୀ, ପୋଲିସ ଏହା ଉପରେ କଡ଼ାକଡ଼ି ନଜର ରଖିଥିବା ବେଳେ ଉପରୋକ୍ତ ଫେରାର ୩ ଅଭିଯୁକ୍ତ କୁନ୍ଦୁଲି ନିକଟରେ ଚାଲିଥିବା ଭାରତମାଳା ରାସ୍ତା ନିର୍ମାଣ କାର୍ଯ୍ୟରେ ନିୟୋଜିତ ରହିଥିବା ଖବର ପାଇ ଥାନାଧିକାରୀ ନାୟକଙ୍କ ନେତୃତ୍ୱରେ ଗଠିତ ହୋଇଥିବା ଏକ ପୋଲିସ ଟିମ୍‌ ଫେରାର ୩ ଜଣଙ୍କୁ ଗିରଫ କରିବାରେ ସକ୍ଷମ ହୋଇଥିଲା। ବର୍ତ୍ତମାନ ଏମାନଙ୍କୁ ପୋଲିସ କୋର୍ଟ ଚାଲାଣ କରିବା ସହ ଡବଲ ମର୍ଡର ଘଟଣାରେ ଆଉ କେଉଁମାନେ ସମ୍ପୃକ୍ତ ଅଛନ୍ତି ତାକୁ ନେଇ ତଦନ୍ତ ଜାରି ରଖିଛି।

The post କୁନ୍ଦୁଲି ଡବଲ ମର୍ଡର: ୩ ଫେରାର ଅଭିଯୁକ୍ତଙ୍କୁ ବାନ୍ଧିଲା ପୋଲିସ appeared first on Dharitri Odia News.