କୁପୋଲା ମଡ୍ୟୁଲରେ ଶୁଭାଂଶୁ
ନୂଆଦିଲ୍ଲୀ/ଓ୍ବାଶିଂଟନ୍, ୭ା୭: ଅନ୍ତର୍ଜାତୀୟ ମହାକାଶ କେନ୍ଦ୍ର (ଆଇଏସ୍ଏସ୍)ର ୭ ଝରକାବିଶିଷ୍ଚ କୁପୋଲା ମଡ୍ୟୁଲରୁ ବାୟୁସେନା ଗ୍ରୁପ୍ କ୍ୟାପ୍ଟେନ୍ ଶୁଭାଂଶୁ ଶୁକ୍ଳାଙ୍କ କିଛି ଫଟୋ ଆସିଛି। ଭାରତ ସରକାରଙ୍କ ପକ୍ଷରୁ ରବିବାର ଏକ୍ସ’ରେ ଏହାକୁ ଶେୟାର କରାଯାଇଛି। ଫଟୋଗୁଡ଼ିକରେ ଶୁଭାଂଶୁ କୁପୋଲା ମଡ୍ୟୁଲରୁ ପୃଥିବୀର ସୁନ୍ଦର ଦୃଶ୍ୟକୁ ଉପଭୋଗ କରୁଥିବାର ନଜରକୁ ଆସିଛନ୍ତି। ଅନ୍ୟ କିଛି ଫଟୋରେ ଶୁଭାଂଶୁ ଆଇଏସ୍ଏସ୍ ମଧ୍ୟରୁ ବାହାର ମହାକାଶ ଦୃଶ୍ୟର ଫଟୋ ନେଉଥିବାର ଦେଖାଯାଉଛନ୍ତି। ଉକ୍ତ ପୋଷ୍ଟର କ୍ୟାପ୍ଶନ୍ରେ ଲେଖା ହୋଇଛି, ମହାକାଶରୁ […] The post କୁପୋଲା ମଡ୍ୟୁଲରେ ଶୁଭାଂଶୁ appeared first on Dharitri Odia News.
ନୂଆଦିଲ୍ଲୀ/ଓ୍ବାଶିଂଟନ୍, ୭ା୭: ଅନ୍ତର୍ଜାତୀୟ ମହାକାଶ କେନ୍ଦ୍ର (ଆଇଏସ୍ଏସ୍)ର ୭ ଝରକାବିଶିଷ୍ଚ କୁପୋଲା ମଡ୍ୟୁଲରୁ ବାୟୁସେନା ଗ୍ରୁପ୍ କ୍ୟାପ୍ଟେନ୍ ଶୁଭାଂଶୁ ଶୁକ୍ଳାଙ୍କ କିଛି ଫଟୋ ଆସିଛି।
ଭାରତ ସରକାରଙ୍କ ପକ୍ଷରୁ ରବିବାର ଏକ୍ସ’ରେ ଏହାକୁ ଶେୟାର କରାଯାଇଛି।
ଫଟୋଗୁଡ଼ିକରେ ଶୁଭାଂଶୁ କୁପୋଲା ମଡ୍ୟୁଲରୁ ପୃଥିବୀର ସୁନ୍ଦର ଦୃଶ୍ୟକୁ ଉପଭୋଗ କରୁଥିବାର ନଜରକୁ ଆସିଛନ୍ତି। ଅନ୍ୟ କିଛି ଫଟୋରେ ଶୁଭାଂଶୁ ଆଇଏସ୍ଏସ୍ ମଧ୍ୟରୁ ବାହାର ମହାକାଶ ଦୃଶ୍ୟର ଫଟୋ ନେଉଥିବାର ଦେଖାଯାଉଛନ୍ତି। ଉକ୍ତ ପୋଷ୍ଟର କ୍ୟାପ୍ଶନ୍ରେ ଲେଖା ହୋଇଛି, ମହାକାଶରୁ ପୃଥିବୀର ଅଦ୍ଭୁତ ଦୃଶ୍ୟ। ଶୁଭାଂଶୁ ଆଇଏସ୍ଏସ୍ର କୁପୋଲା ମଡ୍ୟୁଲରୁ ପୃଥିବୀର ଚମତ୍କାର ଏବଂ ମନୋରମ ଦୃଶ୍ୟକୁ ଉପଭୋଗ କରୁଛନ୍ତି। ପ୍ରକାଶ ଯେ, ପୃଥିବୀର ପରୀକ୍ଷଣ, ଡକିଂ ଏବଂ ପର୍ଯ୍ୟବେକ୍ଷଣ ପାଇଁ ମହାକାଶଚାରୀମାନେ ଆଇଏସ୍ଏସ୍ରେ ଥିବା କୁପୋଲା ମଡ୍ୟୁଲକୁ ବ୍ୟବହାର କରିଥାନ୍ତି।
The post କୁପୋଲା ମଡ୍ୟୁଲରେ ଶୁଭାଂଶୁ appeared first on Dharitri Odia News.